• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Human Interest Updates

Youth seeks financial assistance
ମେଡିକାଲରେ ବାପା ଆଣି ପକାଇ ଦେଇଛନ୍ତି..ଚିକିତ୍ସା ପାଇଁ ଗୁହାରି କରୁଛନ୍ତି ଅସହାୟ ଯୁବକ

ଦୁର୍ଘଟଣା ପରେ ୩ ଥର ଅପରେସନ୍‌ ହେଲାଣି । ସରକାରୀ ମେଡିକାଲରେ ବାପା ଆଣି ପକାଇ ଦେଇଛନ୍ତି...ଚିକିତ୍ସା ମିଳୁନି କି କେହି ପାଖକୁ ଆସୁନାହାନ୍ତି । ବିଛଣାରେ ଝାଡା ପରିସ୍ରା କରୁଛନ୍ତି , ଚିକିତ୍ସା ପାଇଁ କରୁଛନ୍ତି ନିବେଦନ

Divyang teacher
ଦିବ୍ୟାଙ୍ଗ ସାର୍‌ଙ୍କ ମାଗଣା ଟ୍ୟୁସନ୍‌...ପ୍ରଥମରୁ ପଂଚମ ସମସ୍ତେ ମାଗଣାରେ ପଢିବେ

ଜନ୍ମରୁ ଗୋଟିଏ ହାତ ନାହିଁ । ନିଜେ ଯୁକ୍ତ ୩ରେ ପଢୁଛନ୍ତି ପାଠ । ଗାଁର କୌଣସି ପିଲା ଯେମିତି ଅପାଠୁଆ ନରୁହନ୍ତି ସେଥିପାଇଁ ଦିବାରାତ୍ର କରୁଛନ୍ତି ପରିଶ୍ରମ । ସକାଳୁ ସଂଜ...ଅନେକ ପିଲାଙ୍କୁ ପଢାଉଛନ୍ତି ପାଠ

seek financial assistance
ଅଜଣା ରୋଗରେ ଘାଣ୍ଟି ହେଉଛନ୍ତି ରାଜୀବ...ସାହାଯ୍ୟ ପାଇଁ ଚାତକ ଭଳି ଅନେଇଛନ୍ତି

ରୋଜଗାର କରୁଥିଲେ ପରିବାର ଚଳୁଥିଲା । ଅଜଣା ରୋଗରେ ପଡିବା ପରେ ଭୋକ ଉପାସରେ ପରିବାର । ଖାଇବାକୁ ପାଉନାହାନ୍ତି ପିଲା । କାନ୍ଦିକାନ୍ଦି ବାପାଙ୍କୁ ସାହାଯ୍ୟ କରିବାକୁ କରୁଛନ୍ତି ଅନୁରୋଧ । ଆପଣ ସାହାଯ୍ୟ କଲେ ବଞ୍ଚିଯିବ ରାଜୀବଙ୍କ ପରିବାର।

Awas yojana
ଘର ଭାଙ୍ଗି ଫାଳଫାଳ ହେଲାଣି, ବିଡିଓ କହୁଛନ୍ତି ନୂଆ ତାଲିକାକୁ ଅପେକ୍ଷା କର

ମଥାଣ ଓଲାରି ଗଲାଣି । ବାଉଁଶ ଭାଙ୍ଗିଗଲାଣି । ଘରେ ପଶୁ ବି ରହିବନି । ହେଲେ ବି ଏମିତି ଦଦରା ଘରେ ରହୁଛନ୍ତି ଗୋଟିଏ ପରିବାର । ଘର ଖଣ୍ଡିଏ ଲାଗି ଦୌଡି ଦୌଡି ନୟାନ୍ତ ହେଲେଣି... ବାବୁ କହୁଛନ୍ତି ନୂଆ ତାଲିକାକୁ ଅପେକ୍ଷା କର, ଦେଖିବା...

Aditya Need Help
ଅପରେସନ୍‌ ହେଲେ ମଳତ୍ୟାଗ କରିବେ ଆଦିତ୍ୟ, ହେଲେ ଡାକ୍ତର...

ଜନ୍ମ ହେବା ଦିନରୁ ମଳଦ୍ୱାର ନାହିଁ । ପେଟ ଅପରେସନ୍‌ କରି ମଳତ୍ୟାଗ କରାଉଛନ୍ତି ପରିବାର ଲୋକ । ଚିକିତ୍ସା ଲାଗି ବାରମ୍ବାର ଶିଶୁଭବନ ଦୌଡି ଦୌଡି ନୟାନ୍ତ ହେଲେଣି ପରିବାର ଲୋକେ ।

Women Seek Financial Help
ମୁଣ୍ଡ ଉପରେ ସାହାରା ପାଇଁ କାହାର ହାତ ନାହିଁ କି ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ବି ନାହିଁ

ମୁଣ୍ଡ ଉପରେ ସାହାରା ପାଇଁ କାହାର ହାତ ନାହିଁ କି ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ବି ନାହିଁ.. ଏପଟେ କୋଳରେ ୬ଟି କଅଁଳ ଜୀବନ… ମଥାର ସିନ୍ଦୂର ଲିଭିଗଲା ପରେ.. ମାଡ଼ିବସିଛି ଦୁଃଖର ପାହାଡ଼..ଏ ହେଉଛି ଜଣେ ଅସହାୟ ମାଆର କାହାଣୀ..

budha pahada
ବୈଚିତ୍ରମୟ ବୁଢ଼ା ପାହାଡ଼...ଏଇଠି ପୂଜା କଲେ ହୁଏ ବର୍ଷା

ଆଜି ପର୍ଯ୍ୟନ୍ତ ଲୋକଙ୍କ ବିଶ୍ୱାସ ଓ ଶ୍ରଦ୍ଧା ଯୋଗୁଁ ଗାଁରେ କେବେ ବିପତ୍ତି ଆସି ନାହିଁ । ଲୋକମାନେ ପ୍ରତିବର୍ଷ ଏକଜୁଟ ହୋଇ ସେଠାରେ ପୂଜାର୍ଚ୍ଚନା କରିବା ସହ ଗାଁର ମଙ୍ଗଳ କାମନା କରନ୍ତି ।

Elderly couple
‘ ଆମର କେହି ନାହାନ୍ତି, ଜଗନ୍ନାଥ ହିଁ ଆମର ସବୁକିଛି ’

ଘର ନାହିଁ କି ଦ୍ୱାର ନାହିଁ । ଛପରରୁ ଟିଣ ଉଡିଗଲାଣି...ଦୁଇ ଝିଅର ବାହାଘର ପରେ ଘରେ କେହି ନାହାନ୍ତି । ବୟସାଧିକ କାରଣରୁ ଚଲାବୁଲା କରିବା ତାଙ୍କ ପକ୍ଷରେ କଷ୍ଟ । ଏମିତି ସ୍ଥିତିରେ ଜଗନ୍ନାଥ ହିଁ ଏମାନଙ୍କ ସାଜିଛନ୍ତି ସାହାଭରସା

Rakhi Purnima
ରାକ୍ଷୀ ବନ୍ଧିବା ପରେ...କୁନି ଝିଅ ପାଖକୁ ଜଗାର ଆସିଲା ଚିଠି

ଜଗା ପାଖକୁ ରାକ୍ଷୀ ପଠେଇଥିଲା କୁନି ଝିଅ । ସାଙ୍ଗରେ ଦେଇଥିଲା ଟଙ୍କା...ମାନସିକ ପୂରଣ ହେଲା, ଜଗନ୍ନାଥଙ୍କ ହାତରେ ରାକ୍ଷୀ ବନ୍ଧାଗଲା । ଆଉ କୁନି ଭଉଣୀ ଘରକୁ ଆସିଲା ଚିଠି । ଜଗା ରାକ୍ଷୀ ବାନ୍ଧିବା ପରେ କଣ ଲେଖିଛି ଚିଠି ଦେଖନ୍ତୁ ଏହି ଭିଡିଓ

2 Sister Seek Financial Help
ବାପା-ମାଆ ଯିବା ପରେ ୨ ଭଉଣୀଙ୍କୁ ସାହା ହେବ କିଏ ?

ବାପା ନାହାନ୍ତି କି ମାଆ ନାହାନ୍ତି...କାନ୍ଥରେ ଲାଗିଥିବା ଫଟୋକୁ ଧରି ଭୋ ଭୋ କାନ୍ଦୁଛନ୍ତି ୨ ଭଉଣୀ । ଦୁଃଖ ଯେମିତି ୟାଙ୍କ ଭାଗ୍ୟରେ ଲେଖା

Unable to feed food to siblings
ମାଆ ଚାଲିଗଲା, ବାପା ଦାଦନ ଗଲେ... ୨କୁନି ଭାଇଭଉଣୀଙ୍କୁ ପାଳୁଛି ବଡ଼ ଭଉଣୀ

ଓଃ କି ଦୁଃଖ ! ମାଆ ଚାଲିଗଲା, ବାପା ଦାଦନ ଗଲେ । ଘର ନାହିଁ କି ରାସନ ନାହିଁ । ଦୁଇ କୁନି ଭାଇ-ଭଉଣୀଙ୍କୁ ମଣିଷ କରିବାକୁ ଜୀବନକୁ ବାଜିରେ ଲଗାଇ ଦେଇଛି ବଡ ଭଉଣୀ । ସ୍ୱପ୍ନ ଦେଖିବା ବୟସରେ ପରିବାରର ମୁଣ୍ଡାଇଛି ବୋଝ।

Orphan girl
ବାପା-ମାଆ ଯିବା ପରେ...ବଡ ଭାଇର ସାହାରା ପାଲଟିଛି ସାନ ଭଉଣୀ

ବାପା ନାହାନ୍ତି କି ମାଆ ନାହାନ୍ତି । ମାଆ ପରି ବଡ ଭାଇର ସେବା କରୁଛି ସାନ ଭଉଣୀ । ଖୁଆଇ ଦେବାଠୁ ଶୁଆଇ ଦେବା ସବୁ କାମ କରୁଛି କୁନି ଭଉଣୀ । ମାନସିକ ଅନଗ୍ରସର ଭାଇ ଥିବାରୁ ଇଚ୍ଛା ନଥିଲେ ବି ହାତରେ କପଡା ବାନ୍ଧି ରଖୁଛି... ରାକ୍ଷୀ ବାନ୍ଧିବା ପାଇଁ ହାତରୁ ଖୋଲିଛି ଗାମୁଛା

National Teachers’ Award 2023
ଭାରି ପ୍ରିୟ ସୁବାସ ସାର୍‌: ରାଜ୍ୟ ପୁରସ୍କାର ପାଇଥିଲେ, ରାଷ୍ଟ୍ରପତି ପୁରସ୍କାର ପାଇବେ

ଘରେ ଘରେ.. ଗାଁ ଗାଁରେ ସମସ୍ତଙ୍କର ପ୍ରିୟ ସୁବାସ ସାର୍‌ । ଶିକ୍ଷକତା ପାଇଁ ରାଜ୍ୟ ପୁରସ୍କାର ପାଇଥିଲେ, ଏବେ ପୁଣି ଥରେ ରାଷ୍ଟ୍ରପତି ପୁରସ୍କାର ପାଇବେ । ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ।

Lord Jagannath
ଅଧ ରାତିରେ ଜଗାର ସ୍ୱପ୍ନାଦେଶ: ମତେ ତୋ ଗାଁକୁ ନେ...

ଭକ୍ତର ଭାବରେ ବନ୍ଧା ଜଗନ୍ନାଥ । ଅଧ ରାତିରେ ଦେଲେ ସ୍ୱପ୍ନାଦେଶ...କହିଲେ, ମତେ ନେଇକି ଗାଁରେ ରଖ । ଆଜ୍ଞା ପାଇବା ପରେ ଶ୍ରୀକ୍ଷେତ୍ରରୁ ନୟାଗଡ ପର୍ଯ୍ୟନ୍ତ କିର୍ତ୍ତନ, ହରିବୋଲ, ହୁଳହୁଳିରେ କମ୍ପିଲା ଏରିଆ । ଲୋକେ କହିଲେ....ଗାଁକୁ ଠାକୁର ଆସିଥିବାରୁ ଆମେ ଭାରି ଖୁସି

Migrant Death
ମାଆ ମୁହଁରେ ଆହାର ଦେବାକୁ ଦାଦନ ଯାଇଥିଲା ପୁଅ... ଘରକୁ ଫେରିଲା ଶବ

ପରିବାର ମୁହଁରେ ଆହାର ଦେବାକୁ ଦାଦନ ଖଟିବାକୁ ଯାଇଥିଲା ଭେଣ୍ଡିଆ ପୁଅ । ଗାଁକୁ ଆମ୍ବୁଲାନ୍ସ ପଶିଲା, କାନ୍ଦବୋବାଳିରେ ପରିବେଶ କମ୍ପିଲା । କିଏ ଧନ ଲୋ...କିଏ ବାପାଲୋ କହି ରାହା ଛାଡି କାନ୍ଦୁଥିଲେ । ଯବାନ ପୁଅର ମୃତ୍ୟୁକୁ ଦେଖି କେଉଁ ମାଆ ବା ସମ୍ଭାଳିବ?

harassing parents
ସରକାରଙ୍କ ବଡ଼ ନିଷ୍ପତ୍ତି; ଏଣିକି ବାପା-ମା’ଙ୍କ ଯତ୍ନ ନନେଲେ ଆଉ ମିଳିବନି ସମ୍ପତ୍ତି

ଏବେ ବାପା-ମା’ଙ୍କ ସେବା ନକଲେ ମିଳିବନି ସମ୍ପତ୍ତି । ଯଦି କୌଣସି ସନ୍ତାନ ତାଙ୍କ ପିତାମାତାଙ୍କୁ ହଇରାଣ କରନ୍ତି ତେବେ ସେମାନଙ୍କୁ ସମ୍ପତ୍ତି ହରାଇବାକୁ ପଡ଼ିବ ।

  • Monday, 28 August 2023
Divyang seeks for government support
ଗୁରୁଣ୍ଡି ଗୁରୁଣ୍ଡି ଟ୍ୟୁସନ୍‌ କଲେ ପରିବାରର ଭୋକ ମେଣ୍ଟିବ

ବଡ଼ ଅସହାୟ ରଞ୍ଜନ । ଦୁଇଟି ଗୋଡ ସଂପୂର୍ଣ୍ଣ ଅଚଳ ହେଲେ ବି ମିଳୁନି ସରକାରୀ ସହାୟତା । ପରିବାର ମୁହଁରେ ଦାନା ଦେବା ପାଇଁ ଏମିତି ଗୁରୁଣ୍ଡି ଗୁରୁଣ୍ଡି ପିଲାଙ୍କୁ ପଢାଉଛନ୍ତି କିଛି ରୋଜଗାର କରୁଛନ୍ତି । ଏତିକିରେ ଯାହା ଯେତିକି ହେଉଛି

Aadhar card
ଅଧିକାର ଛଡାଇ ନେଲା ଆଧାରକାର୍ଡ : ଦିବ୍ୟାଙ୍ଗ ହେଲେ ବି ମିଳୁନି ସହାୟତା

ଛତିଶଗଡ ଝିଅ, ଓଡ଼ିଶା ବୋହୂ । ପ୍ରେମ ବିବାହ ପରେ ଓଡ଼ିଶାରେ ରହିଲେ । ଜନ୍ମରୁ ଦିବ୍ୟାଙ୍ଗ..ଚଲାବୁଲା ତାଙ୍କ ପକ୍ଷରେ କଷ୍ଟ । ଏମିତି ପରିସ୍ଥିତିରେ ବି ଭତ୍ତା ମିଳୁନି କି ଘର ଖଣ୍ଡିଏ ମିଳୁନି । ବ୍ଲକ୍‌ ପ୍ରଶାସନ କହୁଛନ୍ତି ଖୁବଶୀଘ୍ର ମିଳିବ ସହାୟତା

Cremation
ସ୍ତ୍ରୀ-ପୁଅ ମରିଯିବା ପରେ...୯ ବର୍ଷ ହେଲାଣି ମଶାଣିରେ ରହୁଛି ଭଗବାନ

ଆଖି ସାମ୍ନାରେ ଚାଲିଗଲେ ସ୍ତ୍ରୀ ଆଉ ପୁଅ । ଝିଅ ବାହାଘର ପରେ ଘର ବି ଭାଙ୍ଗିଗଲା । ମୁଣ୍ଡ ଗୁଞ୍ଜିବାକୁ ଅଙ୍ଗନୱାଡି କେନ୍ଦ୍ରକୁ ଆଶ୍ରା କରିଥିଲେ ହେଲେ ସେଠାରୁ ବି ତଡି ଦେଲେ । ନିରାଶ୍ରୟ ହୋଇ ମଶାଣୀରେ ରହୁଛନ୍ତି ଭଗବାନ । ନାଳରୁ ପାଣି ପିଉଛନ୍ତି, ଯିଏ ଯାହା ଦେଲା ତାକୁ ଖାଉଛନ୍ତି

councillor 
ଯିଏ ସରକାରୀ ଭତ୍ତା ପାଉନି...ନିଜସ୍ୱ ଟଙ୍କାରୁ ତାଙ୍କୁ ଭତ୍ତା ଦେଉଛନ୍ତି କାଉନସିଲର

ନେତା ହେବ ତ ଏମିତି । କାଗଜପତ୍ର ଅସୁବିଧା କାରଣରୁ ଗାଁର ଅନେକ ଲୋକ ପାଉନାହାନ୍ତି ଭତ୍ତା । ଦୁଃଖ ଶୁଣିବା ପରେ ନିଜସ୍ୱ ଉଦ୍ୟମରେ ଗାଁର କିଛି ଲୋକଙ୍କୁ ଭତ୍ତା ଦେଉଛନ୍ତି କାଉନସିଲର

House Problem
ଘର ମିଳିଲାନି...ମୁଣ୍ଡ ଗୁଞ୍ଜିବାକୁ ବର୍ଜ୍ୟବସ୍ତୁ ଘରେ ରହୁଛି ପରିବାର

କାନ୍ଥରେ ଲେଖା ହୋଇଛି ଏଠାରେ ଅପରିଷ୍କାର ସାମଗ୍ରୀ ଆଣି ଫୋପାଡନ୍ତୁ । ହେଲେ ଏହି ଘରେ ରହୁଛି ପୂରା ପରିବାର । ଢୁ ଢୁ ବର୍ଷାରେ ଘର ଭାସିଯିବା ପରେ ମୁଣ୍ଡ ଗୁଞ୍ଜିବାକୁ ପାଇଲେନି ଆଶ୍ରା । ପଂଚାୟତ ଅଫିସ୍‌ ବର୍ଜ୍ୟବସ୍ତୁ ଘରେ ଏବେ ବିତୁଛି ଜୀବନ

 Divyang became an example
କୁଡିଆରେ ପାଠପଢ଼ି କଲେ ନିଟ୍ କ୍ୱାଲିଫାଏ, ଡାକ୍ତର ହେବେ ଦିବ୍ୟାଙ୍ଗ ଯୁବକ ସଂଗ୍ରାମ ସ୍ୱାଇଁ

ଭଲରେ ଚାଲି ନ ପାରିଲେ ବି ଚାଷ କରି ପଢ଼ିଛନ୍ତି ପାଠ । ବୁର୍ଲା ବଡ଼ମେଡିକାଲରେ ଲେଖାଇଛନ୍ତି ନାଁ। ସରକାର ଦିବ୍ୟାଙ୍ଗ ସାର୍ଟିଫିକେଟ ଦେଲା, ଭତ୍ତା ଭୁଲିଗଲା । 

  • Saturday, 26 August 2023
  • NEET
Divyang girl
ୟୁଟ୍ୟୁବ୍‌ରୁ ପଢି ୪୨୦ ରଖିଲେ ଦିବ୍ୟାଙ୍ଗ ଯୁବତୀ...ସ୍ୱପ୍ନ ଅଛି ଶିକ୍ଷୟିତ୍ରୀ ହେବେ

ଶିକ୍ଷୟିତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି ସଙ୍ଗୀତା । ଜନ୍ମରୁ ଦୃଷ୍ଟିବାଧିତ ଥିବା ପରେ ବି ହାର୍‌ ମାନିନାହାନ୍ତି ବରଂ ୟୁଟ୍ୟୁବରୁ ପାଠ ପଢି ଯୁକ୍ତ-୨ରେ ରଖିଛନ୍ତି ୪୨୦ ନମ୍ବର । ଏବେ ପାଠ ପଢାରେ ପ୍ରତିବନ୍ଧକ ସାଜିଛି ଆର୍ଥିକ ସଂକଟ । ସରକାର ଯଦି ସାହାଯ୍ୟ କରନ୍ତେ...

Auto-rickshaws
କାନ୍ଦୁଛି ରିକ୍ସାବାଲା : ଅଟୋ ପାଇଁ ବେପାର ହେଉନି...ଭୋକରେ ପରିବାର

ରାସ୍ତା ଉପରେ କାନ୍ଦୁଛି ରିକ୍ସାବାଲା । ଅଟୋ ଆସିବା ପରେ ବେପାର ପୂରା ମାନ୍ଦା...ପୂର୍ବରୁ ଦିନକୁ ୮ ଶହ ରୋଜଗାର ହେଉଥିଲା । ଏବେ ୫୦ ଟଙ୍କା ହେବା କଷ୍ଟ । ଏମିତି ପରିସ୍ଥିତିରେ ରିକ୍ସାବାଲାର ପରିବାର ଚଳିବ କେମିତି?

Elderly man seeks financial assistance
ଜରି ତଳେ ଜୀବନ : ନବୀନଙ୍କ ଦୁଃଖ ଶୁଣୁନାହାନ୍ତି ନବୀନ

ପୁଅ ସାପ କାମୁଡାରେ ମଲା । ବର୍ଷାରେ ଘର ଭାଙ୍ଗିଗଲା...ବୁଢା ବୟସରେ ପାଖରେ କିଛି ସମ୍ବଳ ନାହିଁ । ନାତି ମୁହଁରେ ଆହାର ଦେବା ପାଇଁ ମୂଲ ଲାଗୁଛନ୍ତି ଜେଜେ ବାପା । ପ୍ରଶାସନ ପାଖକୁ ଦୌଡି ଦୌଡି ଥକି ପଡିଲେଣି ସତ ହେଲେ ଘର ଖଣ୍ଡେ ମିଳିଲା ନାହିଁ