/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726119878.jpg)
success man
ଦେଶୀ ବଡି ସାଙ୍ଗକୁ ସିକ୍ସ ପ୍ୟାକ୍... ଆଦିବାସୀ ଗାଁର ଯୁବକଟିଏ... ସକାଳୁ ସକାଳୁ ବ୍ୟାୟାମ କରନ୍ତି... ନିଜୟ ସ୍ୱାସ୍ଥ୍ୟ ପ୍ରତି ଖୁବ୍ ଯତ୍ନବାନ ଏହି ଯୁବକ । ନାଁ ତାଙ୍କର କଳାକାର ପ୍ରଧାନ । ଖାଲି ଏତିକି ଯେ ତାଙ୍କ ପରିଚୟ ତା’ ନୁହେଁ, ସେ ଜଣେ ମେଧାବୀ ଛାତ୍ର ମଧ୍ୟ । ଚାଲନ୍ତୁ ଜାଣିବା ଏହି ଯୁବକଙ୍କ ସଫଳତାର କାହାଣୀ । ଯାହା ଶୁଣି ନିଶ୍ଚୟ ଆପଣ ବାଃ ବାଃ ହିଁ କହିବେ...
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ସବେରାଙ୍ଗା ଗାଁରେ କଳାକାର ପ୍ରଧାନଙ୍କ ଘର । ସେ ସବୁବେଳେ ନିଜର ସ୍ୱାସ୍ଥ୍ୟ ଓ ପାଠପଢ଼ାକୁ ଗୁରୁତ୍ୱ ଦିଅନ୍ତି । ଆଉ ସେଇଥିପାଇଁ ସେ ଆଜି ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । କଟକ SCB ବଡ ମେଡିକାଲ କଲେଜରେ ନାମ ମଧ୍ୟ ଲେଖାଇ ସାରିଛନ୍ତି । ନିପଟ ମଫସଲ ଗାଁର ଏହି ଯୁବକ ଜଣକ ଫିଟନେସକୁ ନେଇ ଏବେ ଯେତିକି ଚର୍ଚ୍ଚା ତା’ଠାରୁ ତାଙ୍କର ଏହି ସଫଳତା ଆଜି ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି ।
କଳାକାରଙ୍କ ଏହି ସଫଳତା ପରେ ତାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ । ଆଜିର ଯୁବପୀଢ଼ିଙ୍କ ପାଇଁ ସେ ଉଦାହରଣ ମଧ୍ୟ ପାଲଟିଛନ୍ତି । ସେପଟେ ଡାକ୍ତର ହୋଇ ଗରୀବ ମାନଙ୍କ ସେବା କରିବାକୁ କଳାକାର କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)