Advertisment

'ଆଉ ବଞ୍ଚିବାକୁ ଚାହୁଁନି, ମରିବାକୁ ଅନୁମତି ମିଳୁ’..ମୁଖ୍ୟମନ୍ତ୍ରୀଙ୍କୁ ଏଭଳି କହିଲେ ମହିଳା, ଜାଣନ୍ତୁ କାରଣ

ବିବାହ ପରେ ଦୀର୍ଘ ୩୫ ବର୍ଷ ହେଲା ସେ ଜଳେଶ୍ବରରେ ରହୁଛନ୍ତି। ଏକାକୀ ଜୀବନ ଅତିବାହିତ କରୁଛନ୍ତି। ନା କେହି ଦାୟିତ୍ୱ ନେବାକୁ ଅଛି ନା ଆହା ପଦେ କହିବାକୁ।

author-image
Sonali Ojha
ଅଦ୍ୟତନ ହୋଇଛି
Euthanasia

Euthanasia

ଜୀବନ ଯନ୍ତ୍ରଣା ଆଉ ସହି ହେଉନି। ନା ଚାଲି ପାରୁଛି ନା ହଲି ପାରୁଛି। ଖଟରେ ପଡିପଡି ଖାଲି କଷ୍ଟ ପାଇବା କଥା। ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇ ଶେଷରେ ମୃତ୍ୟୁକୁ ଅପେକ୍ଷା କରିଛନ୍ତି। ଶେଷରେ ନିରୁପାୟ ହୋଇ ଇଚ୍ଛା ମୃତ୍ୟୁ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଜଣେ ମହିଳା।

Advertisment

ବାଲେଶ୍ବର ବସ୍ତା ବ୍ଲକ ରଘୁନାଥପୁର ପଞ୍ଚାୟତର ଗିଲା ଜୁଡି ଗାଁର କାଞ୍ଚନ ନାୟକ । ବୟସ ୫୦ରୁ ୫୫ବର୍ଷ। ବିବାହ ପରେ ଦୀର୍ଘ ୩୫ ବର୍ଷ ହେଲା ସେ ଜଳେଶ୍ବରରେ ରହୁଛନ୍ତି। ଏକାକୀ ଜୀବନ ଅତିବାହିତ କରୁଛନ୍ତି। ନା କେହି ଦାୟିତ୍ୱ ନେବାକୁ ଅଛି ନା ଆହା ପଦେ କହିବାକୁ। ଖଟିଲେ ଖାଇବେ, ନହେଲେ ପେଟ ଚାଖଣ୍ଡ ଉପାସ ରହିବ। ଏହାରି ଭିତରେ ନାନା ଅସୁବିଧା ଭୋଗୁଛନ୍ତି କାଞ୍ଚନ।

କାଞ୍ଚନ ପ୍ରଥମେ ଏକ ପ୍ରିଣ୍ଟିଂ ପ୍ରେସରେ କାର୍ଯ୍ୟ କରୁଥିଲେ। ପରେ ନିଜେ ଏକ ଦୋକାନ ଖୋଲି ବ୍ରତ ଘର, ବିବାହ କାର୍ଡ ଆଦି ଛପାଇ ରୋଜଗାର କରୁଥିଲେ। ପରିବାର ସହ ସଂପର୍କ ନଥିବାରୁ ସେ ଏକାକୀ ରହୁଥିଲେ ।  ୧୫ ଦିନ ତଳେ ଦୁଇ ମହଲା ଭଡ଼ା ଘର ସିଡ଼ିରୁ ଓହ୍ଲାଇବା ବେଳେ ସେ ପଡିଯାଇଥିଲେ। ଏଥିରେ ତାଙ୍କ ଗୋଡ଼ ଭାଙ୍ଗିଯାଇଥିଲା । ସ୍ଥାନୀୟ ଲୋକେ ଓ ସଂପର୍କୀୟ ପୁତୁରା କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଇଥିଲେ। ସେଠାରେ ଅସ୍ତ୍ରୋପଚାର ହୋଇଥିଲା।

Advertisment

ଏହାପରେ ସଂପର୍କୀୟ ଜଳେଶ୍ୱରସ୍ଥିତ ଭଡା ଘରକୁ ନେଇ ଆସିଥିଲେ। ହେଲେ ସେଠାରେ ସେ ଏକାକୀ ଥିବାରୁ କେହି ବି ତାଙ୍କର ଦାୟିତ୍ୱ ନେବାକୁ ନାହାନ୍ତି। ଖଟରେ ସେମିତି ପଡି ରହିଛନ୍ତି। ଆର୍ଥିକ ଅସୁବିଧା ଓ ଅସହ୍ୟ ଯନ୍ତ୍ରଣା ସହି ନପାରି କାଞ୍ଚନ ନାୟକ ଇଚ୍ଛା ମୃତ୍ୟୁ ପାଇଁ ନିବେଦନ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ସେ ସୋସିଆଲ ମିଡିଆରେ ନିବେଦନ କରିଛନ୍ତି ।

Odisha CM Euthanasia
Advertisment
Advertisment