ପ୍ୟାରିସ୍ ପାରାଲିମ୍ପିକ୍ସରେ ଭାରତର ନୂଆ ମାଇଲ୍ ଖୁଣ୍ଟ । ରେକର୍ଡ ୨୯ ପଦକ ଜିତି ଅଭିଯାନ ଶେଷ କରିଛି ଭାରତ । ଏଥିରେ ୭ ଟି ସ୍ୱର୍ଣ୍ଣ, ୯ ଟି ରୌପ୍ୟ ଏବଂ ୧୩ ଟି ବ୍ରୋଞ୍ଜ ପଦକ ସାମିଲ ଅଛି।
ଜାଭେଲିନରେ ନବଦୀପଙ୍କ ପ୍ରଥମ ପ୍ରୟାସକୁ ଫାଉଲ୍ କରାଯାଇଥିଲା । କିନ୍ତୁ ସେ ଦ୍ୱିତୀୟ ପ୍ରୟାସରେ ୪୬.୩୯ ମିଟର ଥ୍ରୋ କରି ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ ।
ପ୍ୟାରିସ ପାରା ଅଲିମ୍ପିକ୍ସରେ ତୀରନ୍ଦାଜରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ । ଦେଶ ପାଇଁ ଗୌରବ ସହ ଇତିହାସ ରଚିଲେ ହରିବନ୍ଦର ସିଂ ।
ପ୍ରଥମ ଭାରତୀୟ ଆଥଲେଟ୍ ଭାବେ ମାରିୟାପ୍ପନ ଥଙ୍ଗାଭେଲୁ କ୍ରମାଗତ ତୃତୀୟ ପାରାଲିମ୍ପିକ୍ ଗେମ୍ସରେ ପଦକ ଜିତିଛନ୍ତି ।
ପରାଅଲିମ୍ପିକ୍ସରେ ସୁମିତ ଅନ୍ତିଲଙ୍କ ସଫଳତା । ଲଗାତାର ଭାବେ ଦୁଇଟି ପାରାଅଲିମ୍ପିକ୍ସରେ ସ୍ବର୍ଣ୍ଣ । ଟୋକିଓରେ ଜିତିଥିଲେ ସ୍ବର୍ଣ୍ଣ ପଦକ । ଏବେ ପ୍ୟାରିସରେ ବି ହାତେଇଲେ ସେଇ ସ୍ବର୍ଣ୍ଣ।
ଅଲିମ୍ପିକ୍ସ ଏବଂ ପାରାଅଲିମ୍ପିକ୍ସ ଇତିହାସରେ ପ୍ରଥମ ଥର ଲାଗି ଭାରତକୁ ଏଭଳି ସଫଳତା ମିଳିଛି। ପାରାଅଲିମ୍ପିକ୍ସ ପଞ୍ଚମ ଦିନରେ ଭାରତକୁ ୨ଟି ସ୍ବର୍ଣ୍ଣ, ୩ଟି ରୌପ୍ୟ ଏବଂ ୩ଟି ବ୍ରୋଞ୍ଜ ମେଡାଲ୍ ମିଳିଛି।
ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତୀୟ ଆଥଲେଟ୍ ନିଶାଦ କୁମାରଙ୍କ କମାଲ । ଦମଦାର ପ୍ରଦର୍ଶନ ସହ ଲଗାତାର ନିଜର ଦ୍ୱିତୀୟ ପାରା ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଛନ୍ତି ନିଶାଦ ।
ଭାରତର ଶୀତଲ ଦେବୀ ଫୋକୋମେଲିଆ ନାମକ ଏକ ବିରଳ ଜନ୍ମଯାତ ରୋଗ ସହ ଜନ୍ମଗ୍ରହଣ କରିଥିଲେ । ଏହା ପରେ ସେ ପାରା ତୀରନ୍ଦାଜୀ ଜଗତରେ ଚାମ୍ପିଅନ୍ ହେବାକୁ ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରିଛନ୍ତି । ଫୋକୋମେଲିଆ କିମ୍ବା ଆମେଲିଆ ଏମିତି ଏକ ବିରଳ ରୋଗ ଯେଉଁଥିରେ ହାତ କିମ୍ବା ଏବଂ ଗୋଡ ବହୁତ ଛୋଟ ରହିଯାଏ ।
ସାରା ବିଶ୍ବର ୪୪୦୦ ଭିନ୍ନକ୍ଷମ ଖେଳାଳିଙ୍କୁ ନେଇ ପ୍ୟାରିସରେ ଆରମ୍ଭ ହେବ ପାରାଲିମ୍ପିକ୍ସର ସପ୍ତଦଶ ସଂସ୍କରଣ। ୨୨ କ୍ରୀଡ଼ାର ୫୪୯ ଇଭେଣ୍ଟରେ ପ୍ରତିଦ୍ବନ୍ଦ୍ବିତା ହେବ।
ପାରାଲମ୍ପିକ୍ ପ୍ରଥମରୁ ଛାଇ ଯାଇଛନ୍ତି ଅବନୀ ଲଖେରା। ସେ ପୂର୍ବରୁ ଗୋଲ୍ଡ ଜିତିଥିବା ବେଳେ ଏବେ ବ୍ରୋଞ୍ଜ୍ ଜିତି ଇତିହାସ୍ ରଚିଛନ୍ତି। ସେ ଏହି ପଦକ ଜିତି ଭାରତର ପ୍ରଥମ ମହିଳା ପାରାଲମ୍ପିକ୍ ବିଜେତା ହୋଇଯାଇଛନ୍ତି। ତେବେ ତାଙ୍କ ଜୀବନୀ ବିଷୟରେ ଜାଣିଲେ ଯେ କେହି ବି ଦୁଃଖି ହୋଇପାରେ। ଏକ ସଡକ ଦୁର୍ଘଟଣାରେ ସେ ବେହୋସ ହେବା ପରେ ଦିବ୍ୟାଙ୍ଗ ହୋଇଯାଇଥିଲେ ମଧ୍ୟ ସେ କେବେବି ଜୀବନରେ ସାହସ ହାରି ନ ଥିଲେ।