Advertisment

ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଫେରିଲେ ୬ ଓଡ଼ିଆ

ସାଉଦି ଆରବରୁ ଫେରିଲେ ଫସିଥିବା ୬ ଓଡ଼ିଆ । କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଫେରିଲେ । କେନ୍ଦ୍ରାପଡ଼ା, ଗଞ୍ଜାମ ଓ ଖୋର୍ଦ୍ଧାରୁ ୬ ଜଣ ଓଡ଼ିଆ ଫେରିଛନ୍ତି ।

author-image
Pallipuspa Samal
ଅଦ୍ୟତନ ହୋଇଛି
return 6 odia

return 6 odia

ସାଉଦି ଆରବରୁ ଫେରିଲେ ଫସିଥିବା ୬ ଓଡ଼ିଆ। ବିଜେପି ରାଷ୍ଟୀୟ ଉପାଧ୍ୟକ୍ଷ ଓ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ୬ ଓଡ଼ିଆଙ୍କ ସମେତ ୮ ଜଣ ଶ୍ରମିକ ସ୍ବଦେଶ ଫେରିଛନ୍ତି । କେନ୍ଦ୍ରାପଡ଼ା ଆଳୀରୁ ଜଣେ, ରାଜନଗରରୁ ଜଣେ, ଗଞ୍ଜାମରୁ ଜଣେ ଏବଂ ଖୋର୍ଦ୍ଧାରୁ ୩ ଜଣ ଶ୍ରମିକ ଓଡ଼ିଶା ଫେରିଛନ୍ତି।

Advertisment

ସୂଚନା ଅନୁସାରେ ଗତ ୪ ମାସ ତଳେ ସେମାନେ ପାଇପ୍ ମିସ୍ତ୍ରୀ ଭାବେ କାମ କରିବାକୁ ସାଉଦି ଆରବ ଯାଇଥିଲେ। ସେଠାରେ ଏକ ପାକିସ୍ତାନ କମ୍ପାନୀରେ ନିୟୋଜିତ କରାଯିବା ପରେ ଅକଥନୀୟ ନିର୍ଯାତନା ଦିଆଯାଇଥିଲା। ପରେ ଭିଡିଓ ବାର୍ତ୍ତା ମାଧ୍ୟମରେ ସେମାନଙ୍କୁ ଉଦ୍ଧାର କରିବାକୁ ନିବେଦନ କରିଥିଲେ। ପରେ କେନ୍ଦ୍ରାପଡ଼ା ସାଂସଦଙ୍କ ସହଯୋଗରେ ସମସ୍ତେ ଓଡ଼ିଶା ଫେରିଛନ୍ତି।

Migrant Labourer
Advertisment
Advertisment