• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପାଖେଇ ଆସୁଛି ଶ୍ରୀଜିଉଙ୍କ ବିଶ୍ୱ ପ୍ରଶିଦ୍ଧ ରଥଯାତ୍ରା । ଆସନ୍ତା ଜୁଲାଇ ୧ ରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଚଳିତବର୍ଷ ରଥଯାତ୍ରା ଭକ୍ତମୟ ପରିବେଶ ମଧ୍ୟରେ ହେଉଥିବାରୁ ଶୃଙ୍ଖଳିତ ନୀତିକାନ୍ତି ନେଇ ସେବାୟତ ମାନଙ୍କ ସହ ଜିଲ୍ଲାପାଳ ଓ ଏସପି ପୃଥକ ପୃଥକ ଭାବେ ‌ଆଲୋଚନା କରିଛନ୍ତି ।

ରଥଯାତ୍ରା ସମୟରେ ସେବାୟତ ମାନଙ୍କର ସୁବିଧାରେ ଗମନାଗମନ, ପାସ୍ ବ୍ୟବସ୍ଥା ଓ ସମନ୍ୱୟ ରକ୍ଷା କରିବା ଉପରେ ଛତିଶାନିଯୋଗ ସହ ଏସପି ବୈଠକ କରିଥିଲେ । ସେହିପରି ଘୋଷଯାତ୍ରା ନୀତିକାନ୍ତିର ଅନୁପାଳନ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ପରିଚାଳନା କମିଟି ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କୁ ନେଇ ଜିଲ୍ଲାପାଳ ବୈଠକ କରିଥିଲେ ।

ରଥ ଉପରେ କେହି ସେଲଫି ନେବେନାହିଁ, କି ନୀତିକାନ୍ତି ଭାଇରାଲ କରିବେ ନାହିଁ । ଏହା ସହିତ ରଥ ଉପରେ ମହାପ୍ରଭୁଙ୍କ ସମ୍ମୁଖ ଭାଗକୁ ଅବରୋଧ ମୁକ୍ତ ରଖିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି । ସେପଟେ ଦଇତାପତି ଅଣସରରେ ଥିବା ଶ୍ରୀଜିଉଙ୍କ ଠାରେ ଓଷ ଲାଗି କରିଛନ୍ତି । ଶ୍ରୀବିଗ୍ରହଙ୍କ ଗୁପ୍ତ ଉପଚାରରେ ଓଷ ଲାଗି ନୀତି ନବମୀ ପର୍ଯ୍ୟନ୍ତ ଚାଲିବ ବୋଲି ଦଇତାପତି ସେବାୟତ କହିଛନ୍ତି ।