Advertisment

ରଥଯାତ୍ରା ବେଳେ ବଢ଼ିଲା କରୋନା ଚିନ୍ତା, ଶ୍ରୀକ୍ଷେତ୍ରରେ ମାସ୍କ ବାଧ୍ୟତାମୂଳକ

କୋଭିଡ୍ ଲକ୍ଷଣ ଥିଲେ ଘରେ ବସି ଟିଭି ଦେଖିବାକୁ ପରାମର୍ଶ । ଘୋଷଯାତ୍ରାରେ ଭକ୍ତଙ୍କୁ ସୁରକ୍ଷା ସହ ସେବା ଯୋଗାଇବ ପୋଲିସ୍ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Ratha Jatra

Ratha Jatra

ରଥଯାତ୍ରା ବେଳେ ପୁରୀରେ ମାସ୍କ ବାଧ୍ୟତାମୂଳକ । ପ୍ରବଳ ଭକ୍ତଙ୍କ ଭିଡ଼ ହେବ, ତେଣୁ ସାବଧାନ ରହିବା ଉଚିତ୍ । ଲକ୍ଷଣ ଥିଲେ ଆଦୌ ଭିଡ଼କୁ ନ ଯିବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ । ରାଜ୍ୟରେ ପୁଣି ଥରେ କଡ଼ ଲେଉଟାଥିବା କରୋନା ସଂକ୍ରମଣକୁ ଦେଖି ଆଗୁଆ ଏଭଳି ସତର୍କ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ।

Advertisment

ସେ କହିଛନ୍ତି ରାଜ୍ୟରେ ଏବେ କୋଭିଡ୍ ଆକ୍ଟିଭ୍ କେସ ୪୫୬ ଥିବା ବେଳେ କେବଳ ଖୋର୍ଦ୍ଧାରୁ ଅଛନ୍ତି ୨୨୩ । ଗତ ୨୪ ଘଣ୍ଟାରେ ଚିହ୍ନଟ ୬୯ ନୂଆ ପଜିଟିଭରୁ ଖୋର୍ଦ୍ଧାରୁ ୨୬ ଜଣ ଜଣ ଆକ୍ରାନ୍ତ ଅଛନ୍ତି । ତେଣୁ ଯାହାର ସାମାନ୍ୟ ଲକ୍ଷଣ ରହିଛି ସେମାନେ ପୁରୀ ନଯାଇ ଘରେ ବସି ଟିଭିରେ ରଥଯାତ୍ରା ଦେଖିବାକୁ ଦେଇଛନ୍ତି ପରାମର୍ଶ । ଏଥିସହ ପୁରୀରେ ଏଥର ରେଳଷ୍ଟେସନ, ବସଷ୍ଟାଣ୍ଡ ଓ ବଡ଼ଦାଣ୍ଡରେ ହେଲ୍ଥ କ୍ୟାମ୍ପ ଖୋଲିବ ତେଣୁ ଲକ୍ଷଣ ଥିବା ବ୍ୟକ୍ତିମାନେ ଏସବୁ ହେଲ୍ଥ କ୍ୟାମ୍ପକୁ ଯାଇ ଚିକିତ୍ସା କରାଇ ନେବାକୁ କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ସେପଟେ ରଥଯାତ୍ରା ଯେତିକି ପାଖେଇ ଆସୁଛି ପୁରୀରେ ଭକ୍ତଙ୍କ ସୁରକ୍ଷାକୁ ନେଇ ସେତିକି ସଜାଗ ହେଉଛି ପୋଲିସ । ଆଜି ନିଜେ ପୋଲିସ୍ ଡିଜି ପୁରୀରେ ରଥଯାତ୍ରା ସମୀକ୍ଷା ବୈଠକରେ ଯୋଗଦେଇ ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଟ୍ରାଫିକ୍ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଥିଲେ । ଡିଜିପି କହିଛନ୍ତି କୋଭିଡ୍ କାରଣରୁ ଦୁଇବର୍ଷ ପୁରୀକୁ ଭକ୍ତଙ୍କୁ ବାରଣ ଥିବାରୁ ଏଥର ଘୋଷଯାତ୍ରାକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆସିବେ । ତେଣୁ ପୋଲିସ କେବଳ ସେମାନଙ୍କୁ ସୁରକ୍ଷା ଦେବନି, ତା ସହ ସେବା ବି ଦେବ ।

Advertisment

ଶ୍ରଦ୍ଧାଳୁମାନେ ଯେମିତି ଭଲରେ ମହାପ୍ରଭୁଙ୍କୁ ଦର୍ଶନ କରିବେ, ତାଉପରେ ବି ପୋଲିସ ଦୃଷ୍ଟି ଦେବ । ଏନେଇ ସବୁ ପୋଲିସ କର୍ମଚାରୀଙ୍କୁ ସେନ୍‌ସିଟାଇଜ କରାଯାଇଛି । ଏଥର ପୁରୀରେ ୧୮୦ ପ୍ଲାଟୁନ୍ ଫୋର୍ସ ଓ ହଜାରେ ଅଫିସର ନିୟୋଜିତ ହେବେ । ଏଥିସହ ଟେକ୍ନିକାଲ ୟୁନିଟ୍, ବମ୍ ଡିସପୋଜାଲ ସ୍କ୍ୱାର୍ଡ ସହ ତଟ୍ଟ ରକ୍ଷା ବାହିନୀ ବି ନିୟୋଜିତ ହେବେ । ପୁରୀ ସହରକୁ ତ୍ରିସ୍ତରୀୟ ଟ୍ରାଫିକ୍ ବଳୟରେ ରଖାଯିବ । ଏଥିପାଇଁ ୧୦ଟି ଜୋନ୍ ଓ ୨୯ଟି ସେକ୍ଟରରେ ବିଭକ୍ତ କରାଯାଇଛି । ଏଥର ୮ଟି ପାର୍କିଂ ପ୍ଲେସ୍ କରାଯାଇଛି ।

ରଥଯାତ୍ରାକୁ ମଝିରେ ଆଉ ମାତ୍ର ୩ ଦିନ । ଶ୍ରୀମନ୍ଦିରରେ ସରି ସରି ଆସୁଛି ମହାପ୍ରଭୁଙ୍କ ଅନବସର ନୀତି । ଆଜି ଚତୁର୍ଦ୍ଦଶୀରେ ଖଡ଼ି ପ୍ରସାଦ ବିଜେ ସହ ହେବ ବନକଲାଗି । ଦତ୍ତ ମହାପାତ୍ର ସେବାୟତମାନେ ହିଙ୍ଗୁଳ, ହରିତାଳ, କେଶର, କସ୍ତୁରୀ ଓ ପାରମ୍ପରିକ ରଙ୍ଗ ବ୍ୟବହାର କରି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ । ଏହି ଗୁପ୍ତନୀତି ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ଚାଲିବ । ବୁଧବାର ମହାପ୍ରଭୁ ନବଯୌବନ ରୂପରେ ଭକ୍ତଙ୍କୁ ଦର୍ଶନ ଦେବେ । ତେଣେ ରଥଖଳାରେ ତିନିରଥର ନିର୍ମାଣ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ପାର୍ଶ୍ୱଦେବଦେବୀ ଖଞ୍ଜା ଗଲେଣି । ପ୍ରଭା ଲାଗିବା ପାଇଁ ବି ଚୂଡ଼ାନ୍ତ ପ୍ରସ୍ତୁତି ଚାଲିଛି ।

ଯେଉଁମାନଙ୍କୁ ଥଣ୍ଡା କାଶ ଅଛି ସେମାନେ ଘରେ ବସି ଟିଭିରେ ରଥଯାତ୍ରା ଦେଖନ୍ତୁ  ଏହି ଅପିଲ୍ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ  ପୁରୀ ରଥଯାତ୍ରାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି  କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ହୋଇଥିବା ସମସ୍ତ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ନବ ଦାସ  ରଥଯାତ୍ରା ପାଇଁ ପୁରୀ ମେଡିକାଲ୍ରେ ୫୦ଟି ଅତିରିକ୍ତ ବେଡ୍ ଓ ସ୍ବତନ୍ତ୍ର ଓଟି ବ୍ୟବସ୍ଥା ହୋଇଥିବା ବେଳେ ପଯର୍ୟାପ୍ତ ପରିମାଣରେ ମେଡିସିନ୍  ଓ ଅନ୍ୟ ସାମଗ୍ରୀ ମହଜୁଦ ରଖାଯିବ  ଏଥିସହ ୧୦ ଲକ୍ଷ ମାସ୍କ ବଣ୍ଟନ କରାଯିବ ଓ ଅାଇସିୟୁ ପ୍ରସ୍ତୁତ ରହିବ ବୋଲି ସୂଚନା ମିଳିଛି  ଅାମ୍ବୁଲାନ୍ସ ସମେତ ସ୍ବେଚ୍ଛାସେବୀ ଓ ମେଡିକାଲ୍  ଅଧିକାରୀ ୨୪ ଘଣ୍ଟା ସେବା ଯୋଗାଇବା ଉପରେ ଗୁରୁତ୍ୱାରୋପ କରିଛନ୍ତି ମନ୍ତ୍ରୀ ...

Lord Jagannath Ratha Jatra
Advertisment
Advertisment