ପ୍ରକୃତିର କୋପ କେତେ ଭୟଙ୍କର ହେଇପାରେ, କେତେ ଦୁର୍ଦ୍ଦଶ ଏବଂ ଦୟନୀୟ ସ୍ଥିତିକୁ ଆଣିପାରେ ତାହା ସାରା ଦେଶ ଦେଖିଛି। ଚିରି ଯାଇଛି ଆକାଶ, ଫାଟି ଯାଇଛି ଭୂଇଁ, ଧସି ଯାଇଛି ପାହାଡ଼ ଆଉ ନଦୀ ତ୍ ସବୁ ବାଡ଼ ବତା ଭାଙ୍ଗି ମାଡ଼ି ଆସୁଛି ଭୟଙ୍କର ରୂପ ନେଇ। ଉପର ମୁଣ୍ଡରେ ରାବି, ଚେନାବ, ସତଲେଜ୍ ରେ ହୁ ହୁ ହେଉ ମାଡ଼ି ଆସୁଥିବା ପାଣି ଜମ୍ମୁରୁ ପଞ୍ଜାବ, ଉତ୍ତରାଖଣ୍ଡରୁ ହିମାଚଳ ଯାଏଁ ବିଧ୍ବଂସ ରଚିଛି।
ଆଜି ସକାଳ ୬ଟାରେ, ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ, ଭାରତୀୟ ସେନାର ହେଲିକପ୍ଟର ଉଦ୍ଧାର କାର୍ଯ୍ୟ ପାଇଁ ଯାଇଥିଲେ । ସମସ୍ତ ଫସି ରହିଥିବା ଲୋକଙ୍କୁ ନିରାପଦରେ ଉଦ୍ଧାର କରାଯାଇ ନିରାପଦ ସ୍ଥାନକୁ ପହଞ୍ଚାଯାଇଥିଲା । ଉଦ୍ଧାର କାର୍ଯ୍ୟ ଶେଷ ହେବାର କିଛି ସମୟ ପରେ, ଯେଉଁ ବିଲଡିଂରେ ଆଶ୍ରୟ ନେଇଥିଲେ, ତାହା ଭାଙ୍ଗି ଯାଇଥିଲା ।
କାହିଁକି ହସ୍ତିନାପୁରକୁ ଦୂତ ପ୍ରେରଣ କଲେ ରାଜା ଦ୍ରୁପଦ ? ଅର୍ଜୁନ ପହଞ୍ଚିବା ଆଗରୁ ତରତରରେ କାହିଁକି ଦୁର୍ଯ୍ୟୋଧନ ଦ୍ୱାରକାରେ ପହଞ୍ଚିଥିଲେ ? କ'ଣ ସାହାଯ୍ୟ କରିବାକୁ ପ୍ରତିଶୃତି ଦେଲେ କୃଷ୍ଣ ଦୁହିଁଙ୍କୁ ? ମହାଭାରତ ମହାସମର ପାଇଁ କେମିତି ହେଉଥିଲା ପ୍ରସ୍ତୁତି ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
ଛୁଟି ନେଇ କନଷ୍ଟେବଳ କରୁଥିଲେ ଅଫିମ ଚାଲାଣ । ସହଯୋଗ କରୁଥିଲା ଗାର୍ଲଫ୍ରେଣ୍ଡ । ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଛି ସ୍ପେଶାଲ ସେଲ୍ । ରେଡ୍ ବେଳେ କାର୍ ଭିତରୁ ୧୮ ପ୍ୟାକେଟ୍ ଅଫିମ ଜବତ ହୋଇଛି ।
ଚୀନ ପାକିସ୍ତାନକୁ ସବୁ ପ୍ରକାରର ସହାୟତା ଯୋଗାଇ ଦେଉଥିଲା । ପାକିସ୍ତାନର ୮୧ ପ୍ରତିଶତ ମିଲିଟାରୀ ହାର୍ଡୱେର ଥିଲା ଚୀନର । ଚୀନ୍ ମଧ୍ୟ ଅନ୍ୟ ଅସ୍ତ୍ର ବିରୋଧରେ ନିଜର ଅସ୍ତ୍ର ପରୀକ୍ଷଣ କରୁଥିଲା । ଏହା ପାକିସ୍ତାନ ପାଇଁ ଏକ ଲାଇଭ୍ ଲାବ୍ ଭଳି କାମ କରୁଥିଲା । ତୁର୍କୀ ମଧ୍ୟ ପାକିସ୍ତାନକୁ ଖୋଲାଖୋଲି ସମର୍ଥନ କରିବାକୁ ଆଗେଇ ଆସିଥିଲା ।
ଉତ୍ତର ସିକ୍କିମରେ ଘଟିଛି ଭୟଙ୍କର ଭୂସ୍ଖଳନ । ଗତ ରବିବାର ସନ୍ଧ୍ୟାରେ ଚାଟେନ୍ ଅଞ୍ଚଳରେ ଏହି ଭୂସ୍ଖଳନରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ସୁରକ୍ଷା କର୍ମୀ ନିଖୋଜ ଅଛନ୍ତି । ସେହି ଅଞ୍ଚଳରେ ଏବେ ସର୍ଚ୍ଚ ଅପରେସନ ଜାରି ରହିଛି ।
ଭାରତୀୟ ବାୟୁସେନାର ହମଲାରେ ଘାଇଲା ପାକିସ୍ତାନ । ଅପରେସନ 'ସିନ୍ଦୂର' ବିଷୟରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛନ୍ତି DGMO । ପାକ୍ କେତେ କ୍ଷତିଗ୍ରସ୍ତ ହୋଇଛି ଏବଂ ଆଗକୁ ଭାରତର ଆଭିମୁଖ୍ୟ କ'ଣ ରହିଛି ତାହା ବ୍ରିଫିଂରେ ଦର୍ଶାଯାଇଛି ।
ଏହା ମ୍ୟାରେଜ୍-ଟ୍ରାପିଂ ନୁହେଁ ତ? ପାକିସ୍ତାନୀ ମହିଳାମାନେ ଭାରତୀୟ ଯବାନଙ୍କୁ ଲଭ୍ ମ୍ୟାରେଜ୍ କରୁଛନ୍ତି । ସର୍ଟ ଟର୍ମ ଭିସା ଅବଧି ସରିବା ପରେ ଭାରତରେ ରହୁଛନ୍ତି । ଦେଶ ଛାଡିବାକୁ ନିର୍ଦ୍ଦେଶ ଦିଆଯିବା ପରେ ଗୋଟିଏ ଗୋଟିଏ ଘଟଣା ପଦାକୁ ଆସୁଛି ।
ପାକିସ୍ତାନରେ ୫୦ ହଜାରରୁ ଅଧିକ ସଶସ୍ତ୍ର ଯାନ, ୬୦୦ ରକେଟ ଲଞ୍ଚର, ଦୁଇଟି ବିଧ୍ୱଂସକ, ୮ଟି ବୁଡ଼ାଜାହାଜ, ୧୧୪ଟି ନୌସେନା ସେନା ଜାହାଜ ଏବଂ ୩୮୭ଟି ଯୁଦ୍ଧ ବିମାନ ଅଛି । ପାୱାର ଇଣ୍ଡେକ୍ସରେ ଗ୍ଲୋବାଲ ଫାୟାର ପାୱାର ପାକିସ୍ତାନକୁ ୦.୧୭୧୧ ପଏଣ୍ଟ ଦେଇଛି।
ଭାରତ-ଚୀନ୍ ସୀମାରେ ଫେରୁଛି ଶାନ୍ତି । ଉଭୟ ଦେଶ ମଧ୍ୟରେ ଲାଇନ୍ ଅଫ୍ ଆକଚୁଆଲ କଣ୍ଟ୍ରୋଲ୍-LACରେ ପାଟ୍ରୋଲିଂକୁ ନେଇ ସହମତି ପରେ, ସୈନ୍ୟ ଅପସାରଣ ପାଇଁ ହେଲା ବଡ଼ ନିଷ୍ପତ୍ତି ।
ଅଭାବୀ ଗରିବ ପରିବାରର ଝିଅ ଏବେ ଭାରତୀୟ ସେନାର ଅଧିକାରୀ । ଗରିବ ବାପାଙ୍କୁ ଆଜି ବହୁ ଉଚ୍ଚ ଆସନରେ ବସାଇଛନ୍ତି ଝିଅ । କାରଣ ତାଙ୍କ ଝିଅ ଜସ୍ମିତ ଏବେ Military nursing serviceପରୀକ୍ଷାରେ ସଫଳତା ପାଇ ଭାରତୀୟ ସେନାର ପ୍ରଥମ ମହିଳା ଲେଫ୍ଟନାଣ୍ଟ ହେବାକୁ ଯାଉଛନ୍ତି ।
ନୂତନ ଟେକ୍ନୋଲୋଜି ସହିତ, ଏହି ଜ୍ୟାକେଟରେ କିଛି ଜିନିଷ ମଧ୍ୟ ସ୍ଥାପିତ ହୋଇଛି ଯେଉଁଥିପାଇଁ ଏହାର ଓଜନ ପୂର୍ବର ଜ୍ୟାକେଟ୍ ତୁଳନାରେ ଯଥେଷ୍ଟ କମ୍ । ଜ୍ୟାକେଟରେ ୭.୬୨ ଏବଂ ୫୪ ଆର ଏପିଆର ବୁଟେଲ ଲାଗିଲେ ମଧ୍ୟ କୌଣସି କ୍ଷତି ହେବ ନାହିଁ ବୋଲି କୁହାଯାଇଛି ।
ଭାରତ ସଂଲଗ୍ନ ତିବତ୍ତ ଅଞ୍ଚଳରେ ରହୁଥିବା ପ୍ରତ୍ୟେକ ପରିବାରର ୧୮ ରୁ ୪୦ ବର୍ଷ ବୟସର ଜଣେ ବ୍ୟକ୍ତିଙ୍କୁ ଚୀନ୍ ସୈନ୍ୟରେ ଯୋଗଦେବା ବାଧ୍ୟତାମୂଳକ କରାଯାଇଛି। ପୂର୍ବରୁ ୧୮ ବର୍ଷ ବୟସ ପରେ ସୈନ୍ୟରେ ଯୋଗ ଦେବା ପାଇଁ ଯୁବପୀଢିଙ୍କୁ ପଞ୍ଜୀକୃତ କାରିବାକୁ ପଡୁଥିଲା, କିନ୍ତୁ ସୈନ୍ୟରେ ଯୋଗ ଦେବା ବାଧ୍ୟତାମୂଳକ ନଥିଲା। କିନ୍ତୁ ବର୍ତ୍ତମାନ୍ ଚୀନ ସରକାର ଚୀନର ନାଗରିକଙ୍କୁ ନୁହେଁ ବରଂ ତିବତ୍ତର ଲୋକଙ୍କୁ ସେନାରେ ଯୋଗ ଦେବା ଲାଗି ବାଧ୍ୟ କରୁଛି।