୧୫ ଦିନର ଅନବସର ସାରି ନବଯୌବନ ଦର୍ଶନ ଦେବେ ମହାପ୍ରଭୁ । ଦୁଇ ବର୍ଷ ପରେ ଶ୍ରୀମନ୍ଦିର ଭିତରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ କରିବେ ଶ୍ରଦ୍ଧାଳୁ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରିଛି ଶ୍ରୀମନ୍ଦିର ପ୍ରଶାସନ । ସକାଳ ୮ଟାରୁ ୯ଟା ଯାଏଁ ପରିମାଣିକ ଦର୍ଶନ ରହିଛି । ପରେ ୯ଟାରୁ ସାଢେ ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ କରିହେବ । ସେହିପରି ଅପରାହ୍ନ ୨ଟାରୁ ୩ଟା, ସନ୍ଧ୍ୟା ୬ଟାରୁ ସାଢେ ୬ଟା, ରାତି ୯ଟାରୁ ସାଢେ ୧୦ଟା ଏବଂ ରାତି ସାଢେ ୧୧ରୁ ସାଢେ ୧୨ଟା ଯାଏଁ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ।
Published: Satyendu Shekher Mishra
Last updated: 28 June 2022, 10:14 PM IST
ଘୋଷଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରିବିଜେ ବେଳେ ପ୍ରଭୁ ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ଅଟକାଇଥିଲେ ଦେବୀ ମହାଲକ୍ଷ୍ମୀ । ଅଭିମାନିନୀ ମହାଲକ୍ଷ୍ମୀଙ୍କୁ ପ୍ରଭୁ ଚକାଡୋଳା ସାଙ୍ଗରେ ନେଇ ଆସିଥିବା ସ୍ବାଦିଷ୍ଟ ରସଗୋଲା ଦେଇ ମାନ ଭଙ୍ଗ କରିଥିଲେ ।