• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପିଲାଟି ଦିନରୁ କଳା ପ୍ରତି ଅନୁରାଗ ଆଜି ତାଙ୍କୁ ନେଇ ପହଞ୍ଚାଇଛି ରାଷ୍ଟ୍ରପତି ଭବନ । ଦିନେ ଯାହା ସ୍ୱପ୍ନ ଥିଲା, ଅବାସ୍ତବ ଲାଗୁଥିଲା ଆଜି ତାକୁ ସେ ଅନୁଭବ କରିଛନ୍ତି। ସାଥିରେ ରାଷ୍ଟ୍ରପତି ଭବନରେ ସାତ ଦିନ ରହିବାର ସ୍ମୃତି ନେଇ ଘରକୁ ଫେରିଛନ୍ତି । ଯିଏ ଦିନେ ଅଧାରୁ ପାଠ ଛାଡି ସୁରତ ପଳାଇଯାଇଥିଲେ ସେ ଆଜି ନିଜ ସୃଜନଶୀଳତା ବଳରେ ସବୁଠୁ ପାଉଛନ୍ତି ସ୍ନେହ, ଶ୍ରଦ୍ଧା ଓ ପ୍ରଶଂସା।

ନଥିଲା ଘରର ପୁଅ ସେ । ଅଭାବ, ଅନଟନରେ ଦିନ କଟୁଥିଲା । ମନ କେବେ କିନ୍ତୁ ମରିନଥିଲା । ପାଠ ନହେଲା ନାହିଁ ସାଠରେ ସେ କିନ୍ତୁ ଭଲ ଥିଲା । ତୁଳସୀ ଦୁଇ ପତ୍ରରୁ ବାସିବା ଭଳି ତା ପ୍ରତିଭା ପିଲାବେଳୁ ହିଁ ସଭିଙ୍କୁ ଦିଶିଥିଲା । ହେଲେ ଗରିବ ପରିବାରର ପୁଅ ପାଇଁ ଜୀବନ ଚଲାପଥରେ ପ୍ରତିବନ୍ଧକ ଥିଲା ଅର୍ଥ । କିନ୍ତୁ ସେ ମନରୁ ଧନୀ ଥିଲା, ସୃଜନଶୀଳତାର ନୂଆ ଅଧ୍ୟାୟ ପାଇଁ ସେ ସେହି ପ୍ରତିବନ୍ଧକ ସବୁକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ଆଜି ଜଣେ ସଫଳ ଓ ସମ୍ମାନିତ ଚିତ୍ରକର ଭାବେ ନିଜକୁ ପ୍ରମାଣିତ କରିପାରିଛନ୍ତି ।

ହଁ ଏମିିତି ଜଣେ ନିଆରା ପ୍ରତିଭା ହେଉଛନ୍ତି ବ୍ରହ୍ମପୁର ଉପକଣ୍ଠ ବଡ଼କୁଶସ୍ଥଳରୀର ଫାଇନ୍ ଆର୍ଟ ଆଟିଷ୍ଟ ପ୍ରତାପ ବାଡ଼ତ୍ୟା । ନିକଟରେ ସେ ରାଷ୍ଟ୍ରପତି ଭବନରେ ଆୟୋଜିତ ପ୍ରଦର୍ଶନୀରେ ନିଜର ଜାଦୁଗରି ଦ୍ୱାରା ମହାମହିମଙ୍କୁ ପ୍ରଭାବିତ କରିପାରେ ସଫଳ ହୋଇଛନ୍ତି ।

ପିଲାଟି ଦିନରୁ ଅନେକ ଘାତ ପ୍ରତିଘାତ ସହିଛନ୍ତି । ଅଧାରୁ ପାଠ ଛାଡ଼ିଛନ୍ତି ସୁରତ ଯାଇ କାମ କରିଛନ୍ତି ଗାଁକୁ ଫେରି ମେଟ୍ରିକ୍ ବି ପାସ୍ କରିଛନ୍ତି । ଆଉ ଏଇଠୁ ହୁଏ କଳାକାର ଜୀବନର ନୂଆ ସୋପାନ । ଭୁବନେଶ୍ୱର ପରେ ମୁମ୍ବାଇରୁ ଫାଇନ୍ ଆର୍ଟରେ ତାଲିମ୍ ନେଇ ସେ ନିଜ ସୃଜନଶୀଳତାର ପ୍ରମାଣ ସ୍ବରୂପ ଏହି ସବୁ ଚମତ୍କାର ଚିତ୍ର ଆଙ୍କିଛନ୍ତି ଯାହାକୁ ନେଇ ପରିବାର ଲୋକେ ବେଶ୍ ଖୁସି ପ୍ରକଟ କରିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now