• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Drinking Water Crisis

drinking water crisis
ପିଇବା ପାଣି ପାଇଁ ଡହଳ ବିକଳ ୫ ଶହ ପରିବାର

ରାଜ୍ୟ ସରକାର ସୁଜଳ ଓ ବସୁଧା ଭଳ ଯୋଜନା ଚଳାଇଥିବା ବେଳେ କେନ୍ଦ୍ର ସରକାର ଚଳାଇଛନ୍ତି ହର ଘର ନଲ୍ ଯୋଜନା । ୨୦୨୪ ସୁଦ୍ଧା ପ୍ରତ୍ୟେକ ଘରେ ପାଇପ ଯୋଗେ ପାନୀୟ ଜଳ ଯୋଗାଇବାକୁ ପ୍ରତିଶୃତି ବି ଦେଇଛନ୍ତି। ହେଲେ କ଼ଟକ ଜିଲ୍ଲା ଉତାରଣ ପଂଚାୟତର ଅଲିଙ୍ଗି ଗ୍ରାମରେ ସରକାରଙ୍କ ପ୍ରତିଶୃତି ଏଠାରେ ଧୂଆଁ ବାଣ ସଦୃଶ୍ୟ ହୋଇଛି ।

Drinking water
ବାଃ ବାଃ ସରକାର ! ପୁଳାପୁଳା ଯୋଜନା, କଣଠେସା ଗରଡ଼ାପାଣି ଗାଁ

ସରକାରଙ୍କ ପୁଳାପୁଳା ଯୋଜନା । ଏମାନଙ୍କ ପାଇଁ ଯେମିତି ପାଲଟିଛି ଅପହଞ୍ଚ । ନା ଅଛି ରାସ୍ତା... ନା ଅଛି ପିଇବା ପାଣିର ବ୍ୟବସ୍ଥା । ସରକାରଙ୍କ ଅନ୍ୟ ସବୁ ଯୋଜନା କଥା ତ ନକହିବା ଭଲ । ଏ ହେଉଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ କୁଲେଇସିଳା ପଞ୍ଚାୟତରେ ଥିବା ଗରଡ଼ାପାଣି ଗାଁ । ଏଠିକାର ଲୋକଙ୍କ ନିକଟରେ ଆଜି ବି ପହଞ୍ଚି ପାରିନାହିଁ ମୌଳିକ ସୁବିଧା ।

drinking water
ପିଉଛନ୍ତି ଚୁଆ ପାଣି...ଅନ୍ଧାରରେ ସାହା ଡିବିରି ଆଲୁଅ

ଏ ଗାଁର ଅବସ୍ତା ଏମିତି ଯେ... ଯେଉଁଠି ବେଳ ବୁଡ଼ିଲେ ଅନ୍ଧାରର ଚାଲେ ରାଜୁତି... ରାତିରେ ଦି’ ଅକ୍ଷର ପାଠ ପଢିବା ପାଇଁ ଦିକିଦିକି ଜଳୁଥିବା ଡବିରି ହିଁ ଏକମାତ୍ର ସାହା ଭରସା... ଶିକ୍ଷାର ବିକଳ ଅବସ୍ଥା ଲାଗି ଗାଆଁରେ ନାହିଁ ଅଙ୍ଗନୱାଡ଼ି,ବିଦ୍ୟାଳୟ। ଶୁଦ୍ଧ ପିଇବା ପାଣି ଏମାନଙ୍କ ପାଇଁ ସାତ ସପନ... ପାଣି ମୁନ୍ଦେ ପାଇଁ ଏକ କିଲୋମିଟର ଅଣଓସାରିଆ ହିଡ଼ ରାସ୍ତା ହିଁ ମାଧ୍ୟମ... ହିଡ଼ ଡେଇଁଲେ ଦୂଷିତ ଚୁଆ ଏବଂ ସେଇ ଚୁଆର ଗୋଳିଆ ପାଣି ସାରା ଗାଁର ତୃଷା ମେଣ୍ଟାଏ...

struggle for drinking water
ପାଣି ନଦେଲେ ଭୋଟ୍ ନାହିଁ

ଶୁଖିଲା ପଡ଼ିଛି ଗରା ବାଲଟି....ବାଲଟିଏ ପାଣି ପାଇଁ ପାହାଡ଼ ଚଢ଼ିଗଲେ ସିନା ଦେହରେ ଆଉ ବଳ ନାହିଁ । କେତେବେଳେ ପାଇପରେ ପାଣି ଆସିବ ଆଉ ବାଲଟି ପୂରଣ ହେବ ଅପେକ୍ଷାରେ ଆଖିରୁ ପାଣି ମଲାଣି । ଏଥର ଭୋଟ୍ ଆଗରୁ ପାଣି ସୁବିଧା ନକଲେ ଭୋଟ୍ ବର୍ଜନ କରିବାକୁ ଗ୍ରାମବାସୀଙ୍କ ଚେତାବନୀ ।

drinking water
ବିକଶିତ ଓଡ଼ିଶାର ବିକଳ ଚିତ୍ର!

ଅସନା ପାଣିକୁ ତୁଣ୍ଡରେ ମାରି ତୃଷ୍ଣା ମେଣ୍ଟାଉଛନ୍ତି.. ମନ ବୁଝାଇବାକୁ ଯାହା ହାଣ୍ଡି ଗରାରେ ଗାମୁଛା ପକାଇ ପାଣି ଛାଣି ନେଉଛନ୍ତି ମହିଳାମାନେ..ସତରେ କଣ କପଡ଼ାରେ ଛାଣି ନେଇ ଏ ପାଣି ବିଶୁଦ୍ଧ ହୋଇଯିବ ! ବିଡ଼ମ୍ବନା ଅସନା ପାଣିକୁ ପାଇବା ଲାଗି ବାଡ଼ିଆପିଟା ଲାଗିଯାନ୍ତି ମହିଳାମାନେ.. ହାୟ ! ବିକଶିତ ଓଡ଼ିଶାର ଏ ବିକଳ ଚିତ୍ର ସତରେ ଭାରି ଚିନ୍ତାଜନକ..

lack of drinking water
ନଳକୂଅଁ ମାରି ମାରି ଡେଣା ବଥା ହେଇଯାଉଛି

ରାତି ପାହିଲେ ମହିଳାଙ୍କ ମୁଣ୍ଡରେ ଚଡ଼କ ପଡ଼େ.. ଦିନଟା ଯାକ ପାଇଁ ପାଣି ଯୋଗାଡ଼ିବାକୁ କିମି କିମି ପାଦରେ ଚାଲି ଚାଲି ଯିବାକୁ ପଡ଼ୁଛି.. ଘଣ୍ଟା ଘଣ୍ଟା ଠିଆ ହେବାକୁ ପଡ଼ୁଛି, ନଳକୂପ ମାରି ମାରି ଡେଣା ଦରଜ ହେଇଯାଉଛି, ଆଉ ତା’ ପରେ ମିଳୁଛି ମୁଦାଏ ପାଣି..ସରକାର ସିନା ମାଗଣା ଚାଉଳ ଦେଇଦେଲେ, ହେଲେ ପାଣି ତ ନାହିଁ, ଚାଉଳ ସିଝେଇବୁ କେମିତି ବୋଲି ପ୍ରଶ୍ନ କରିଛନ୍ତି ଗାଁ ଲୋକେ..

allege govt's apathy
ଏ ପାଣିରେ କିଏ ପାଦ ଧୋଇବନି.. ହେଲେ ଆମେ ପିଉଛୁ..

ଏମିତି ନୁହେଁ ଯେ ସରକାର ଏମାନଙ୍କ ପାଇଁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିନାହାନ୍ତି.. ହେଲେ ସରକାରୀ ବ୍ୟବସ୍ଥାରେ ପାଣି କେମିତି ମିଳୁଛି ଆପଣ ନିଜେ ଦେଖନ୍ତୁ.. ଟ୍ୟାପରୁ ଟୋପା ଟୋପା ହୋଇ ପଡ଼ୁଛି ପାଣି.. ସେଇ ପାଣିକୁ ସଂଗ୍ରହ କରିବାକୁ ଅପେକ୍ଷା କରିଛନ୍ତି ଶହ ଶହ ହାଣ୍ଡି ଗରା.. ଏ ହେଉଛି ମୟୂରଭଞ୍ଜ ଜିଲ୍ଲା ତାରଣା ଗାଁରେ ବିକାଶର ଚିତ୍ର..

 drinking water
ପାଣି ଟୋପେ ପାଇଁ ଏଠି ଲୋକଙ୍କ ଦଶା ଦେଖି ହେଉନି

ଜଳ ହିଁ ଜୀବନ କିନ୍ତୁ ଶୁଦ୍ଧ ପାନୀୟ ଜଳ ଟିକେ ଆମ ପାଇଁ ସାତ ସପନ ବୋଲି କୁହନ୍ତି ଲୋକେ । ଗାଁରେ ଥିବା ନଳକୂପରୁ ପାଣି ଆସୁନି । ଯାହା ବାହାରୁଛି ତାକୁ ପିଇ ହେଉନି । ଭରସା କେବଳ ଗାଁଠୁ ଦୂର ଏକ ପୁରୁଣାକାଳିଆ କୂଅ । ସେଇ କୂଅରୁ ବି ମଣ୍ଡ ପାଣି ବାହାରୁଛି । ତାକୁ ନେଇ ଛାଣି ପିଇବାକୁ ବାଧ୍ୟ ହେଉଛନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି...

drinking water
ଟିକସ ନେଉଛନ୍ତି, ପାଣି ଟୋପାଏ ଦେଉନାହାନ୍ତି

ଚର୍ଚ୍ଚାରେ ଦଶପଲ୍ଲା ହାଟ । ବ୍ୟବସାୟୀଙ୍କଠୁ ମୋଟା ଅଙ୍କର ଟିକସ ନେଉଛି ପ୍ରଶାସନ ...ହେଲେ ଶୌଚାଳୟ ଟିଏ ନାହିଁ କି ପାଣି ଟୋପାଏ ମିଳୁନି । ପରିବା କିଣି ଆଣିବା ବେଳକୁ ଗାଡ଼ି ନେଇ ପଳାଉଛନ୍ତି ଦୁର୍ବୃତ୍ତ

Water problem
ଏ ପାଣି ଆମେ କେମିତି ପିଇବୁ?

ଶୁଣ ସରକାର...ଏ ହଳଦିଆ ପାଣିକୁ ନିଜେ ପିଇବ ତ?

Special story
ପାଖରେ ଚିରସ୍ରୋତା ନଦୀ, ହେଲେ ପାଣି ଟୋପାଏ ସ୍ୱପ୍ନ

ବାଡ଼ ଯଦି ଫସଲ ଖାଇବ ଲୋକେ କହିବେ କାହାକୁ?

water scarcity
ଉତ୍କଟ ଜଳସମସ୍ୟା : ପାଣି ପାଇଁ ଲାଇନରେ ଗରାବାଲଟି

ଖରା ଯେତିକି ବଢୁଛି, ପାଣି ସମସ୍ୟା ସେତିକି ଉତ୍କଟ ହେଉଛି। ଏବେ ଚାରିଆଡ଼େ ପାଣି ପାଇଁ ଦେଖା ଦେଇଛି ହା ହା କାର। ଷ୍ଟାଣ୍ଡ ପୋଷ୍ଟରୁ ପାଣି ଆସୁନଥିବାରୁ ଟ୍ୟାଙ୍କର୍ ପାଣି ଉପରେ ଭରସା କରିଛନ୍ତି ଗାଁଲୋକେ। ଆଠଗଡରୁ ଏ ରିପୋର୍ଟ...

water problem
ସଚଳ ହେଉନି ଅଚଳ ପାନୀୟ ଜଳ ପ୍ରକଳ୍ପ, ଟୋପେ ପାଣି ପାଇଁ ଡହଳବିକଳ ଲୋକେ

ଡହ ଡହ ଖରାରେ ପାଣି ଢୋକେ ମିଳୁନାହିଁ। ଖରା ବଢିବା ସାଙ୍ଗକୁ ଉତ୍କଟ ହୋଇଛି ପିଇବା ପାଣି ସମସ୍ୟା। ପ୍ରଚଣ୍ତ ଖରା ଯୋଗୁ ଅସ୍ତବ୍ୟସ୍ତ ଜନଜୀବନ। ବାସୁଦେବପୁର ପୌରପାଳିକା କହୁଛି ଏମିତି କଥା...