• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପାଖେଇ ଆସୁଛି ବିଶ୍ୱ ପ୍ରଶିଦ୍ଧ ରଥଯାତ୍ରା । ପ୍ରତିବର୍ଷ ପୁରୀରେ ଏହି ଅବସରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ୍ ଜମିଥାଏ । ଏହାକୁ ଦୃଷ୍ଟିରେ ରଖି ରଥଯାତ୍ରା ପାଇଁ ପୁରୀରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ସେ ଏହି ଘୋଷଣା କରିଛନ୍ତି । 

କ’ଣ କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ :-

ବିଶ୍ୱ ପ୍ରଶିଦ୍ଧ ରଥଯାତ୍ରାକୁ ଦୃଷ୍ଟିରେ ରଖି ବିଜୟ ମହାପାତ୍ର କହିଛନ୍ତି ଯେ, ‘ରଥଯାତ୍ରା ଆସୁଛି, ଭିଡ଼ ହେବ । ତେଣୁ ସାବଧାନ ରହିବା ଉଚିତ୍ । ଲକ୍ଷଣ ଥିଲେ ପୁରୀ ଯାଆନ୍ତୁ ନାହିଁ , ଘରେ ବସି ଟିଭିରେ ହିଁ ରଥଯାତ୍ରା ଦେଖନ୍ତୁ । ରଥଯାତ୍ରା ଭିଡ଼ରେ ମାସ୍କ ପିନ୍ଧନ୍ତୁ । ରାଜ୍ୟରେ ଏବେ କିଛି ମାତ୍ରାରେ ସଂକ୍ରମଣ ବଢିଛି । ଖୋର୍ଦ୍ଧାରେ ସର୍ବାଧିକ ସଂକ୍ରମଣ ବଢିଛି ତେଣୁ ଏହାକୁ ଦୃଷ୍ଟିରେ ରଖି ଟେଷ୍ଟଙ୍ଗି ବଢିବ । ପୁରୀ ଷ୍ଟେସନ, ବସ୍‌ଷ୍ଟାଣ୍ଡ, ବଡ଼ଦାଣ୍ଡରେ ହେଲ୍ଥ କ୍ୟାମ୍ପ ଖୋଲିବ ତେଣୁ ଲକ୍ଷଣ ଥିଲେ ହେଲ୍ଥ କ୍ୟାମ୍ପ ଯାଇ ଚିକିତ୍ସା କରାନ୍ତୁ’ ।

ରଥଯାତ୍ରାରେ ଆଇନଶୃଙ୍ଖଳା ସ୍ଥିତି ନେଇ ସମୀକ୍ଷା ବୈଠକ :-

ସେହିପରି ରଥଯାତ୍ରା ପାଇଁ ଆଇନଶୃଙ୍ଖଳା ସ୍ଥିତି ନେଇ ପୁରୀରେ ସମୀକ୍ଷା ବୈଠକ ଚାଲିଛି । ପୋଲିସ ଡିଜି ସୁନୀଲ ବଂଶଲ ସମସ୍ତ ପୋଲିସ ଅଧିକାରୀ ସମୀକ୍ଷା କରୁଛନ୍ତି । ଏହି ସମୀକ୍ଷା ବୈଠକରେ ପୋଲିସ ଡ଼ିଜିଙ୍କ ସହ ଅତିରିକ୍ତ ଡିଜି ରାଧାକୃଷ୍ଣ ଶର୍ମା, କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳଙ୍କ ସହ ଅନ୍ୟ ପୋଲିସ ଅଧିକାରୀମାନେ ସାମିଲ ହୋଇଛନ୍ତି । ତେବେ ଶୃଙ୍ଖଳିତ ଓ ସୁରକ୍ଷିତ ରଥଯାତ୍ରା ପାଇଁ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ସହ ବରିଷ୍ଠ ଅଧିକାରୀ ମୁତୟନ ହେବେ ବୋଲି ସୂଚନା ମିଳିଛି ।

ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ୍ :-

ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ଖୋର୍ଦ୍ଧାରେ ସଂକ୍ରମଣ ଚିନ୍ତା ବଢ଼ାଉଛି । ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୬୯ ପଜିଟିଭରୁ କେବଳ ଖୋର୍ଦ୍ଧାରୁ ୨୬ ଜଣ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ଟିଭ୍ କେସ୍‌ ମଧ୍ୟରୁ କେବଳ ଅଧା କେବଳ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ କୋଭିଡ୍ ଆକ୍ଟିଭ୍ କେସ ୪୫୬ ଥିବା ବେଳେ କେବଳ ଖୋର୍ଦ୍ଧାରୁ ୨୨୩ ଜଣ ଅଛନ୍ତି । ତେବେ ସଂକ୍ରମଣ ବଢ଼ୁଥିବାରୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।