Advertisment

ଝିଅର ଖୁସି ପାଇଁ ସବୁ ଭୁଲିଗଲେ; ଏକାଠି ପହଞ୍ଚିଲେ ଛାଡ଼ପତ୍ର ନେଇଥିବା ଦମ୍ପତି, କନ୍ଦାଇବ ଏହି ଭିଡିଓ

୨୫ବର୍ଷିୟା ମାୟା ମୌରୀଙ୍କ ବାପା –ମା’ ଛାଡପତ୍ର ପରେ ଅଲଗା ରହୁଛନ୍ତି। ହେଲେ ଝିଅ ମାୟା ସେମାନଙ୍କୁ ଏକାଠି ଦେଖିବାକୁ ଚାହୁଁଥିଲେ। ସ୍ନାତକ ସମାରୋହରେ ଯୋଗ ଦେବାପାଇଁ ସେ ଫ୍ରାନ୍ସରୁ ଆମେରିକା ଯାଇଥିବା ବେଳେ ବାପା-ମା’ଙ୍କୁ ମଧ୍ୟ ନିମନ୍ତ୍ରିତ କରିଥିଲେ।

author-image
Sonali Ojha
ଅଦ୍ୟତନ ହୋଇଛି
Divorced couple surprises daughter

Divorced couple surprises daughter

ପିଲା ପାଇଁ ତା ବାପା –ମା’ ସବୁଠୁ ବେଶୀ ଦାମୀ ଉପହାର। ବାପା-ମା’ଙ୍କୁ ଏକାଠି ଦେଖିଲେ ଯେଉଁ ଆନନ୍ଦ ଥାଏ ତାହା ଅନ୍ୟ କୌଣସି ଜିନିଷରେ ମିଳେନି। ତେବେ ଛାଡପତ୍ର ପରେ ଅଲଗା ରହୁଥିବା ଦମ୍ପତି ଝିଅର ସ୍ନାତକ ସମାରୋହରେ ଯୋଗ ଦେଇ ତାକୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ଝିଅଟି ଅଲଗା ରହୁଥିବା ବାପା-ମା’ଙ୍କୁ ଏକାଠି ଦେଖି ଖୁସିରେ ଆତ୍ମହରା ହୋଇପଡିଛି। ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

Advertisment

୨୫ବର୍ଷିୟା ମାୟା ମୌରୀଙ୍କ ବାପା –ମା’ ଛାଡପତ୍ର ପରେ ଅଲଗା ରହୁଛନ୍ତି। ହେଲେ ଝିଅ ମାୟା ସେମାନଙ୍କୁ ଏକାଠି ଦେଖିବାକୁ ଚାହୁଁଥିଲେ। ସ୍ନାତକ ସମାରୋହରେ ଯୋଗ ଦେବାପାଇଁ ସେ ଫ୍ରାନ୍ସରୁ ଆମେରିକା ଯାଇଥିବା ବେଳେ ବାପା-ମା’ଙ୍କୁ ମଧ୍ୟ ନିମନ୍ତ୍ରିତ କରିଥିଲେ। କାରଣ ଏହି ବିଶେଷ ମୁହୂର୍ତ୍ତରେ ଉଭୟଙ୍କ ଉପସ୍ଥିତି ତାଙ୍କୁ ଖୁସି ଦେବ ବୋଲି ସେ ଭାବୁଥିଲେ। ମାତ୍ର ବିମାନ ଟିକେଟ ଅତ୍ୟଧିକ ମହଙ୍ଗା ଥିବାରୁ ସେମାନେ ଯାଇ ପାରିବେ ନାହିଁ ବୋଲି ମାୟାଙ୍କୁ କହିଥିଲେ।

ଏହା ଶୁଣି ମାୟାଙ୍କ ମନ ଦୁଃଖ ହୋଇଥିଲା। ମାତ୍ର ମାୟାଙ୍କ ଭାଇଭଉଣୀ ବାପା-ମା’ଙ୍କୁ ଉପହାର ସ୍ୱରୂପ ଫ୍ଲାଇଟ୍ ଟିକେଟ୍ ଦେଇଥିଲେ। ସେମାନେ ମାୟାଙ୍କୁ ସରପ୍ରାଇଜ ଦେବାକୁ ଭାବି ଆମେରିକାରେ ପହଞ୍ଚିଯାଇଥିଲେ। ପ୍ରଥମେ ମାୟା ତାଙ୍କ ମାଙ୍କୁ ଦେଖି ଖୁସିରେ କାନ୍ଦିବାକୁ ଲାଗନ୍ତି। ଏହାର କିଛି ସମୟ ପରେ କବାଟ ପାଖରେ ଲୁଚି ଥିବା ବାପା ଭିତରକୁ ଆସନ୍ତି ଓ ମାୟା ଖୁସିରେ ଆତ୍ମହରା ହୋଇ ଆହୁରି ଜୋର୍‌ରେ କାନ୍ଦନ୍ତି। ଏହି ସମୟର ଭିଡିଓ ମାୟାଙ୍କର ରୁମ୍‌ ମେଟ୍‌ ସୁଟ୍ କରିଥିଲେ। ଯାହାକି ଏବେ ଭାଇରାଲ୍ ହେବାରେ ଲାଗିଛି।

Advertisment

ଭିଡିଓ କ୍ୟାପସନ୍‌ରେ ମାୟା ଲେଖିଛନ୍ତି, ମୁଁ ସେମାନଙ୍କୁ ପୂର୍ବ ଅପେକ୍ଷା ଅଧିକ ମିସ୍ କରୁଥିଲି। ସେମାନେ ମୋ ସହ ରୁହନ୍ତୁ ବୋଲି ମୁଁ ଭାବୁଥିଲି। ମାତ୍ର ଫ୍ଲାଇଟ୍ ଟିକେଟ୍ ଅଧିକ ଥିବା କହି ସେମାନେ ଆସିବାକୁ ମନା କରିଦେଇଥିଲେ। ହେଲେ ସେମାନେ ଆସି ମୋତେ ସରପ୍ରାଇଜ୍ ଦେଇଛନ୍ତି। ମୋ ଜୀବନର ସବୁଠୁ ମୂଲ୍ୟବାନ ସମୟକୁ ରେକର୍ଡ କରିଥିବାରୁ ରୁମମେଟଙ୍କୁ ଧନ୍ୟବାଦ।

ଏହି ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ୟୁଜର୍ସ ସେମାନଙ୍କର କୋହ ସମ୍ଭାଳି ପାରିନାହାନ୍ତି। ମାୟାଙ୍କ ପିତାମାତା ପିଲାମାନଙ୍କ ସୁଖକୁ ସେମାନଙ୍କ ସମ୍ପର୍କଠାରୁ ଅଧିକ ଉଚ୍ଚରେ ରଖିଥିବାରୁ ୟୁଜର୍ସ ସେମାନଙ୍କୁ ପ୍ରଶଂସା କରିଛନ୍ତି। ଜଣେ ୟୁଜର କମେଣ୍ଟରେ ଲେଖିଛନ୍ତି, "ଆପଣ ହୁଏତ ଦମ୍ପତି ଭାବରେ ଏକାଠି ରହିପାରିବେ ନାହିଁ। କିନ୍ତୁ ଆପଣ ସର୍ବଦା ଭଲ ପିତାମାତା ରହିବେ। ବାପା-ମା’ମାନେ ପିଲାମାନଙ୍କୁ ଯଥାସମ୍ଭବ ଏପରି ଭଲପାଇବା ଜରୁରୀ। ଅନ୍ୟ ଜଣେ ୟୁଜର କହିଛନ୍ତି, "ଏହା ଦେଖି ମୋ ଆଖି ଛଳଛଳ ହୋଇଯାଉଛି। ଛାଡପତ୍ର ହୋଇଥିବା ପିତାମାତାଙ୍କ ପାଇଁ ଏହା ହେଉଛି ସର୍ବୋତ୍ତମ ପଦକ୍ଷେପ।"

Divorce Viral Video
Advertisment
Advertisment