Advertisment

ଛଳ ଛଳ ଭକ୍ତପ୍ରାଣ, ଭାବବିହ୍ୱଳ ଶ୍ରଦ୍ଧାଳୁ; ନବଯୌବନ ଦର୍ଶନ ଲାଗି ଗହଳ ଚହଳ ବଡ଼ଦାଣ୍ଡ

ଦୁଇ ବର୍ଷର ବ୍ୟବଧାନରେ ଶ୍ରୀଜୀଉଙ୍କ ନବଯୌବନ ବେଶ ଦର୍ଶନ କରି କୃତ୍ୟ କୃତ୍ୟ ଭକ୍ତପ୍ରାଣ.....

author-image
Otv Khabar Bureau
ଅଦ୍ୟତନ ହୋଇଛି
Devotees just cannot wait to behold Rath Yatra after two years

Devotees just cannot wait to behold Rath Yatra after two years

ଛଳ ଛଳ ଭକ୍ତପ୍ରାଣ, ଭାବବିହ୍ବଳ ଶ୍ରଦ୍ଧାଳୁ । ଗହଳ ଚହଳ ପବିତ୍ର ବଡଦାଣ୍ଡ । ନବଯୌବନ ଦର୍ଶନ ପାଇଁ କାହିଁ କେତେ ଦୂରରୁ ଧାଇଁ ଆସିଛି ଭକ୍ତଟିଏ, ଶ୍ରଦ୍ଧାଳୁଟିଏ । ଯୋଡ଼ ହସ୍ତ ସାଙ୍ଗକୁ ମନରେ କାଳିଆ ଦର୍ଶନର ଆବେଗ । ଗତ ୧୫ ଦିନ ଧରି ନିଜ ଆରାଧ୍ୟ ଦେବତାଙ୍କୁ ଦର୍ଶନ ପାଇନଥିବା ଭକ୍ତ ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ଅପଲକ ନୟନରେ ଚାହିଁରହିଛି । ଶ୍ରୀକ୍ଷେତ୍ରର ଭକ୍ତିମୟ ପରିବେଶ ଭକ୍ତ ଓ ଭଗବାନଙ୍କୁ କରୁଥିଲା ଏକାକାର । ଅଣସର ପରେ ଆଜି ହଜାର ହଜାର ଭକ୍ତ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ କରିଛନ୍ତି । ଅବକାଶ, ଦଶାବତାର, ଦିଅଁ ବାହୁଡ଼ା ବିଜେ ହୋଇ ସକାଳ ୭.୧୫ରୁ ଆରମ୍ଭ ହୋଇଥିଲା ପରିମାଣିକ ଦର୍ଶନ । ଭକ୍ତମାନେ ଦକ୍ଷିଣ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ମହାପ୍ରଭୁଙ୍କ ଅପାର କରୁଣାରୁ କରୋନା ଏବଂ କରୋନା ଜନିତ କଟକଣାରୁ ମୁକ୍ତି ମିଳିଥିବାରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମନଭରି ଭଗବାନଙ୍କୁ ନବଯୌବନ ବେଶରେ ଦର୍ଶନ କରିଛନ୍ତି ।

Advertisment

ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ, ଭିନ୍ନ ଭିନ୍ନ ପର୍ଯ୍ୟାୟରେ ଆଜି ସର୍ବସାଧାରଣ ଦର୍ଶନ ଜାରି ରହିଛି । ଯାହା ରାତି ସାଢ଼େ ୧୨ଟାଏଁ ଯାଏଁ ଚାଲିବ । ରାତି ପାହିଲେ ହେବ ଉଭା ଯାତ୍ରା । ମହାପ୍ରଭୁଙ୍କ ଦର୍ଶନ ସାଢ଼େ ୫ଟା ପର୍ଯ୍ୟନ୍ତ ଜାରି ରହିବ । ଏହାପରେ ଅର୍ଥାତ ଦିନକ ପରେ ହେବ ମହାପ୍ରଭୁଙ୍କ ବିଶ୍ୱବିଦିତ ଘୋଷଯାତ୍ରା । ଏଥିପାଇଁ ରଥ ନିର୍ମାଣ କାମ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରଥରେ ଶେଷ ସ୍ପର୍ଶ ଦେଉଛନ୍ତି ବିଶ୍ୱକର୍ମା ମହାରଣା, ଭୋଇ ସେବାୟତ, ରୂପକାର ଓ ଦରଜୀ ସେବାୟତ ।

କରୋନା ଯୋଗୁ ୨ ବର୍ଷର ବ୍ୟବଧାନରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ ହେଉଛି । ଏସବୁ ଭିତରେ କେମିତି ହେବ ଶୃଙ୍ଖଳିତ ରଥଯାତ୍ରା ଏବଂ ସୁରକ୍ଷା ବ୍ୟବସ୍ଥା, ଏଥିପାଇଁ ପୋଲିସ ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି । ବିଶ୍ୱପ୍ରସିଦ୍ଧ ରଥଯାତ୍ରାବେଳେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହତ ପାଇଁ ଆଜି ସ୍ପେଶାଲ୍ ଟାକ୍ଟିକାଲ୍ ୟୁନିଟ୍- ଏସଟିୟୁ ପକ୍ଷରୁ ମକଡ୍ରିଲ୍ କରାଯାଇଥିଲା । ଏହାସହ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ଏବଂ ସମ୍ଭାବ୍ୟ କରୋନା ସଂକ୍ରମଣକୁ ଦେଖି ଜନସଚେତନତାକୁ ଗୁରୁତ୍ୱ ଦିଆଯାଇଛି । ଯେଉଁମାନେ ଆସୁଛନ୍ତି, ସେମାନେ ମାସ୍କ ପିନ୍ଧିବାକୁ କୁହାଯିବା ସହ ଥଣ୍ଡା, ଜ୍ୱର, କାଶ ହୋଇଥିବା ଲୋକଙ୍କୁ ଭିଡ଼କୁ ନଆସିବାରୁ ସ୍ୱତନ୍ତ୍ର ରିଲିଫ୍ କମିଶନର ପରାମର୍ଶ ଦେଇଛନ୍ତି ।

Advertisment
Ratha Jatra
Advertisment
Advertisment