• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶୃଙ୍ଖଳିତ ରଥଯାତ୍ରା ପାଇଁ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ରଥଟଣାର ମକଡ୍ରିଲ । ପୁରୀ ରିଜର୍ଭ ପୋଲିସ ଲାଇନ ପଡିଆରେ ରଥଟଣର ମକ୍‌ଡ୍ରିଲ୍ କରାଯାଇଛି । ଭିଡ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ରକ୍ଷାର ଅଭ୍ୟାସ କରାଯାଇଛି । ଅତିରିକ୍ତ ପୋଲିସ ଡିଜି ରାଧାକୃଷ୍ଣ ଶର୍ମାଙ୍କ ନେତୃତ୍ୱରେ ତିନୋଟି ରଥରେ ନିଯୁକ୍ତ ପୋଲିସ ଓ ମାଜିଷ୍ଟ୍ରେଟଙ୍କୁ ଉପସ୍ଥିତିରେ ଏହି  ଅଭ୍ୟାସ କରାଯାଇଛି ।

ପ୍ରବଳ ଭକ୍ତଙ୍କ ସମାଗମକୁ ନଜରରେ ରଖି ଚଳିତ ବର୍ଷ ସର୍ବାଧିକ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଚଳିତ ବର୍ଷ ଅନେକ ନୂଆ ପୋଲିସ ଅଧିକାରୀ ଓ କର୍ମଚାରୀ ରଥଯାତ୍ରାରେ ସାମିଲ ହୋଇଛନ୍ତି । ସେମାନଙ୍କୁ ପ୍ରଶିକ୍ଷଣ ଦେବା ଲାଗି ଏହି ମକ୍ ଡ୍ରିଲ୍ କରାଯାଇଛି । ଅତିରିକ୍ତ ପୋଲିସ ଡିଜି ରାଧାକୃଷ୍ଣ ଶର୍ମାଙ୍କ ନେତୃତ୍ୱରେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ, ଆଇଜି ଦେବଦତ୍ତ ସିଂ, ଡିଆଇଜି ଜୟନାରାୟଣ ପଙ୍କଜ, ଏସ୍‌ପି କନଓ୍ୱର ବିଶାଳ ସିଂଙ୍କ ସହ ମାଜିଷ୍ଟ୍ରେଟ ମାନେ ଏହି ମକ୍‌ଡ୍ରିଲରେ ଭାଗ ନେଇଥିଲେ । ଅନ୍ୟପଟେ ପୁରୀରେ ରଥଯାତ୍ରା ବେଳେ ଆମ୍ବୁଲାନ୍ସ ଯିବା ପାଇଁ ଗ୍ରୀନ କରିଡର କରାଯିବ । ଏନେଇ ରିହରସଲ କରାଯାଇଛି । ଭିଡ ସମୟରେ କେହି ଅସୁସ୍ଥ ହେଲେ କିପରି ତୁରନ୍ତ ହସ୍ପିଟାଲ ନିଅଯିବ ସେ ନେଇ ପ୍ରସ୍ତୁତି କରାଯାଇଛି ।