ଆଜି ନୀଳାଦ୍ରି ବିଜେ, ରଥରୁ ଓହ୍ଲାଇବା ପରେ ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
ଜଗା ପ୍ରେମ ଆଗରେ ବୟସ ବି ହାର ମାନିଲା.. ମହାପ୍ରଭୁଙ୍କ ଦର୍ଶନ ଲାଳସାରେ ନୀଳମାଧବଙ୍କ ପୀଠରୁ ସାଇକେଲ ଧରି ଚାଲିଆସିଲେ ୭୫ ବର୍ଷୀୟ ବୃଦ୍ଧ..
ନବଦିନାତ୍ମକ ଯାତ୍ରା ସାରି ନୀଳକନ୍ଦରକୁ ବାହୁଡିବେ ଚତୁର୍ଦ୍ଧାମୂରତି
ଶେଷ ହେଲା ଶ୍ରୀଜିଉଙ୍କ ଅଧରପଣା ନୀତି । ରଥାରୁଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କଠାରେ ଲାଗି ହେବ ସୁସ୍ୱାଦୁ ଓ ସୁବାସିତ ପଣା । ୩ ରଥରେ ୩ଟି ଲେଖାଏଁ ମୋଟ ୯ଟି ମାଟି ତୁମ୍ଭରେ ଏହି ପଣା ଲାଗି ହେବାର ପରମ୍ପରା ରହିିଛି । ଏହି ତୁମ୍ଭର ଉଚ୍ଚତା ମହାପ୍ରଭୁଙ୍କ ଅଧର ଉଚ୍ଚର ହୋଇଥିବାରୁ ଏହାକୁ ଅଧର ପଣା କୁହାଯାଏ । ତେବେ ଏହି ପଣା ରଥ ଉପରେ ଲାଗି ପରେ ସେହିଠାରେ ହିଁ ହାଣ୍ଡିକୁ ଭାଙ୍ଗି ଦିଆଯାଇଥାଏ ।
ଆଜିର ଅଧରପଣା ନୀତି ସମାପ୍ତ ପରେ ଆସନ୍ତାକାଲି ନବଦିନାତ୍ମକ ଯାତ୍ରା ସାରି ନିଳକନ୍ଦରକୁ ବାହୁଡିବେ ଚତୁର୍ଦ୍ଧାମୂରତି । ଅଧରପଣା ନୀତି ଦର୍ଶନ ପାଇଁ ସିଂହଦ୍ୱାର ସମ୍ମୁଖରେ ଭକ୍ତଙ୍କ ଭିଡ଼ ଲାଗିଛି ।
ରାଣୀ ସୁଶ୍ରୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ କଲେ ଛେରାପହଁରା । ୨ ବର୍ଷ ପରେ ରଥଯାତ୍ରା ଦେଖିବାକୁ ଲୋକଙ୍କ ଭିଡ଼ ।
ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଠାରେ ୯ଟି ମାଟି ହାଣ୍ଡିରେ ଅଧରପଣା ଲାଗି ହେବ ।
ଲୀଳାମୟ ବଡ଼ଠାକୁରଙ୍କ ଦୁର୍ଲଭ ଓ ଦିବ୍ୟ ସୁନାବେଶର ସାନିଧ୍ୟ ପାଉଛନ୍ତି ଶହ ଶହ ଶ୍ରଦ୍ଧାଳୁ। ରଥାରୁଢ଼ ଶ୍ରୀଜିଉଙ୍କ ସୁନାବେଶ ଦେଖିବାକୁ ଜନସମୁଦ୍ର ପାଲଟିଛି ପୁରୀ ବଡ଼ଦାଣ୍ଡ। ପୂର୍ବ ନୀତି ନିର୍ଘଣ୍ଟ ଅନୁସାରେ ରତ୍ନ ଭଣ୍ଡାରରୁ ମହଣ ମହଣ ସୁନା ଅଳଙ୍କାର ଆସି ଶ୍ରୀଅଙ୍ଗରେ ଲାଗି ହୋଇଛନ୍ତି।
ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ତିନିଠାକୁର
ଉତ୍ସବର ସହର ପୁରୀ। ଏଠି ବର୍ଷତ ସାତା ଆୟୋଜିତ ହୋଇଥାଏ ଅନେକ ଯାତ୍ରା। ତା ଭିତରେ ସାହିଯାତ ଅନ୍ୟତମ। ଆସନ୍ତୁ ଜାଣିବା ଏହି ସାହିଯାତ କ’ଣ ଆଉ କେବେଠାରୁ ଆରମ୍ଭ ହୋଇଛି ଏହି ସାହିଯାତ ପରଂପରା?
ଶ୍ରୀକ୍ଷେତ୍ରର ମାହାତ୍ମ୍ୟ ପୁରାଣ ବର୍ଣ୍ଣିତ। ଯୁଗେ ଯୁଗେ ଏହି କ୍ଷେତ୍ରର ସାଂସ୍କୃତିକ ପରମ୍ପରା ଉଣା ଅଧିକେ ସମଗ୍ର ଭାରତବର୍ଷକୁ ପ୍ରେରଣାସିକ୍ତ କରିଆସିଛି। ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ୱରେ ଥିବା ୭ ସାହି ମଧ୍ୟ ଶ୍ରୀଜଗନ୍ନାଥଙ୍କ ସେବା ଓ ପରମ୍ପରା ସହ ଅନେକାଂଶରେ ଜଡିତ।
ଶ୍ରୀମନ୍ଦିର ଚାରିପଟେ ରହିଛି ଅନେକ ସାହି। ଏସବୁ ସହ ଶ୍ରୀଜଗନ୍ନାଥ ସଂସ୍କୃତି ମଧ୍ୟ ଓତପ୍ରୋତ ଭାବେ ଜଡ଼ିତ। ତେବେ ଆସନ୍ତୁ ଶ୍ରୀକ୍ଷେତ୍ରରେ ଥିବା ଜାଗା ଆଖଡ଼ା ଓ ସାହିଯାତ ସମ୍ପର୍କରେ ଜାଣିନେବା।
ଜଗତର ଠାକୁର ସେ ଜଗନ୍ନଥ। ମନୁଆ ଠାକୁର ସେ। ହେଲେ ରାଜାଙ୍କ ପରି ଚଳଣୀ।
ଭକ୍ତମାନେ ରାତି ୧୧ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ବା ରାଜରାଜେଶ୍ୱର ଦର୍ଶନ କରିପାରିବେ।
ଶ୍ରୀଗୁଣ୍ଡିଚାରୁ ବାହୁଡି ଆସିଲେ ମହାବାହୁ। ଶ୍ରୀନଅର ସମ୍ମୁଖରେ ସଂପନ୍ନ ହେଲା ଲକ୍ଷ୍ମୀ ନାରାୟଣ ଭେଟ। କାଲି ରଥ ଉପରେ ଜଗତଜନଙ୍କୁ ସୁନାବେଶରେ ଦର୍ଶନ ଦେବେ ଜଗତ ଠାକୁର।
ବଡ଼ଦାଣ୍ଡରେ ଗଡ଼ିବା ଆରମ୍ଭ କଲା ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ...
ଜନ୍ମବେଦିରୁ ଲୀଳାଖେଳା ସାରି ରତ୍ନବେଦିକୁ ବାହୁଡୁଛନ୍ତି ମହାବାହୁ। ଶ୍ରୀମନ୍ଦିର ଯାଏ ଟାଣି ନେବା ପାଇଁ ରଥ ପ୍ରସ୍ତୁତ, ଭକ୍ତ ବି ପ୍ରସ୍ତୁତ। ଦେଖନ୍ତୁ କିଛି ଝଲକ୍...
ନବଦିନାତ୍ମକ ଯାତ୍ରା କରି ଭକ୍ତଜନଙ୍କୁ ଆଡ଼ପ ମଣ୍ଡପରେ ଦୁର୍ଲଭ ଦର୍ଶନ ଦେଇ ଆଜି ଶ୍ରୀମନ୍ଦିର ଫେରୁଛନ୍ତି ଶ୍ରୀଜିଉ। ଭୋର ୪ଟାରୁ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହୋଇଥିବା ବେଳେ ମଧ୍ୟାହ୍ନ ୧୨ଟାରେ ପହଣ୍ଡି ସରିବାର ନୀତି ନିର୍ଦ୍ଧାରଣ ହୋଇଛି।
ଜନ୍ମବେଦୀରୁ ଲୀଳାଖେଳା ସାରି ରତ୍ନବେଦୀକୁ ବାହୁଡିଲେ ମହାବାହୁ।
ଭାଇ-ଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀମନ୍ଦରିକୁ ଫେରୁଛନ୍ତି ମହାବାହୁ। ଗହଳିରେ ପୂରିଉଠିଛି ବଡଦାଣ୍ଡ। ଭକ୍ତ ଉତ୍ସବମୁଖର ଆଉ ଭାବ ବିହ୍ୱଳ। ଏହି ପରିପ୍ରେକ୍ଷୀରେ ଆସନ୍ତୁ ଜାଣିନେବା କିପରି ହୁଏ ବାହୁଡା ଯାତ୍ରା।
ସେ ଏକ ଲୁଗା ଦୋକାନର ସେଲ୍ସମ୍ଯାନ୍। କଳା କାରିଗରି ସହ ତାଙ୍କର କୌଣସି ସଂପର୍କ ନଥିଲା। ଦିନେ ରାତିରେ ସ୍ୱପ୍ନ ଦେଖିଲେ, ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଗଢୁଛନ୍ତି। ରାତି ପାହିଲା, ହଠାତ୍ ତାଙ୍କ ମନରେ ସାହସ ଆସିଲା, କିଛି ନଜାଣି ମଧ୍ୟ ସେ ସେବେଠୁ ଗଢ଼ିବା ଆରମ୍ଭ କଲେ କାଳିଆର ମୂର୍ତ୍ତି। ସେଦିନର ସେ ଅନୁଭୂତି ଥିଲା ଦେହ ଥରାଇ ଦେଲାପରି। ଆସନ୍ତୁ ଭେଟିବା ସେଲ୍ସମ୍ୟାନ୍ରୁ ମହାପ୍ରଭୁଙ୍କ କାରିଗର ପାଲଟି ଯାଇଥିବା ଏହି ବ୍ୟକ୍ତିଙ୍କୁ।
ଜାଣନ୍ତୁ କେଉଁ ରଥରେ ହୁଏ ନାହିଁ ଦକ୍ଷିଣ ମୋଡ଼...
ଶ୍ରୀଜିଉଙ୍କ ସଂଧ୍ୟା ଦର୍ଶନ ପାଇଁ ଆସନ୍ତା କାଲି ଅପରାହ୍ନ ୪ ଟାରୁ ଦର୍ଶନ ବନ୍ଦ ରହିବ...
ଆଜି ସନ୍ଧ୍ୟା ୮ଟାରେ ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିରେ ଲାଗିଛି ଶ୍ରୀଜୀଉମାନଙ୍କ ୩ ରଥ। ପୂର୍ବାହ୍ନରେ ରଥତ୍ରୟଙ୍କ ଦକ୍ଷିଣ ମୋଡ଼ ଆରମ୍ଭ ହୋଇଥିଲା।
ଆଗେ ଭକ୍ତ ଦାବି କଲେ । ପରେ ସେବାୟତ ସମର୍ଥନ କଲେ । ଶ୍ରୀମନ୍ଦିର ରତ୍ନଭଣ୍ଡାରର ସ୍ଥିତି ଓ ସୁରକ୍ଷାକୁ ନେଇ ଏବେ ଖୋଦ୍ ଗଜପତି ବି ମୁହଁ ଖୋଲିଲେ।