/odishatv-khabar/media/post_attachments/uploadimage/library/16_9/16_9_0/Doctor_1725967896.jpg)
Doctor
ଭରା ପାଣି ଭିତରେ ଟ୍ରାକ୍ଟରରେ ଯାଇ ରୋଗୀ ସେବା କଲେ ଡାକ୍ତର। ମାଲକାନଗିରିର ଜଳ ପ୍ରଳୟ ଭିତରୁ ଏମିତି ଦୃଶ୍ୟ ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଟ୍ରାକ୍ଟରରେ ଯାଇ ରୋଗୀ ସେବା ଯୋଗାଇଛନ୍ତି ଡାକ୍ତରୀ ଟିମ୍। ମାଲକାନଗିରି ମାଥିଲି ବ୍ଲକ କମାରପାଲି ଅଞ୍ଚଳରେ ଅନେକ ଲୋକ ଅସୁସ୍ଥ ଥିବା ଖବର ପହଞ୍ଚିଥିଲା ସ୍ବାସ୍ଥ୍ୟ ଟିମ୍କୁ। ହେଲେ ପାଣି ଘେରରୁ ଯିବାକୁ କୌଣସି ବାଟ ନଥିଲା।
ଶେଷରେ ଡାକ୍ତର, ଆଶା କର୍ମୀ ଏବଂ ପୁରା ଟିମ୍ ଏକ ଟ୍ରାକ୍ଟର ଯୋଗେ ଅଣ୍ଟାଏ ଉଚ୍ଚ ପାଣି ଭିତରେ ବିପଦସଙ୍କୁଳ ଅବସ୍ଥାରେ ବାହାରିଥିଲେ। ଶେଷରେ ରୋଗୀଙ୍କ ପାଖରେ ପହଞ୍ଚି ସ୍ବାସ୍ଥ୍ୟସେବା ଯୋଗାଇଛନ୍ତି।
ଏପଟେ ବର୍ଷା ଅଳ୍ପ ହେଉ କି ଅଧିକ । ମାଲକାନଗିରିରେ ବୁ଼ଡୁଛି ପୋଲ, ଭାସୁଛି ରାସ୍ତା । ଠପ୍ ହୋଇଯାଉଛି ଯୋଗାଯୋଗ, ଜୀବନଯାତ୍ରା । ହେଲେ କାହିଁକି ଏମିତି ହେଉଛି ? କାରଣ ମାଲକାନଗିରି ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥଠାରୁ ନଦୀ ଉପରେ ଥିବା ପୋଲ ନିଚ୍ଚା ରହିଛି । ତେଣୁ ପୋଲ ଉପରେ ସବୁବେଳେ ପାଣି ପ୍ରବାହିତ ହେଉଛି । ଯାହାଫଳରେ ଯୋଗାଯୋଗ ବିଚ୍ଛିନ୍ନ ହେଉଛି ।
ଅନ୍ୟପଟେ ସେଇ ପାଖରେ ଦୀର୍ଘ ୩ ବର୍ଷ ହେବ ପୋଲ ନିର୍ମାଣ ଚାଲିଛି । ହେଲେ ଡେଡ୍ଲାଇନ୍ ସରିଥିଲେ ବି କାମ ସରିନି । ତେଣୁ ଲୋକେ ହନ୍ତସନ୍ତ ହେଉଛନ୍ତି । ସେହିଭଳି ସେହି ଜାତୀୟ ରାଜପଥର ଏମ୍.ଭି-୧୯ର ସ୍ଥିତି ବି ପୂରା ଏକାଭଳି। ତଳ ରାସ୍ତା ବୁଡ଼ିଛି, ଉପରେ ତିଆରି ଉଚ୍ଚା ପୋଲ ପାଇଁ ପିଲର୍ ଠିଆ ହୋଇଛି, ମାତ୍ର ଅଳ୍ପ ଛାତ ପଡ଼ିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)