ଚିତ୍ରରେ ଚିତ୍ରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ । ଏ ଚିତ୍ରଗୁଡ଼ିକ ଯେମିତି ଏ ଝିଅଟିର ହାତରେ ଜୀବନ୍ତ ହୋଇଉଠିଛି । କଳାକଳା ଚକାଡ଼ୋଳା ସାଙ୍ଗକୁ ମହାପ୍ରଭୁଙ୍କ ଚାରିପଟେ ଲାଗିଥିବା ଏ କୁନିକୁନି କାଚଖଣ୍ଡ ଗୁଡ଼ିକ ଆଖିକୁ ଦେଖିବାକୁ ଯେତିକି ସୁନ୍ଦର ସେତିକି ମନଲୋଭା ମଧ୍ୟ ।
ପ୍ୟାରିସ ଅଲିମ୍ପିକ୍ସରେ ଏବେ ଚର୍ଚ୍ଚାରେ ଏହି ପାକିସ୍ତାନୀ ଆଥଲେଟ୍ । ୯୨.୯୭ ମିଟର ଜାଭେଲିନ୍ ଥ୍ରୋ କରି ସେ ଆଥଲେଟିକ୍ସରେ ପାକିସ୍ତାନ ପାଇଁ ପ୍ରଥମ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ଜିତିବାର ରେକର୍ଡ କରିଛନ୍ତି ।
ପାଖରେ ମା’ ନାହିଁ... ବଞ୍ଚିବାକୁ ସାହାରା ବି ନାହିଁ । ହେଲେ ଭଗବାନ ଏମାନଙ୍କୁ ବଞ୍ଚାଇ ଦେଇଛନ୍ତି । ପ୍ରକୃତିର କରାଳ ରୂପରେ ଲୀନ ହେବା ପୂର୍ବରୁ ଉଦ୍ଧାରି ଦେଇଛନ୍ତି ଭଗବାନ । ହେଲେ ସବୁ କିଛି ଯେମିତି ଏ ନିରୀହ ନିଷ୍ପାପ କୁନିକୁନି ଛୁଆ ଦିଇଟାଙ୍କ ପାଇଁ ଚାଲିଯାଇଛି । ମା’ ତ ପାଖରେ ନାହିଁ, କି ଆଶ୍ରୟ ଟିକେ ନେବାକୁ ଗଛଟିଏ ବି ନାହିଁ ।
କ୍ଷେତରେ ଫଳିଛି ଲାଲ ଟହ ଟହ ସ୍ୱାଦିଷ୍ଟ ଡ୍ରାଗନ ଫ୍ରୁଟ। ଦେଖିବାକୁ ଯେମିତି ମନଲୋଭା ସ୍ୱାଦବି ସେମିତି ନିଆରା। ବଗିଚାରେ ଧାଡିକି ଧାଡି ହୋଇ ଲାଗିଛି ଏହି ବିଦେଶୀ ଫଳ। ଏହାକୁ ଚାଷ କରିଛନ୍ତି ଜଣେ ଡ୍ରାଇଭର ।
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ମା’ ହଂସର ଭିଡିଓ ଭାଇରାଲ୍ ହେଉଛି, ଯେଉଁଥିରେ ସେ ନିଜ ପିଲାମାନଙ୍କ ସହିତ ନଜର ଆସିଛି। ଏହି ଭିଡିଓରେ ଦେଖନ୍ତୁ କିପରି ମା’ ହଂସର ପକ୍ଷର ଏହି ବିଳାସପୂର୍ଣ୍ଣ ଘର ଭିତରେ ତା’ ପିଲାମାନେ ଅତି ଆରାମଦାୟକ ଏବଂ ନିରାପଦରେ ବସିଛନ୍ତି।
ଜୀବନର ଏହି ସଂଘର୍ଷ ଭିତରେ ସେ ସବୁବେଳେ ଶିକ୍ଷା ପାଇବାର ସ୍ୱପ୍ନ ଦେଖୁଥିଲେ । କିନ୍ତୁ ଅଭାବ ଅନଟର ତାଙ୍କୁ ରେଷ୍ଟୁରାଣ୍ଟ କାମରେ ବାନ୍ଧି ରଖିଥିଲା ।
ପ୍ରଥମ ଦିନରୁ ହିଁ ସେ ଭାରି ଦୁଃଖୀ ଜଣାପଡ଼ୁଥିଲେ । କାରଣ ତାଙ୍କ ମନରେ ଗୋଟିଏ ପ୍ରଶ୍ନ ‘ମୁଁ ଚାରି ବର୍ଷ ଏହି କଲେଜ୍ରେ ରହି ପାଠ ପଢ଼ିପାରିବି ତ ?’
ଶିକ୍ଷକ ହେବ ତ ଏମିତି ! ଜଣେ କର୍ତ୍ତବ୍ୟ ନିଷ୍ଠା ଦୀବ୍ୟାଙ୍ଗ ଶିକ୍ଷକଙ୍କ ପାଇଁ ପୂରା ଗାଁ ଆଜି ଗର୍ବ ଅନୁଭବ କରୁଛି । ନିତିଦିନ ବିଦ୍ୟାଳୟକୁ ଆସି କୁନିକୁନି ଛାତ୍ରଛାତ୍ରୀଙ୍କୁ ଗୀତ ନାଚ ମାଧ୍ୟମରେ ଶିକ୍ଷାଦାନ ସହ ବିଦ୍ୟାଳୟର ବିକାଶ କ୍ଷେତ୍ରରେ ଅହରହ ଉଦ୍ୟମ କରୁଥିବା ଏହି ଶିକ୍ଷକ ଏବେ ଅନ୍ୟ ଶିକ୍ଷକମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି l
ଦୃଢ଼ ଇଚ୍ଛାଶକ୍ତି, କଠିନ ପରିଶ୍ରମ ଅସାଧ୍ୟ କାର୍ଯ୍ୟକୁ ବି ସାଧ୍ୟ କରିଦିଏ । ଛୋଟରୁ ବଡ଼ ହେବାର ସ୍ବପ୍ନ ଏବଂ ସମାଜ ପାଇଁ ତାଙ୍କର ସେବା ତାଙ୍କୁ ନୂଆ ଏକ ସମ୍ଭାବନା ଦିଏ । ଗାଲ ଶୁଖି ଗଲାଣି, ଚର୍ମ ଧୁଡୁ ଧୁଡୁ ହୋଇ ଗଲାଣି, କାନକୁ ଆଉ ଭଲ ଭାବେ ଶୁଭାଯାଉନି । କିନ୍ତୁ ଏବେ ବି ସେ ୯୦ ବର୍ଷରେ ଫିଟ୍ । ଜଙ୍ଗଲୀଜାତ ଚେର ମୂଳରୁ ଗବେଷଣା କରି ରାଜ୍ୟ ତଥା ରାଜ୍ୟ ବାହାରେ ସୁନାମ ଅର୍ଜନ କରିଛନ୍ତି ୯୦ ବର୍ଷିୟ ବୈଦ୍ୟ ଗୋଲେଖ ସାହୁ ।
ପତ୍ନୀଙ୍କ ସ୍ମୃତିରେ ପ୍ରତିମୂର୍ତ୍ତି,ଜୀବନ ସାଥି ପାଇଁ ଚାଷ ଜମିରେ ନିର୍ମାଣ କଲେ ପ୍ରତିମୂର୍ତ୍ତି । ସ୍ତ୍ରୀ ମୃତ୍ୟୁ ପରେ ପ୍ରତିମୂର୍ତ୍ତି ନିର୍ମାଣ କରାଇଲେ ସ୍ବାମୀ ।
ଚିର ଯୁବକ ଓ ଅମର ରହିବା ମଣିଷର ଏକ ଇଚ୍ଛା ଭାବେ କାହିଁ କେଉଁ କାଳରୁ ରହିଆସିଛି । ବୃଦ୍ଧ ଭାବେ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥାରେ କେହି ରହିବାକୁ ଚାହାନ୍ତି ନାହିଁ ।
୪ ଫୁଟ୍ ୨ ଇଞ୍ଚ ଉଚ୍ଚତା ବିଶିଷ୍ଟ ଦିଶା ପାଣ୍ଡ୍ୟା ଯେତେବେଳେ ପାଠପଢା ସାରି ଚାକିରି ଖୋଜିବାକୁ ବାହାରିଲେ । ସେତେବେଳେ ତାଙ୍କ ଉଚ୍ଚତା ପାଇଁ ୧୭ ଥର ଇଣ୍ଟର୍ଭ୍ୟୁରେ ରିଜେକ୍ଟ ହୋଇଥିଲେ । କିନ୍ତୁ ଏବେ ବ ଣ୍ଟୁଛନ୍ତି ଚାକିରି...
ଆପଣ ଆର୍ଥିକ ଦୃଷ୍ଟିରୁ ଅସୁବିଧାରେ ଅଛନ୍ତି କିମ୍ବା ନଜର ଖର୍ଚ୍ଚ ହ୍ରାସ କରିବାକୁ ଚାହୁଁଛନ୍ତି, ତେବେ କମ୍ରୁ କମ୍ ଜିନିଷ ସହିତ ବଞ୍ଚିବା ଶିଖନ୍ତୁ । ଏହା ଆପଣଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ଏହା ଏକ ଭଲ ଉପାୟ ।
ବାଲେଶ୍ୱର ଜିଲ୍ଲା ସୋର ବ୍ଲକର ରଘୁନାଥ ଜେନାଙ୍କ ଝିଅ ହେଉଛନ୍ତି ପରୀ ଜେନା । ସେ ଏବେ ନବମ ଶ୍ରେଣୀରେ ପାଠ ପଢ଼ୁଛନ୍ତି । ଏତେ ଛୋଟ ବୟସରେ ରେଳ ବିଭାଗକୁ ପରୀ ଏକ ନୂଆ ସନ୍ଦେଶ ଦେଇଛନ୍ତି l
ବାହାନଗା ରେଳ ଦୁର୍ଘଟଣା । ସେ ଦିନର ସେ କଳା ରାତିକୁ ମନେପକାଇଲେ ଆଜି ବି ଛାତି ଥରି ଉଠେ । ଅକାଳରେ ଚାଲିଗଲା ଶହଶହ ଲୋକଙ୍କ ଜୀବନ । ଉଜୁଡ଼ିଗଲା କାହିଁ କେତେ ପରିବାର । କିଏ ସ୍ବାମୀଙ୍କୁ ହରାଇଲା ଆଉ କିଏ ଭେଣ୍ଡିଆ ପୁଅକୁ... ଆଉ ପୁଣି କୋଉ ମା’ର କୋଳ ହୋଇଗଲା ଖାଲି ।
ବାପାଙ୍କ ଛାତିରେ ମୁହଁ ମାଡି କାନ୍ଦୁଛି ସୁନା ଝିଅର । ଯାହାକୁ ବର୍ଣ୍ଣନା କରିବାକୁ ଆମ ପାଖେ ଶବ୍ଦର ଅଭାବ ।
ଆଶିମା... ନା ନା କେବଳ ଆଶିମା ନୁହେଁ... IAS ଆଶିମା । ନାଁ ଯେମିତି କ୍ୟାରିୟର ବି ସେମିତି । ଆରମ୍ଭରୁ ପାଠପଢ଼ାରେ ଟପ୍ପର ହୋଇଥିବା ଏ ଯୁବତୀଙ୍କ ପ୍ରଶଂସା ବଲିଉଡ୍ କରୁଛି । ଆଶିମାଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନ ।
ବାପା ଜଣେ ବଡ଼ ଶିଳ୍ପପତି । କିନ୍ତୁ ପୁଅ ଆପଣାଇନେଲେ ଭିକ୍ଷୁକଙ୍କ ରାସ୍ତା । ତେବେ ଆସନ୍ତୁ ଜାଣିବା ସେମିତି ଏକ ବ୍ୟକ୍ତିଙ୍କର କାହାଣୀ...
ଥିଲେ ଅଭିନେତା କିନ୍ତୁ ଏବେ ଆଇଏଏସ୍ ଅଫିସର । ଆଜି ଆମେ ଆପଣଙ୍କୁ ଜଣେ IIT ଗ୍ରାଜୁଏଟଙ୍କ ବିଷୟରେ ଜଣେଇବୁ ଯିଏ କି ପୂର୍ବରୁ ଅଭିନେତା ଥିଲେ ଆଉ ଏବେ IAS ଅଫିସର । ଜାଣିବା ଅଭୟଙ୍କ ସଫଳତାର କାହାଣୀ....
ଗତ କିଛିଦିନ ତଳେ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ସହ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ହୋଇଯାଇଛି । ଏହି ସମୟରେ ରିଲାଏନ୍ସ ଫାଉଣ୍ଡେସନର ଚେୟାରମ୍ୟାନ୍ ନୀତା ଅମ୍ବାନୀ କନ୍ୟାଦାନର ମହତ୍ତ୍ୱ ବିଷୟରେ କହିଥିଲେ ।
କଥାରେ ଅଛି ରଖେ ହରି ତ ମାରେ କିଏ। ୫ ଦିନ ପରେ ମଝି ସମୁଦ୍ରରୁ ଉଦ୍ଧାର ହେଲେ ମତ୍ସ୍ୟଜୀବୀ। ବଞ୍ଚିବାର ଆଶା ଟିକକ ଲାଗି ସେ ନୂଆ ଜୀବନ ପାଇଛନ୍ତି। ଏଭଳି ଘଟଣା ସାମ୍ନାକୁ ଆସିଛି ପଶ୍ଚିମବଙ୍ଗ ହଳଦିଆଅଞ୍ଚଳରୁ। ଟ୍ରଲର ଲେଉଟିବାର ୫ ଦିନ ପରେ ଜଣେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରୁ ଜୀବନ୍ତ ଉଦ୍ଧାର କରାଯାଇଛି। ବାଂଲାଦେଶର ଏକ ଜାହାଜ MV-ଜୱାଦେର ସଂପୃକ୍ତ ମତ୍ସ୍ୟଜୀବୀଙ୍କୁଉଦ୍ଧାର କରିଛି। ଆଉ ଇଏ ସେହି ଉଦ୍ଧାର ସମୟର ଦୃଶ୍ୟ। ସମୁଦ୍ରରେ ଭାସୁଥିବା ବେଳେ ତାଙ୍କୁଲାଇଫ୍ ଜ୍ୟାକେଟ ପିନ୍ଧାଇ ଏକ କ୍ରେନ୍ ସାହାଯ୍ୟରେ ଉଦ୍ଧାର କରାଯାଇଛି।
କଥାରେ ଅଛି ଦୃଢ଼ଇଚ୍ଛା ଶକ୍ତି ଥିଲେ ସବୁକିଛି ସମ୍ଭବ । ଅଧିକାଂଶ ଲୋକ ଭାବନ୍ତି ଏହା କେବେଳ ବହିରେ ଲେଖା କଥା । ଆଉ ଏହି ପକ୍ତିଂର ସଠିକ୍ ଉଦାହରଣ ଦେଉଛନ୍ତି ବିକାଶ ଡି ନାହର ।
ଇଏ IPS ଅନୀଲ କୁମାର ରାଏ। ନା ସେ ୟୁପିଏସସି ପରୀକ୍ଷା ଦେଇଛନ୍ତି ନା ସେ ଆଇପିଏସ୍ ପାଇଛନ୍ତି। କିନ୍ତୁ ତଥାପି ସେ ଆଇପିଏସ୍ ଅଫିସର୍। ପିଲା ଦିନେ ପାଠପଢ଼ାରେ ଟିକିଏ ବି ମନ ନଥିଲା। ଫିଲ୍ମ ହଲ୍ରେ ଦିନ କଟୁଥିଲା। ଦଶମ ପରୀକ୍ଷାରେ ଥାର୍ଡ ଡିଭିଜନ୍ ପାଇଥିଲେ। ହେଲେ ପରବର୍ତ୍ତୀ ସମୟରେ ସିଏ କେମିତି ହେଲେ ଆଇପିଏସ୍ ଯିଏ ଶୁଣୁଛି ସିଏ ଆଶ୍ଚର୍ଯ୍ୟ ହେଉଛି। ଆସନ୍ତୁ ଜାଣିବା ଅବସର ପ୍ରାପ୍ତ ଆଇପିଏସ୍ ଅଫିସର ଅନିଲ ରାଏଙ୍କ ସଙ୍ଘର୍ଷ ଓ ସଫଳତାର କାହାଣୀ।
କମାଲ୍ କଲା ୮ବର୍ଷର ବିଚକ୍ଷଣ ନାବାଳକ। ଚେସ୍ ବିଶ୍ୱକପରେ ଅଂଶଗ୍ରହଣ କରି ଜିତିଲା ଅନ୍ତର୍ଜାତୀୟ ମେଡାଲ। ଭୁବନେଶ୍ବରର କୁନି ପୁଅ ରାଜ୍ୟ ତଥା ଦେଶ ପାଇଁ ଆଣିଦେଇଛି ଗୌରବ।
ବୈଦିକ ରୀତି ନିତିରେ ଶେଷ ହୋଇଛି ବାହାଘର। ପରସ୍ପରକୁ ଵରଣମାଳା ପିନ୍ଧାଇ ସାତ ଜନମର ସାଥି ହୋଇଛନ୍ତି ଶକୁନ୍ତଳା ଓ ବାବୁଲା। ସେମାନେ ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ଏଇ ନୂତନ ଆରମ୍ଭରେ ପରସ୍ପରକୁ ସାହାରା ହେବେ ବୋଲି ଦେଇଛନ୍ତି ପ୍ରତିଶ୍ରୁତି।