• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଜୀବନରେ ସମସ୍ତେ ଚାହାଁନ୍ତି ବିଳାଶପୂର୍ଣ ଜୀବନ । ଏଥି ପାଇଁ ସମସ୍ତେ ବି କଷ୍ଟ କରନ୍ତି । କିଏ ସଫଳ ହୁଅନ୍ତୁ ତ, ଆଉ କିଏ ବିଫଳ ହୁଅନ୍ତୁ  । ବିଳାଶପୂର୍ଣ ଜୀବନ ସମସ୍ତଙ୍କ ପସନ୍ଦ । କିନ୍ତୁ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏକି ନିଜର କୋଟିକୋଟି ଟଙ୍କାର ସମ୍ପରି ଛାଡି ହୋଇଯାଇଛନ୍ତି ସନ୍ୟାସୀ । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ, କିନ୍ତୁ ଏହା ସତ । ତେବେ ଆସନ୍ତୁ ଜାଣିବା ସେମିତି ଏକ ବ୍ୟକ୍ତିଙ୍କର କାହାଣୀ...

ବାପା ଜଣେ ବଡ଼ ଶିଳ୍ପପତି । କିନ୍ତୁ ପୁଅ ଆପଣାଇନେଲେ ଭିକ୍ଷୁକଙ୍କ ରାସ୍ତା । ଆମେ କହୁଛୁ ଭେନ୍ ଅଜନ୍ ସିରିପାନୟୋଙ୍କ କଥା । ଯିଏକି ବିଜନେସ୍ ଟାଇକୋନ୍ ଏୟାରସେଲ୍‌ ଅଧ୍ୟକ୍ଷ ଆନନ୍ଦ କ୍ରିଷ୍ଣାଙ୍କ ପୁଅ । ଲୋଭ , ସାମ୍ରାଜ୍ୟକୁ ଭୁଲି ଓ ୪୦ ହଜାର କୋଟି ଟଙ୍କାର ସମ୍ପରିକୁ ଛି କରିଦେଇଛନ୍ତି । ଆଉ ଏବେ ସାଧାରଣ ଜୀବନଯାପନ କରୁଛନ୍ତି ।

କହିବାକୁ ଗଲେ ଟେଲିକମ୍ ଜଗତରେ ଭିନ୍ନ ଏକ ପରିଚୟ ସୃଷ୍ଟି କରିଛନ୍ତି ଆନନ୍ଦ କ୍ରିଷ୍ଣା । ଏୟାରସେଲ୍ କହିଲେ ଅନେକ ସ୍ମୃତି ଆଖ୍ ସାମ୍ନାକୁ ଆସିଯାଏ । ଅବଶ୍ୟ ଏବେ କମ୍ପାନୀ ବନ୍ଦ ହୋଇଯାଇଛି । କିନ୍ତୁ ଦିନେ ଆଇପିଏଲ ଫ୍ରାଞ୍ଚାଇଜ୍‌ ଚେନ୍ନାଇ ସୁପର୍ କିଙ୍ଗସ୍‌ର ସ୍ପୋନସର୍ ଥିଲା ଏୟାରସେଲ୍ । ଟେଲିକମ୍ ବ୍ୟତିତ ମିଡ଼ିଆ, ଅଏଲ୍, ଗ୍ୟାସ୍, ରିଅଲ ଇଷ୍ଟେଟ୍ ଓ ସାଟେଲାଇଟ୍ କମ୍ପାନୀ ମଧ୍ୟ ରହିଛି ଆନନ୍ଦ କ୍ରିଷ୍ଣାଙ୍କର ।

କିନ୍ତୁ ପିତାଙ୍କ ବିଳାଶପୂର୍ଣ୍ଣ ଚାଲିଚଳନକୁ ପାଦରେ ଆଡ଼େଇ ସନ୍ନ୍ୟାସୀ ରାସ୍ତା ଆପଣାଇ ନେଇଛନ୍ତି ସେ । ତାମିଲନାଡୁରେ ଜନ୍ମ ଗ୍ରହଣ କରିଥିଲେ ସିରିପାନୟୋ । ମାତ୍ର ୧୮ ବର୍ଷ ବୟସରେ ସନ୍ନ୍ୟାସୀ ହୋଇଯାଇଥିଲେ ଆନନ୍ଦଙ୍କ ପୁଅ ସିରିପାନୟୋ । ତେବେ କେଉଁ କାରଣ ପାଇଁ ସେ ଏଭଳି ରାସ୍ତା ବାଛିନେଲେ ସେ କଥା ଅସ୍ପଷ୍ଟ ।

ଶୁଣିବାକୁ ମିଳେ ଯେ ସେ କେବଳ କୌତୁହଳ ବା ମଜା ନେବା ପାଇଁ କିଛିଦିନ ସନ୍ନ୍ୟାସୀ ହେବାକୁ ଚାହୁଁଥିଲେ । କିନ୍ତୁ ସେହି ମଜା ତାଙ୍କୁ ଆଜୀବନ ସନ୍ନ୍ୟାସୀ କରିଦେଇଥିଲା । ଆଉ ସିରିପାନୟୋ ସାଧାରଣ ଜୀବନଯାପନ କରିବା ରାସ୍ତା ବାଛିନେଇଥିଲେ । ସିରିପାନୟୋ ସନ୍ନ୍ୟାସୀ ହେବାକୁ ୨୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ହୋଇଗଲାଣି । ସେ ଢଙ୍ଗଲର ଏକାନ୍ତବାସ କରିବାକୁ ବାଛିନେଇଥିଲେ । ଏହା ସହିତ ଥାଜ୍‌ଲାଣ୍ଡର ଥାଟୋ ଥାମ୍ ମଠରେ ମୁଖ୍ୟ ମହନ୍ତ ମଧ୍ୟ ରହିଛନ୍ତି । ପିଲାଦିନେ ଦେଶରୁ ଦେଶକୁ ବୁଲୁଥିବା ପିଲା ଓ ବିଳାସପୂର୍ଣ୍ଣ ଜୀବନ ବିତାଉଥିବା ସନ୍ତାନ ଏବେ ଆଜୀବନ ସନ୍ନ୍ୟାସୀ ।

OTV is now on Whatsapp

Join and get latest news update delivered to you via whatsapp

Join Now