ଭକ୍ତମାନେ ଆସନ୍ତାକାଲି ମଧ୍ୟ ରଥଟଣାର ସୁଯୋଗ ପାଇବେ। ଏହାସହ କାଲି ମଧ୍ୟ ଶରଧାବାଲିରେ ରଥ ଉପରେ ତିନି ଠାକୁରକଙ୍କ ଦର୍ଶନ କରିପାରିବେ ଭକ୍ତ।
ସବୁ ବର୍ଷ ଭଳି ଏଥର ବି ରଥଯାତ୍ରାରେ ମାଧବଙ୍କ ଦର୍ଶନ ଅପେକ୍ଷା ମାନବ ସେବାକୁ ବ୍ରତ କରିଥିଲେ ବହୁ ବଦାନ୍ୟ ବ୍ୟକ୍ତି ଓ ଦାତବ୍ୟ ଅନୁଷ୍ଠାନ। ଶ୍ରୀଜିଉଙ୍କ ଦର୍ଶନ ଲାଗି ଶ୍ରୀକ୍ଷେତ୍ର ଧାଇଁ ଆସିଥିବା ଅଗଣିତ ଭକ୍ତଙ୍କୁ ସକାଳୁ ସନ୍ଧ୍ୟା ଯାଏଁ ନିରବଚ୍ଛିନ୍ନ ଭାବେ ଯୋଗାଇ ଦେଇଥିଲେ ଭିନ୍ନ ଭିନ୍ନ ସେବା। କିଏ ଖାଦ୍ୟ, କିଏ ପାନୀୟ ତ ଆଉ ଶୃଙ୍ଖଳା ରକ୍ଷା, ଆମ୍ବୁଲାନ୍ସ, ସେବା ଶୁଶ୍ରୁଷାରେ ହଜାଇ ଦେଇ ନିଜକୁ ଧନ୍ୟ ମନେ କରିଥିଲା।
ବଡ଼ଦାଣ୍ଡରେ ଆଜି ସଭିଏଁ ଏକ। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ସାଧାରଣ ଭକ୍ତ । ମହାପ୍ରଭୁଙ୍କୁ ଦର୍ଶନ ଲାଭ ପାଇଁ ସମସ୍ତେ ଛୁଟି ଆସିଥିଲେ ଶ୍ରୀକ୍ଷେତ୍ରକୁ। ମହାପ୍ରଭୁଙ୍କ ରଥ ଟାଣିଥିଲେ, ଆଖି ପୁରାଇ ଦର୍ଶନ କରିଥିଲେ। ଆଉ ସେପଟେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଜଳ ସ୍ଥଳ ଏବଂ ଆକାଶ ମାର୍ଗରୁ ପୁରୀ ଉପରେ ରହିଥିଲା ସୁରକ୍ଷା ବାହିନୀର କଡ଼ା ନଜର।
ରତ୍ନବେଦୀରୁ ଜନ୍ମବେଦୀ। ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଭାଇ-ଭଉଣୀଙ୍କ ସହିତ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରା କରିଛନ୍ତି ମହାପ୍ରଭୁ ଜଗନ୍ନାଥ। ସଅଳ ପହଣ୍ଡି ଓ ରଥ ଟଣା ସତ୍ତ୍ବେ ଏପର୍ଯ୍ୟନ୍ତ ଶରଧାବାଲିରେ ରଥ ପହଞ୍ଚିପାରିନି। ଏବେ ବି ଜାରି ରହିଛି ରଥଟଣା।
ଶ୍ରୀକ୍ଷେତ୍ର ପୁରୀରେ ତିନି ଠାକୁର ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ଶ୍ରୀମନ୍ଦିରରୁ ବାହାରି ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିଥିବା ବେଳେ ରାଜ୍ୟର ଅନ୍ୟ ପ୍ରମୁଖ ସ୍ଥାନରେ ମଧ୍ୟ ଭକ୍ତି ଭାବର ସହିତ ରଥ ଟଣା ଯାଇଛି ।
ଆଜି ଲୋକାରଣ୍ୟ ଶ୍ରୀକ୍ଷେତ୍ରରେ ବିଭୋର ସମସ୍ତେ..ଲୀଳାମୟଙ୍କୁ ଅଶ୍ରୁଳ ନୟନରେ କିଏ ଜଣାଇଛି ଅନ୍ତରର ଅପ୍ରକାଶିତ ଦୁଃଖ ତ ଆଉ କିଏ ଚର୍ମଚକ୍ଷୁରେ ଦର୍ଶନ କରି ଆତ୍ମ ବିଭୋର, ଭାବ ବିହ୍ୱଳ ।
ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ଦିଅଁ । ଏକାକାର ହୋଇଛନ୍ତି ଭକ୍ତ ଓ ଭଗବାନା କେହି ବି ଏହି ଦିବ୍ୟ ସୁଯୋଗକୁ ହାତ ଛଡ଼ା କରିବାକୁ ଚାହିଁ ନାହାନ୍ତି ।
ରାଜ୍ୟର ଅନ୍ୟ ପ୍ରମୁଖ ସ୍ଥାନରେ ଭକ୍ତି ଭାବର ସହିତ ରଥ ଟଣା ଯାଇଛି ।
ଭଜନ-କୀର୍ତ୍ତନ ସାଙ୍ଗକୁ ନୃତ୍ୟଗୀତରେ ବିଭୋର । ଜଗା ଦର୍ଶନ କରି ବିଦେଶୀ ବି ଆତ୍ମ ବିଭୋର ।
ସେବା ହିଁ ଧର୍ମ, ସେବା ହିଁ ଇଶ୍ୱର। ମାନବ ସେବାରେ ମାଧବ ପ୍ରାପ୍ତି। ଏ ଉକ୍ତିରେ ବିଶ୍ୱାସ ରଖୁଥିବା ଶହ ଶହ ସଂଖ୍ୟାରେ ସ୍ୱେଚ୍ଛାସେବୀଙ୍କ ଉପସ୍ଥିତିରେ ଧନ୍ୟ ହୋଇଥିଲା କାଳିଆର ବଡ଼ଦାଣ୍ଡ। ଏମାନଙ୍କ ନିରବଚ୍ଛିନ୍ନ ସେବା ଓ କର୍ତ୍ତବ୍ୟରେ କୃତକୃତ ହୋଇଥିଲେ ଅଗଣିତ ଭକ୍ତ ଓ ସେବକ।
କାଳିଆର ଦିବ୍ୟଲୀଳା। ପୁଣି ଜନ ସମୁଦ୍ରରେ ଭାବରଠାକୁରଙ୍କ ଘୋଷଯାତ୍ରା। ବରଷକ ପରେ ଜଗତଠାକୁରଙ୍କ ଦିବ୍ୟସାନିଧ୍ୟ ପାଇଁ ଭକ୍ତିିରେ ଉଛୁଳିଥିଲା ଭକ୍ତର ମନ
ମରିଚିକୋଟ ଛକରେ ଠେଲାପେଲାରେ ଏକାଧିକ ଆହତ ହୋଇଛନ୍ତି।
ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର । ବଡ଼ଦାଣ୍ଡରେ ଗଡ଼ିଛି ରଥ
ତୁମକୁ ଏ ଉନ୍ମୁକ୍ତ ବଡ଼ଦାଣ୍ଡରେ ଥରେ ଦେଖି, ତୁମର ସେ ବାହୁ ଯୁଗଳରେ ନିଜକୁ ହଜାଇ ଏ ପାପରୁ କ୍ଷଣିଏ ମୁକ୍ତି ଚାହୁଁ ପ୍ରଭୁ । ଆଉ ଅପେକ୍ଷା କରାଅନି ଆମକୁ । ଶୀଘ୍ର ଚାଲିଆସ। ଆଉ ଅଝଟ ହୁଅନି ବୋଲି କୁହୁଛି ଭକ୍ତ ।
ସୁଦର୍ଶନଙ୍କ ପରେ ବଡ଼ ଭାଇ ବଳଭଦ୍ର ବି ରଥରେ ବିଜେ କରିଛନ୍ତି । ତାଙ୍କ ପରେ ପରେ ଧାଡ଼ି ପହଣ୍ଡିରେ ଆସି ଦେବୀ ଭଭଦ୍ରା ବି ରଥରେ ବିରାଜମାନ ହୋଇଛନ୍ତି ।
ରଥାରୁଢ ଶ୍ରୀଜିଉଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ପହଣ୍ଡି ପୂର୍ବରୁ କେନ୍ଦ୍ରମନ୍ତ୍ରୀ ମନ୍ତ୍ରୀ ଅମିତ ଶାହ ଜମଲପୁରା ସ୍ଥିତ ଜଗନ୍ନାଥ ମନ୍ଦିର ପହଞ୍ଚି ମହାପ୍ରଭୁଙ୍କ ଆରତି କରିଥିଲେ।
ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା । ରତ୍ନ ସିଂହାସନ ଛାଡ଼ି ବଡ଼ଦାଣ୍ଡକୁ ଆସିବେ ଶ୍ରୀଜିଉ । ପହଣ୍ଡିରେ ଆସି ରଥାରୁଢ଼ ହେବେ ଶ୍ରୀଜିଉ।
ପହଣ୍ଡିରେ ଆସି ରଥାରୁଢ ହେଲା ପରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିବେ ତିନିଠାକୁର ।
ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ଘୋଷଯାତ୍ରା । ଏଥିପାଇଁ ଉତ୍ସବମୁଖର ହୋଇପଡିଛି ଶ୍ରୀକ୍ଷେତ୍ର ପୁରୀ । ସେପଟେ ଶ୍ରୀଜିଉଙ୍କ ଅପେକ୍ଷାରେ ସିଂହଦ୍ୱାରରେ ରହିଛି ତିନି ରଥ ।
ଦୁଲୁକୁଛି ବଡ଼ଦାଣ୍ଡ...ଲାଗିଛି ଭକ୍ତଙ୍କ ଗହଳିଚହଳି। ସମସ୍ତଙ୍କ ଅପେକ୍ଷା...ଭାଇ
ଆଜି ବିଶ୍ୱପ୍ରସିଦ୍ଧ ପବିତ୍ର ଘୋଷଯାତ୍ରା। ସମସ୍ତେ ଚାହିଁ ବସିଛନ୍ତି ରଥ ଉପରେ କାଳିଆ ଠାକୁରକୁ ଦର୍ଶନ କରି ଚର୍ମ ଚକ୍ଷୁକୁ ପବିତ୍ର କରିବେ। କାଳିଆର ପ୍ରେମରେ ମଗ୍ନ ହେବେ ଆଉ ଚକାଆଖିରେ ନିଜକୁ ହଜେଇଦେବେ। ଏହିଅବସରରେ ଆସନ୍ତୁ ରଥଯାତ୍ରାର କେତେକ ବିଧିବିଧାନ ଜାଣିନେବା।
ରାଜ୍ୟର ପ୍ରତିଷ୍ଠିତ ଓଲିଉଡ ନାୟକ ଓ ନାୟିକାଙ୍କ କଣ୍ଠରେ ରେକର୍ଡିଂ ହେଲା ଓଡ଼ିଆ ଭଜନ
ଭୁବନେଶ୍ୱର ପଟର ନିୟମିତ ବସ୍ ତାଳବଣିଆରେ ପାର୍କିଂ । ଅନ୍ୟ ୪ ଚକିଆ ଗାଡ଼ି ITI, ଇନଡୋର ଷ୍ଟାଡିୟମ ଅଞ୍ଚଳରେ ପାର୍କିଂ ।
ସ୍ନାନ ପୂର୍ଣ୍ଣିମାର ସ୍ନାନ ପରେ ଠାକୁରମାନେ ଅଣସର ଘରେ ଯାଇ ରୁହନ୍ତି। ପନ୍ଦର ଦିନ ପାଇଁ ଭକ୍ତମାନେ ତାଙ୍କର ଦର୍ଶନରୁ ବଞ୍ଚିତ ହୁଅନ୍ତି । ଅଣସର ଶେଷରେ ପୁଣି ସେ ଯେଉଁଦିନ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ତାହାକୁ ନବଯୌବନ ଦର୍ଶନ କୁହାଯାଏ।
ଆଜି ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। ସକାଳ ୮ଟାରୁ ୧ ଘଣ୍ଟା ଧରି ପରିମାଣିକ ଟିକେଟ୍ ଦର୍ଶନ ଚାଲିଛି। ସେହିପରି ୯ଟାରୁ ଦୁଇ ଘଣ୍ଟା ଧରି ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ବା ସାହାଣମେଲା ଦର୍ଶନ ହେବ।