ଦୁଇ ବର୍ଷର ବ୍ୟବଧାନରେ ଶ୍ରୀଜୀଉଙ୍କ ନବଯୌବନ ବେଶ ଦର୍ଶନ କରି କୃତ୍ୟ କୃତ୍ୟ ଭକ୍ତପ୍ରାଣ.....
ଆଉ ମାତ୍ର ଗୋଟିଏ ଦିନ ପରେ ଅନୁଷ୍ଠିତ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା... ଶ୍ରୀକ୍ଷେତ୍ରରେ ରଥ ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କାରିଗରମାନେ ଶେଷ ସ୍ପର୍ଶ ଦେଉଛନ୍ତି...ଦେଖନ୍ତୁ କିଛି ଝଲକ...
ଦକ୍ଷିଣ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ରଥଯାତ୍ରା ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ ହୋଇଥାଏ। କାଳିଆ ସାଆନ୍ତଙ୍କୁ ସ୍ଵାଗତ କରିବା ପାଇଁ ମହିଳା କାରିଗରମାନେ ସୁନ୍ଦର ଭାବେ ଝୋଟି ପକାଇଛନ୍ତି ...ଦେଖନ୍ତୁ କିଛି ଆକର୍ଷଣୀୟ ଚିତ୍ର...
୧୫ଦିନର ଅନବସର ପରେ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ । ଦୁଇବର୍ଷ ପରେ ନବଯୌବନ ଦର୍ଶନ ଲାଗି ଭକ୍ତଙ୍କୁ ସୁଯୋଗ ।
ଯଦି ସଂକ୍ରମଣ ବଢେ ଓ ହସପିଟାଲର ଆବଶ୍ୟକତା ପଡେ, ତେବେ ପୂର୍ବ ଭଳି ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
ଅପରାହ୍ନ ୨ଟାରୁ ୩ଟା, ସନ୍ଧ୍ୟା ୬ଟାରୁ ସାଢେ ୬ଟା, ରାତି ୯ଟାରୁ ସାଢେ ୧୦ଟା ଏବଂ ରାତି ସାଢେ ୧୧ରୁ ସାଢେ ୧୨ଟା ଯାଏଁ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ।
ଘୋଷଯାତ୍ରା ପାଇଁ ବଡଦାଣ୍ଡରେ ଠିଆ ତିନି ରଥ ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ । ରଥରୁ ମେଣ୍ଡି କଢ଼ାଯିବା ପରେ ତିନି ପାର୍ଶ୍ୱରେ ୨୭ଟି ଶିଖର ଡମ୍ବୁରୁ ଲଗାଯାଇଛି ।
ରାଜ୍ୟରେ ପୁଣି ଉପରମୁହାଁ ସଂକ୍ରମଣ,ଖୋର୍ଦ୍ଧାରେ ବଢ଼ୁଛି କରୋନା ରୋଗୀଙ୍କ ସଂଖ୍ୟା
ଅତିରିକ୍ତ ପୋଲିସ ଡିଜି ରାଧାକୃଷ୍ଣ ଶର୍ମାଙ୍କ ନେତୃତ୍ୱରେ ତିନୋଟି ରଥରେ ନିଯୁକ୍ତ ପୋଲିସ ଓ ମାଜିଷ୍ଟ୍ରେଟଙ୍କୁ ଉପସ୍ଥିତିରେ ଏହି ଅଭ୍ୟାସ କରାଯାଇଛି ।
ସକାଳ ୮ଟାରେ ତାଟି ଫିଟିବା ପରେ ପ୍ରଥମ ୧ ଘଣ୍ଟା ପରିମାଣିକ ଦର୍ଶନ
ଶ୍ରୀଜଗନ୍ନାଥ ଏକାଧାରାରେ ଐଶ୍ୱର୍ଯ୍ୟ ଓ ମାଧୁର୍ଯ୍ୟର ପ୍ରତୀକ। ନୂଆ ନୂଆ ବେଶରେ ସେ ଭକ୍ତଙ୍କୁ ଦେଇଥାନ୍ତି ଦର୍ଶନ। ତାଙ୍କର ପ୍ରତିଟି ବେଶରେ ରହିଛି ଏକ ନିଆରା ଆକର୍ଷଣ।
କୋଭିଡ୍ ଲକ୍ଷଣ ଥିଲେ ଘରେ ବସି ଟିଭି ଦେଖିବାକୁ ପରାମର୍ଶ । ଘୋଷଯାତ୍ରାରେ ଭକ୍ତଙ୍କୁ ସୁରକ୍ଷା ସହ ସେବା ଯୋଗାଇବ ପୋଲିସ୍ ।
ନାବେଶ ପରଦିନ ପୁରୀରୁ ୬ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ବିଭିନ୍ନ ସ୍ଥାନକୁ ଯିବ । ସୁନାବେଶ ପରଦିନ ଗୁଣପୁର, ରାୟଗଡ଼ା, ଭଦ୍ରକ, ବିଶାଖାପାଟଣା, କେନ୍ଦୁଝରକୁ ଯିବ ଟ୍ରେନ ।
ରଥଯାତ୍ରା ପାଇଁ ପୁରୀରେ ମାସ୍କ ବାଧ୍ୟତାମୂଳକ । ଏନେଇ ସୂଚନା ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଘଣ୍ଟ, ଛତା, କାହାଳୀ ମଧ୍ୟରେ ଶ୍ରୀନହରକୁ ଖଡ଼ିପ୍ରସାଦ ବିଜେ କରାଯିବ ।
ରଥଖଳାରେ ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ । ତିନି ରଥର ୨୪ଟି ନାଟଗୋଡ ଦୁଆର ବେଢାରେ ସଂଯୁକ୍ତ ହେଲା ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରାଣ ଦେଇ ଭଲ ପାଆନ୍ତି ଅଫ୍ତାବ୍ ହୁସେନ୍। ଦିନ ରାତି ତାଙ୍କରି ସେବାରେ ହିଁ କଟିଯାଏ। ମହାପ୍ରଭୁଙ୍କୁ ନେଇ ସେ ସାଉଁଣ୍ଟିଛନ୍ତି ଅନେକ ଅନୁଭୂତି। ଆସନ୍ତୁ ତାଙ୍କରି ମୁହଁରୁ ଜାଣିବା ତାଙ୍କରି କଥା।
ଗତକଲି ରାଜବୈଦଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ସେବନ ପରେ ଆଜି ସୁସ୍ଥ ହୋଇଛନ୍ତି ଶ୍ରୀଜୀଉ।
ବିଶ୍ୱ ପ୍ରଶିଦ୍ଧ ରଥଯାତ୍ରା ପାଇଁ ପରିଚାଳନା କମିଟି ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କୁ ନେଇ ଜିଲ୍ଲାପାଳ ବୈଠକ ଅନୁଷ୍ଠିତ ହୋଇଛି ।
ଶାବର ଶ୍ରୀକ୍ଷେତ୍ରରେ ତିନି ଠାକୁର ଆଦିବାସୀ ସେବକଙ୍କ ଗୁପ୍ତ ସେବା ପାଉଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ତାଙ୍କର ଆଦି ପୂଜକ ଆଦିବାସୀଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନିବିଡ଼ରୁ ନିବିଡ଼ତର କରାଇବାରେ ଶାବର ଶ୍ରୀକ୍ଷେତ୍ର କୋରାପୁଟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।
୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଅଣସର ଘରେ ଜ୍ୱରରେ ପୀଡିତ ଅଛନ୍ତି ମହାପ୍ରଭୁ। ଶ୍ରୀଜିଉଙ୍କ ଜ୍ୱର ଉପଶମ ପାଇଁ ଶ୍ରୀମନ୍ଦିରରେ ଗୁପ୍ତ ସେବା ଜାରି ରହିଛି।
ଜଗନ୍ନାଥ ବନ ପ୍ରକଳ୍ପରେ ଥିବା ଗଛ ବ୍ୟବହାର ହୋଇପାରିବ । ସମୀକ୍ଷା ପରେ ସୂଚନା ।
ଜ୍ୱରରେ ପୀଡ଼ିତ ଅଛନ୍ତି ଶ୍ରୀଜିଉ । ସେବାରେ ଲାଗିଛନ୍ତି ଶ୍ରୀଅଙ୍ଗ ସୁରକ୍ଷାରେ ଥିବା ଦଇତାପତି ।
ଆଜିଠୁ ଅଲାରନାଥ ପୀଠରେ ଅଣସର ଦର୍ଶନ ଆରମ୍ଭ ହୋଇଛି। ପରମ୍ପରା ଅନୁଯାୟୀ ରାତି ପ୍ରାୟ ସାଢ଼େ ତିନିଟାରୁ ଦ୍ୱାର ଖୋଲାଯାଇ ମଙ୍ଗଳ ଆଳତି, ତଡ଼ପ ଲାଗି, ଅବକାଶ ବେଶ କରାଯାଇଛି। ସକାଳ ପ୍ରାୟ ସାଢ଼େ ପାଞ୍ଚଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି।
ସୁନା କୂଅକୁ ଆସିଥିବା ଜଳରେ ଚାଲିଛି ଦିବ୍ୟସ୍ନାନ