• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବାପାଙ୍କ ଛାତିରେ ମୁହଁ ମାଡି କାନ୍ଦୁଛି ସୁନା ଝିଅ । ଯାହାକୁ ବର୍ଣ୍ଣନା କରିବାକୁ ଆମ ପାଖେ ଶବ୍ଦର ଅଭାବ ରହିଛି । ଝିଅ କୁଣ୍ଢାଇ ଧରିଛି ବାପାଙ୍କୁ, ବାପା ହେଲମେଟ୍ କାଢୁଛନ୍ତି । ବାସ୍ ତା ପରେ ସିଏ ବି କାନ୍ଦୁଛନ୍ତି । ଏପରି ଏକ ଦୃଶ୍ୟ ଗତ କିଛିଦିନ ତଳେ ବେଶ୍ ଭାଇରାଲ ହୋଇଥିଲା । ଏ ଲୁହ ଦୁଃଖର ଲୁହ ନୁହେଁ … ଇଏ କେବଳ ସଫଳତାର କଥା କହୁଛି ।

ଏ ଲୁହକୁ ଆପଣ ବିଜୟର ଲୁହ ମଧ୍ୟ କହିପାରନ୍ତି । ଗୋଟେ ଚିଠିରେ ଝିଅର ମନକଥା ଲେଖାଅଛି । ସେ ଚିଠି ଝିଅର ସଫଳତା ବର୍ଣ୍ଣନା କରୁଛି । ଚିଠିରେ ଝିଅଟି ଲେଖିଛି, ‘‘ବାପା ମୁଁ CA ପାଇଛି। ଏଇତକ ପାଇବାକୁ ମତେ ୧୦ ବର୍ଷ ଲାଗିଗଲା । ଆଖିରେ ଆଖିଏ ସ୍ୱପ୍ନ ନେଇ ପ୍ରତିଦିନ ନିଜକୁ ନିଜେ ପଚାରୁଥିଲି, ଏ ସ୍ୱପ୍ନ କ’ଣ ସତ ହେବ !

ନା ଏମିତି ଏମିତି ହେଇ ଦିନ କଟିଯିବ ? କ୍ୟାଲେଣ୍ଡରର ତାରିଖ ବଦଳୁଥିଲା, ମୋ ସ୍ୱପ୍ନ ନିଦ ବଦଳାଇବା ପରି । ହଠାତ୍ ଦେଖିଲା ବେଳକୁ ମୋ ସଫଳତାର ତାରିଖ ବି ପହଞ୍ଚିଲା । ୧୧ଜୁଲାଇ ୨୦୨୪ । ସ୍ୱପ୍ନ ସତ ହେଇ ଯାଇଛି ବାପା, ତୁମ ଝିଅ CA ପାଇଛି । ବାପା, ତୁମକୁ ସମସ୍ତେ କହୁଥିଲେ, ଅଯଥାରେ କାହିଁ ଗୋଟାଏ ତା ପଢାପଢି ପଛରେ ଲାଗିଛ ।

ହଉ ହେଲା ୨ ଅକ୍ଷର ପଢିଦେଲା । ହେଲେ CA କରିବାର ସ୍ୱପ୍ନ କାହିଁକି ଦେଖୁଛ । ତୁମ ଝିଅ ପାରିବନି । ଏ ସବୁ କଥା ଛାଡ, ନିଜ କାମରେ ମନ ଦିଅ । ଛୋଟିଆ ଚା ଦୋକାନରେ ବସି ଏ ସବୁ କଥା ଶୁଣିଲା ବେଳକୁ ତୁମ ଛାତିରେ କଣ୍ଟା ଫୋଡି ହେଲା ଭଳି ଲାଗୁଥିବ । କିନ୍ତୁ ଆଜି ତୁମ ଝିଅ ତୁମ ସ୍ୱପ୍ନ ସତ କରିଛି ବାପା ।

ହଁ ମୁଁ ଗର୍ବରେ କହୁଛି, ମୋ ବାପା ଜଣେ ଚା ବାଲା, ହଁ ମୁଁ ଗୋଟିଏ ବସ୍ତିର ଝିଅ । ହେଲେ ମୁଁ ବି ମୋ ପାରିବାର ପଣ ଦେଖାଇଛି । ମୁଁ ବି ଜିତିବାର ସ୍ୱପ୍ନ ଦେଖିଛି, ସ୍ୱପ୍ନକୁ ପୂରା କରିଛି । ମୁଁ CA ପାଇଛି ।’’ ଏ କାହାଣୀ ଦିଲ୍ଲୀର ଅମିତା ପ୍ରଜାପତିଙ୍କର । ଯାହାଙ୍କ ବାପା ଜଣେ ଚା’ ବିକାଳି ।

ହେଲେ ଝିଅ ଅମିତା ଦୀର୍ଘ ୧୦ ବର୍ଷର ଅକ୍ଲାନ୍ତ ପରିଶ୍ରମ ପରେ CA ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଆଉ ଏ ଖୁସି ଆଜି ଉଭୟ ବାପ ଝିଅଙ୍କ ଅଖିରୁ ଲୁହ ହୋଇ ଝରିପଡୁଛି । ସାବାସ୍ ଅମିତା, ତୁମ କାହାଣୀ ଅନ୍ୟକୁ ପ୍ରେରଣା ଯୋଗାଇବ ନିଶ୍ଚୟ ।

OTV is now on Whatsapp

Join and get latest news update delivered to you via whatsapp

Join Now