• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ଡାକ୍ତର ହେବେ ପୁଣି ଜଣେ ଆଦିବାସୀ ଛାତ୍ର । କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳର ଗୋଦବା ଆଦିବାସୀ ଛାତ୍ର ଇଶାକ ବଡନାୟକ ଡାକ୍ତରୀ ପାଠ ପଢିବେ । ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ସେ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡ଼ିକାଲ କଲେଜ ହସପିଟାଲରେ ନାଁ 
ଲେଖିଛନ୍ତି । ଇଶାକଙ୍କ ଏହି ସଫଳତା ପରେ ତାଙ୍କ ଘରେ ଖୁସିର ଲହରି ଖେଳିଯାଇଛି । ଅନକାଡେଲି ପଞ୍ଚାୟତ ହନୁମାଲ ଗାଁର ବୁଦା ବଡନାୟକଙ୍କ ପୁଅ ଇଶାକ ଗାଁରେ ସପ୍ତମ ପର୍ଯ୍ୟନ୍ତ ପଢିଥିଲେ ।

ଓଡିଶା ଆଦର୍ଶ ବିଦ୍ୟାଳୟ ମିଶିଙ୍ଗପୁଟରେ ଦଶମ ପାସ୍ କରିବା ପରେ ତାମିଲନାଡୁ ମଦୁରାଇରେ ପ୍ଲସଟୁ ପଢ଼ିଥିଲେ । ସେଠାରେ ସେ ପ୍ଲସ୍ ଟୁରେ ୯୪ ପ୍ରତିଶତ ନମ୍ବର ହାସଲ କରିଥିଲେ । ତେବେ ଏଥର ସେ ନିଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ମେଡିକାଲ ପଢିବାକୁ ଯୋଗ୍ୟ ବିବେଚିତ ହେଇଥିଲେ । ଆଉ ବ୍ରହ୍ମପୁରରେ ଆଡମିଶନ ପରେ ସେ ଗାଁକୁ ଫେରିଛନ୍ତି । ଆଦିବାସୀ ପିଲାଙ୍କ ସଫଳତାକୁ ନେଇ ଗ୍ରାମବାସୀ ବେଶ ଉତ୍ସାହିତ । 

OTV is now on Whatsapp

Join and get latest news update delivered to you via whatsapp

Join Now