• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭାରତୀୟ ତୀରନ୍ଦାଜ ଶୀତଲ ଦେବୀ ଗୁରୁବାର ପ୍ୟାରିସ୍ ପାରାଲିମ୍ପିକ୍ସ ମଇଦାନକୁ ଓହ୍ଲାଇଥିଲେ । ସେ ତାଙ୍କର ପ୍ରଥମ ପାରାଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ କରିଥିଲେ । ହେଲେ ବିଶ୍ୱ ରେକର୍ଡ ସୃଷ୍ଟି କରିବାରୁ ଅଳ୍ପକେ ବଞ୍ଚିତ ହେଲେ । ଶୀତଲ୍‌ଙ୍କ ବୟସ ମାତ୍ର ୧୭ ବର୍ଷ । ମହିଳାଙ୍କ ବ୍ୟକ୍ତିଗତ କମ୍ପାଉଣ୍ଡ ପ୍ରତିଯୋଗିତାରେ ଭାରତର ଆର୍ମଲେସ୍‌ ପାରାଆଥଲେଟ୍ ଶୀତଲ୍ ଦେବୀ ଯେଉଁଭଳି ପ୍ରଦର୍ଶନ କଲେ, ତାକୁ ସମସ୍ତେ ବାହାବାହା କହିଲେ । ସେ ଜନ୍ମଜାତ ରୋଗ ଫୋକୋମେଲିଆରେ ପୀଡ଼ିତ । ତାଙ୍କର ହାତ ନଥାଇ ମଧ୍ୟ ସେ ଗତ କିଛି ବର୍ଷ ଧରି ଚମତ୍କାର ପ୍ରଦର୍ଶନ କରିଆସିଛନ୍ତି ।

ରାଙ୍କିଙ୍ଗ୍ ରାଉଣ୍ଡରେ ଅଂଶଗ୍ରହଣ କରିଥିବାବେଳେ ଶୀତଲ୍ ପାରା ଗେମ୍ସ ଏବଂ ବିଶ୍ୱ ରେକର୍ଡ ଭାଙ୍ଗି ୭୦୩ ପଏଣ୍ଟ ହାସଲ କରିଥିଲେ । କିନ୍ତୁ କ୍ୱାଲିଫିକେସନ୍‌ ରାଉଣ୍ଡର ଶେଷ ସଟ୍‌ରେ ପ୍ରତିପକ୍ଷ ଖେଳାଳି ତାଙ୍କୁ ପଛରେ ପକାଇ ଦେଇଥିଲେ। ତୁର୍କୀର ଓଜନୁର ଗିର୍ଡି କ୍ୟୁରେ ୭୦୪ ପଏଣ୍ଟ ସହ ରାଙ୍କିଙ୍ଗ ରାଉଣ୍ଡରେ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ଶୀତଲ ଦେବୀଙ୍କ ସ୍କୋର ଚଳିତ ମାସ ଆରମ୍ଭରେ ଗ୍ରେଟ ବ୍ରିଟେନର ଫୋବି ପାଏନ୍ ପିଟରସନଙ୍କ ୬୯୮ ପଏଣ୍ଟର ବିଶ୍ୱ ରେକର୍ଡ ଭାଙ୍ଗିଥିଲା ।

ଅଧିକ ପଢ଼ନ୍ତୁ: ସସ୍‌ପେଣ୍ଡ ହେବାପରେ କ'ଣ କହିଲେ ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ

ଏହି ଦୁଇ ଖେଳାଳି ଜେସିକା ଷ୍ଟ୍ରାଟନ୍ ଏବଂ ଫୋବି ପାଟରସନଙ୍କ ପୂର୍ବ ରେକର୍ଡ ଭାଙ୍ଗି ରାଉଣ୍ଡ ୩୨ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ । ପୂର୍ବ ରେକର୍ଡଧାରୀ ପିଟରସନ ୬୮୮ ପଏଣ୍ଟ ସହ ସପ୍ତମ ସ୍ଥାନରେ ରହିଛନ୍ତି । ଏହି ସଂସ୍କରଣରେ ଏହା ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ ଥିଲା ।

ଶୀତଲ ଦେବୀଙ୍କ କାହାଣୀ

ଭାରତର ଶୀତଲ ଦେବୀ ଫୋକୋମେଲିଆ ନାମକ ଏକ ବିରଳ ଜନ୍ମଯାତ ରୋଗ ସହ ଜନ୍ମଗ୍ରହଣ କରିଥିଲେ । ଏହା ପରେ ସେ ପାରା ତୀରନ୍ଦାଜୀ ଜଗତରେ ଚାମ୍ପିଅନ୍ ହେବାକୁ ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରିଛନ୍ତି । ଫୋକୋମେଲିଆ କିମ୍ବା ଆମେଲିଆ ଏମିତି ଏକ ବିରଳ ରୋଗ ଯେଉଁଥିରେ ହାତ କିମ୍ବା ଗୋଡ ବହୁତ ଛୋଟ ରହିଯାଏ ।

୧୭ ବର୍ଷିୟ ଶୀତଲ ଜାମ୍ମୁ କାଶ୍ମୀରର କସ୍ତିୱାଡ଼ର ମୂଳବାସିନ୍ଦା । ପିଲାଦିନେ ଗଛ ଚଢ଼ିବା ପାଇଁ ତାଙ୍କର ଖୁବ୍‌ ଆଗ୍ରହ ଥିଲା । ଯାହାଫଳରେ ସେ ନିଜର ଶାରୀରିକ ଅକ୍ଷମତାକୁ ଚ୍ୟାଲେଞ୍ଜ କରି ବିଜୟୀ ହୋଇଥିଲେ । ୨୦୨୧ ମସିହାରେ, ଏକ ୟୁଥ୍‌ କାର୍ଯ୍ୟକ୍ରମରେ, ଭାରତୀୟ ସେନା ପ୍ରଶିକ୍ଷକମାନେ ତାଙ୍କର ଅନ୍ତର୍ନିହିତ ଆଥଲେଟିକ୍ ଦକ୍ଷତାକୁ ଦେଖିଥିଲେ ଓ ଚିହ୍ନି ପାରିଥିଲେ । ଆଉ ତାଙ୍କ ମଧ୍ୟରେ ଅପାର ସମ୍ଭାବନାକୁ ଅନୁଭବ କରିପାରିଥିଲେ ।

କୃତ୍ରିମ ଅଙ୍ଗ ବ୍ୟବହାର କରିବାର ପ୍ରାରମ୍ଭିକ ସମୟରେ ଶୀତଲଙ୍କ କୋଚ ମ୍ୟାଟ୍‌ ଷ୍ଟୁଟଜମାନଙ୍କ କାହାଣୀ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ । ଯିଏ କି ବିନା ହାତର ତୀରନ୍ଦାଜୀ ଥିଲା । ସେ ୨୦୧୨ ଲଣ୍ଡନ ପାରାଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ । ସେ ଶୀତଲଙ୍କୁ ଗୋଡ ଏବଂ ପଞ୍ଝା ବ୍ୟବହାର କରି ତୀରନ୍ଦାଜୀ କରିବାକୁ ତାଲିମ ଦେଇଥିଲେ । ଯାହାର ଫଳାଫଳ ଏବେ ସମସ୍ତଙ୍କୁ ଚକିତ କରିଛି । ଏହା କୌଣସି ବଡ଼ ଉପଲବ୍ଧିଠାରୁ କମ୍‌ ନୁହେଁ ।

ଅଧିକ ପଢ଼ନ୍ତୁ: ଅଲିମ୍ପିକ୍ସରେ ଜ୍ୱାଇଁ ଜିତିଲେ ଗୋଲ୍ଡ ମେଡାଲ, ମଇଁଷି ଗିଫ୍ଟ ଦେଲେ ଶ୍ୱଶୁର

 

OTV is now on Whatsapp

Join and get latest news update delivered to you via whatsapp

Join Now