Advertisment

୩ ଜଣଙ୍କୁ ବଞ୍ଚାଇଦେଲା ବର୍ଷକର ପିଲା; ବାପା-ମାଆଙ୍କୁ କନ୍ଦାଇଲା, ଅନ୍ୟଙ୍କୁ ହସାଇଲା

ପ୍ରତ୍ୟୁଷର ମୃତ୍ୟୁ ପରେ ନିଜର ହାର୍ଟ ଓ ଲିଭର ଦାନ କରିଛନ୍ତି ପରିବାର। ଛାତିକୁ ପଥର କରି ନିଜ ମୃତ କୁନିପୁଅର ଅଙ୍ଗଦାନ କରିଛନ୍ତି।

author-image
Manoranjan Behera
ଅଦ୍ୟତନ ହୋଇଛି
Brain dead toddler gives life to many

Brain dead toddler gives life to many

କାଲି ବାପା ମା’ଙ୍କ ସହିତ ଖେଳୁଥିଲା। କୁନି କୁନି ଓଠରେ ବାପା ବାପା ବୋଲି ଡାକୁଥିଲା। ଆଉ ବାପା ମା’ ଡାକ ଶୁଣି ଖୁସିରେ ଫାଟି ପଡୁଥିଲା ଘର। ହେଲେ ଆଜି ତା ଦୁଷ୍ଟାମୀ ନାହିଁ କି ସେ ବି ଆଉ ନାହିଁ। ସବୁକିଛି ଯେମିତି ନୀରବି ଯାଇଛି। ନାଁ ତା’ର ପ୍ରତ୍ୟୁଷ ପାଣିଗ୍ରାହୀ। ମାତ୍ର ବର୍ଷେ ୯ ମାସର ଶିଶୁ। ଜନ୍ମ ହେବାର ୪ମାସରେ ମୁଣ୍ଡରେ ଇକୋଲା ଇନ୍‌ଫେକ୍ସନର ଶିକାର ହେଲା। ଜୀବନ କଟିଲା ହସ୍ପିଟାଲ ICU ବେଡ଼ରେ। ଡାକ୍ତରଙ୍କ ପରିଶ୍ରମ ଓ ବାପା ମା’ଙ୍କ କର୍ତ୍ତବ୍ୟ ସବୁ ବୃଥା ହେଲା। ଶେଷରେ ବ୍ରେନ୍‌ ଡେଡ୍‌ ଘୋଷଣା କରିଦେଲେ ଡାକ୍ତର।

Advertisment

ଅଧିକ ପଢ଼ନ୍ତୁ: ସୁନା ପୁଅକୁ ଲୁହରେ ବିଦାୟ...ଶୁଭଜିତଙ୍କୁ ଗାର୍ଡ ଅଫ୍ ଅନର୍ ଦେଲା ଓଡ଼ିଶା ପୋଲିସ...

ଶେଷ ଥର ପାଇଁ ବେଡରେ ହସି ହସି ବାପା ଡାକୁଥିଲା। ପ୍ରତ୍ୟୁଷର ମୃତ୍ୟୁ ପରେ ନିଜର ହାର୍ଟ ଓ ଲିଭର ଦାନ କରିଛନ୍ତି ପରିବାର। ଛାତିକୁ ପଥର କରି ନିଜ ମୃତ କୁନିପୁଅର ଅଙ୍ଗଦାନ କରିଛନ୍ତି। ପୁଅ ତ ରହିଲାନି ତା’ର ଅଙ୍ଗ ଆଉ କେଉଁ ଶିଶୁ ପାଖରେ ଲାଗିଲେ ସେ ଜୀବନ୍ତ ଥିବା କଥା ଧରିନେବୁ ବୋଲି କହିଛନ୍ତି ବାପା ମାଆ।

Advertisment

ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚେନ୍ନାଇର ଏକ ଡାକ୍ତରୀ ଟିମ ଓ ଭୁବନେଶ୍ୱର ଏମ୍ସର ଡାକ୍ତରୀ ଟିମ ପହଞ୍ଚି ଶିଶୁଟିର ହାର୍ଟ ଓ ଲିଭର ପରୀକ୍ଷା କରିଥିଲେ। ପରେ ଦୁଇଟି ଶିଶୁର ଶରୀରରେ ଅଙ୍ଗ ପ୍ରତିରୋପଣ ପାଇଁ ଚେନ୍ନାଇ ଓ ନୂଆଦିଲ୍ଲୀକୁ ପଠାଯାଇଛି। ଚେନ୍ନାଇର MGM ହସ୍ପିଟାଲରେ ଚିକିତ୍ସିତ ଶିଶୁ ଶରୀରରେ ଲାଗିବ ପ୍ରତ୍ୟୁଷ ର ହାର୍ଟ ସେହିଭଳି ନୂଆଦିଲ୍ଲୀର ILBS ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଶିଶୁ ଶରୀରରେ ପ୍ରତିରୋପଣ ହେବ ଲିଭର।

ଅଧିକ ପଢ଼ନ୍ତୁ: ୨ ଜଣଙ୍କୁ ନୂଆ ଜୀବନ ଦେଲେ CRPF ଯବାନ, ବ୍ରେନ ଡେଡ୍ ପରେ ଦାନ କଲେ ହାର୍ଟ ଓ ଲିଭର

Organ Donation Brain Dead
Advertisment
Advertisment