• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ସଫଳତାର ଅନ୍ୟନାମ ବିକାଶ । ସଂଘର୍ଷର ଅନ୍ୟନାମ ବିକାଶ । ବିଫଳତା ଆଣିଦେଲା ସଫଳତା । କଥାରେ ଅଛି ଦୃଢ଼ଇଚ୍ଛା ଶକ୍ତି ଥିଲେ ସବୁକିଛି ସମ୍ଭବ । ଅଧିକାଂଶ ଲୋକ ଭାବନ୍ତି ଏହା କେବେଳ ବହିରେ ଲେଖା କଥା । ଆଉ ଏହି ପକ୍ତିଂର ସଠିକ୍ ଉଦାହରଣ ଦେଉଛନ୍ତି ବିକାଶ ଡି ନାହର । ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ନିଜ କଠିନ ପରିଶ୍ରମ ବଳରେ ଏହି କଥାକୁ ସତରେ ପ୍ରମାଣ କରି ଦେଖାଇଛନ୍ତି । ବ୍ୟବସାୟ, ପରୀକ୍ଷାଠାରୁ ଆରମ୍ଭ କରି ଜୀବନର ପ୍ରତ୍ୟେକ ଲଢ଼େଇରେ ବାରମ୍ବାର ବିଫଳ ହେବା ପରେ ବି ହାର ମାନିନାହାଁନ୍ତି । ବରଂ ବାରମ୍ବାର ଚେଷ୍ଟା ଫଳରେ ସଫଳତା ପାଇଛନ୍ତି। 

ଥରେ କି ଦିଥର ନୁହେଁ ୨୦ରୁ ଅଧିକ ଥର ବିଫଳ ହେବା ପରେ ବି ଆଜକୁ ବଢିବାର ଯୋଶ୍ ଆଜି ବିକାଶଙ୍କୁ ଜଣେ ସଫଳ ବ୍ୟବସାୟୀ ଭାବେ ଉଭା କରିପାରିଛି । ଏହି ସଫଳ ବ୍ୟବସାୟୀ ନିଜ କମ୍ପାନୀ ‘ହ୍ୟାପିଲୋ’କୁ ସଫଳତାର ସହ ଲଞ୍ଚ କରିବା ପୂର୍ବରୁ ୨୦ ଥର ବିଫଳ ହୋଇଥିଲେ । କିନ୍ତୁ ଏତେ ଥର ବିଫଳ ହେବା ପରେ ମଧ୍ୟ ବିକାଶ ଜିତିବାର ଜିଦ୍ ଛାଡ଼ି ନଥିଲେ । ଫଳରେ ଏବେ ତାଙ୍କ ପାଖରେ ୫୦୦ କୋଟି ଟଙ୍କାର ଏକ ବଡ଼ କମ୍ପାନି ରହିଛି। ତେବେ ସବୁଠାରୁ ବଡ଼ କଥା ହେଉଛି ବିକାଶ ଏହି କମ୍ପାନୀ ମାତ୍ର ୧୦ ହଜାର ଟଙ୍କାରେ ଆରମ୍ଭ କରିଥିଲେ ।

ଅଧିକ ପଢ଼ନ୍ତୁ: ୨୦ ହଜାର ପାଖରେ ଥିଲାବେଳେ ଚାକିରି ଛାଡ଼ିଥିଲେ, ଏବେ ତାଙ୍କର ୨୦୦ କୋଟିର କମ୍ପାନୀ !

କର୍ଣ୍ଣାଟକର ଜଣେ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିବା ବିକାଶଙ୍କ ପରିବାର କଫି ଓ ଗୋଲମରିଚ ଚାଷ କରନ୍ତି। ୨୦୦୫ରେ ବିକାଶ ବାଙ୍ଗାଲୋର ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ଆପ୍ଲିକେସନରେ ସ୍ନାତକ ହାସଲ କରିଛନ୍ତି । ଏହାପରେ ସେ ଜୈନ ଗ୍ରୁପରେ ସିନିୟର ଇମ୍ପୋର୍ଟ ମ୍ୟାନେଜର ଭାବେ କାମ ଆରମ୍ଭ କରିଥିଲେ । କିନ୍ତୁ ସେଠାରେ କିଛି ସମୟ କାମ କରିବା ପରେ ନାହର ସିମ୍ବାୟୋସିସ୍ ଇଣ୍ଟରନ୍ୟାସନାଲ ୟୁନିଭର୍ସିଟିରେ ଏମବିଏ କରିବା ପାଇଁ ଚାକିରି ଛାଡ଼ି ଦେଇଥିଲେ।

ବିକାଶ ନାହର ସିମ୍ବାୟୋସିସ୍ ଇଣ୍ଟରନ୍ୟାସନାଲ ୟୁନିଭର୍ସିଟିରୁ ଏମବିଏ କରିଛନ୍ତି । ପାଠପଢ଼ା ସରିବା ପରେ ସେ କିଛି ବର୍ଷ ପାରିବାରିକ ବ୍ୟବସାୟ କରିଥିଲେ । ଏହାପରେ ସେ ୨୦୧୬ରେ ‘ହ୍ୟାପିଲୋ’ ନାମରେ ଏକ କମ୍ପାନୀ ଲଞ୍ଚ କରିଥିଲେ । କମ୍ପାନିର ପ୍ରଥମ ପ୍ରଡକ୍ଟ ‘ଟ୍ରେଲ୍ ମିକ୍ସ’ ତୁରନ୍ତ ଭଲ ସଫଳତା ଦେଇଥିଲା । ତେବେ ହ୍ୟାପିଲୋ ଲଞ୍ଚ କରିବା ପୂର୍ବରୁ ତାଙ୍କୁ ବାରମ୍ବାର ବିଫଳତାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ପୂର୍ବରୁ ବିକାଶ ନାହର ପ୍ରାୟ ୨୦ଟି ନୂଆ ବ୍ୟବସାୟ ଆରମ୍ଭ କରିଥିଲେ ମଧ୍ୟ ସବୁଥିରେ ବିଫଳ ହୋଇଥିଲେ ।

ବିକାଶ ଡି ନାହରଙ୍କ କହିବା ଅନୁଯାୟୀ, ବାରମ୍ବାର ବ୍ୟବସାୟରେ କ୍ଷତି ସହିବା ପରେ ତାଙ୍କର ଆର୍ଥିକ ସାମର୍ଥ୍ୟ ଦୁର୍ବଳ ହୋଇପଡିଥିଲା । ‘ହ୍ୟାପିଲୋ’ ଆରମ୍ଭ କରିବା ପାଇଁ ତାଙ୍କ ପାଖରେ ମାତ୍ର ୧୦ହଜାର ଟଙ୍କା ଏବଂ ମାତ୍ର ୨ ଜଣ କର୍ମଚାରୀ ଥିଲେ । କିନ୍ତୁ ଏବେ ଏହି କମ୍ପାନୀ ୫୦୦ କୋଟିର ବ୍ୟବସାୟ କରୁଛି । ହ୍ୟାପିଲୋ ଆମାଜନ୍‌, ଫ୍ଲିପ୍‌କାର୍ଟ ସମେତ ଅନ୍ୟ ଇ-କମର୍ସ ସାଇଟ୍‌ରେ ଏହାର ଉତ୍ପାଦ ବିକ୍ରି କରିଥାଏ । ଏଥିରେ ୪୦ ପ୍ରକାର ଡ୍ରାଏ ଫ୍ରୁଟ୍ସ, ୬୦ ପ୍ରକାର ମସଲା ଓ ୧୦୦ ପ୍ରକାର ଚକୋଲେଟ୍ ରହିଛି।

OTV is now on Whatsapp

Join and get latest news update delivered to you via whatsapp

Join Now