• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଗତ କିଛିଦିନ ତଳେ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ସହ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ହୋଇଯାଇଛି । ଏହି ସମୟରେ ରିଲାଏନ୍ସ ଫାଉଣ୍ଡେସନର ଚେୟାରମ୍ୟାନ୍ ନୀତା ଅମ୍ବାନୀ କନ୍ୟାଦାନର ମହତ୍ତ୍ୱ ବିଷୟରେ କହିଥିଲେ । ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । କନ୍ୟାଦାନକୁ ଭାରତୀୟ ସଂସ୍କୃତିର "ସର୍ବଶ୍ରେଷ୍ଠ କାର୍ଯ୍ୟ" ବୋଲି ସେ ଅଭିହିତ କରିଥିଲେ ।

କୌଣସି ବାପା ମାଆ ନିଜ ଝିଅକୁ କାହାକୁ ମଧ୍ୟ ଦେଇପାରିବେ ନାହିଁ । ଗୋଟେ ଝିଅକୁ କେବେ ମଧ୍ୟ ନିଜ ବାପା ମାଆଙ୍କ ଠାରୁ ଅଲଗା କରାଯାଇନପାରେ । ନିଜ ହୃଦୟର ଗୋଟିଏ ଅଂଶକୁ ସେମାନେ କିପରି ଭାବେ ଅନ୍ୟ ଏକ ପରିବାର ସହ ବାଣ୍ଟି ପାରୁଛନ୍ତି । ଏ ସଂସ୍କୃତି ହିଁ ମହାନ୍ । ଆଉ କନ୍ୟାର ପିତାମାତା ମଧ୍ୟ ମହାନ୍ ବୋଲି ସେ କହିଥିଲେ ।

ଅଧିକ ପଢ଼ନ୍ତୁ: Video: ବିବାହ ପରେ ଏହି ସ୍ଥାନକୁ ଗଲେ ଅନନ୍ତ-ରାଧିକା; ମିଳିଲା ଭବ୍ୟ ସ୍ବାଗତ...

ଝିଅ କେବଳ କାହାକୁ ଦେଇଦେବା ପାଇଁ ନୁହେଁ । ଗୋଟେ ଝିଅ ସଦାବେଳେ ଦୁଇଟି ପରିବାର ପାଇଁ ଖୁସିର କାରଣ ସାଜିଥାଏ ବୋଲି ନୀତା ଅମ୍ବାନୀ କହିଥିଲେ । ଝିଅ ଏକ ଆର୍ଶୀବାଦ । ସେମାନେ ସୁଖ, ପ୍ରେମ ଏବଂ ଆଲୋକର ଉତ୍ସ । ରାଧିକା ନିଜ ପରିବାରକୁ ଗୌରବାନ୍ୱିତ କରିବା ସହ ବର୍ତ୍ତମାନ ଅମ୍ବାନୀ ପରିବାରର ମଧ୍ୟ ଗର୍ବ ଓ ଗୌରବ ବୋଲି ସେ କହିଛନ୍ତି ।

ଏହି ସମୟରେ ଏକ ଅତି ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଥିଲା । ନୀତା ଅମ୍ବାନୀ କନ୍ୟାଦାନ ବିଷୟରେ ବର୍ଣ୍ଣନା କରିବା ବେଳେ ତାଙ୍କ ସ୍ୱାମୀ ମୁକେଶ ଅମ୍ବାନୀଙ୍କ ସମେତ ଅନେକ ଅତିଥି ଭାବପ୍ରବଣ ହୋଇଥିଲେ । ଭାରତ, ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ପରମ୍ପରା ଅନୁଯାୟୀ ମହିଳାମାନଙ୍କୁ ସର୍ବାଧିକ ସମ୍ମାନ ଦେଇଥାଏ । ଆମର ଶାସ୍ତ୍ର ଆମକୁ ଶିକ୍ଷା ଦିଏ ଯେଉଁଠାରେ ଝିଅ ଅଛି, ସେଠାରେ ଶୁଭ ଅଛି । ସେଠାରେ ଈଶ୍ୱରୀୟ ଶକ୍ତି ଅଛି । ଝିଅଙ୍କ ପାଇଁ ପରିବାର ସ୍ୱର୍ଗ ପାଲଟେ ବୋଲି ନୀତା ଅମ୍ବାନୀ କହିଥିଲେ ।

ଏକ ଭାରତୀୟ ବିବାହ ବର ଓ କନ୍ୟା ସହ ଉଭୟ ପରିବାରର ସମ୍ପୂର୍ଣ୍ଣ ସହମତି, ସମ୍ମାନ ଓ ସମାନତାର ମୂଳଦୁଆ ଉପରେ ନିର୍ଭର କରେ । ତେଣୁ କନ୍ୟାଦାନର ପ୍ରକୃତ ମହତ୍ତ୍ୱ ଦେଉଛି, ବରର ପିତାମାତା ବୋହୁକୁ ଝିଅ ଭାବେ ଗ୍ରହଣ କରନ୍ତି ଓ କନ୍ୟାର ପିତାମାତା ବରକୁ ପୁଅ ଭାବେ ଗ୍ରହଣ କରି ନିଜ ଜୀବନର ସବୁଠାରୁ ମୂଲ୍ୟବାନ ରତ୍ନକୁ ପ୍ରଦାନ କରନ୍ତି । ଏହା ହିଁ କନ୍ୟାଦାନର ପ୍ରକୃତ ଉଦ୍ଦେଶ୍ୟ ବୋଲି ସେ କହିଥିଲେ ।

ଅଧିକ ପଢ଼ନ୍ତୁ: ଗ୍ରାଣ୍ଡ ମ୍ୟାରେଜ୍...ଗ୍ରାଣ୍ଡ ଖାନା...ଅନନ୍ତ-ରାଧିକାଙ୍କ ବିବାହ ଭୋଜିରେ ଥିଲା ଏହି ସବୁ ଆଇଟମ୍‌...

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଗୋଟେ ଝିଅର ମାଆ ହିସାବରେ ଏତିକି ଜାଣେ, କୌଣସି ପିତାମାତା କେବେ ମଧ୍ୟ ନିଜ ଝିଅକୁ କାହାକୁ ଦେଇଦେବାକୁ ଚାହାନ୍ତି ନାହିଁ । ଝିଅମାନେ ଜୀବନର ସବୁଠାରୁ ବଡ ଆଶୀର୍ବାଦ ଏବଂ ସବୁଠାରୁ ବଡ଼ ଆନନ୍ଦ । ସେମାନେ ଦେବୀ ଲକ୍ଷ୍ମୀଙ୍କର ସ୍ୱରୂପ । ସେମାନେ ଆମର ଆତ୍ମାର ଶୁଦ୍ଧ ଅଂଶ, ଆମ ସତ୍ତା ସହିତ ଜଡିତ ବୋଲି ନୀତା ଅମ୍ବାନୀ କହିଛନ୍ତି ।

ସୂଚନାଯୋଗ୍ୟ, ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ଜୁଲାଇ ୧୨ ରେ ହୋଇଥିଲା । ଏଥିରେ ବଲିଉଡର ଅନେକ ସେଲିବ୍ରିଟି, ସମାଜସେବୀଙ୍କ ହଲିଉଡ୍ ଷ୍ଟାରଙ୍କ ସମେତ ଅନେକ ଭାରତୀୟ ରାଜନେତା ମଧ୍ୟ ଯୋଗ ଦେଇଥିଲେ ।

OTV is now on Whatsapp

Join and get latest news update delivered to you via whatsapp

Join Now