ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ଆସନ୍ତାକାଲି ହେବ ମହାପ୍ରଭୁଙ୍କ ବନକଲାଗି ନୀତି । ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଶ୍ରୀଜିଉମାନଙ୍କ ଶ୍ରୀମୁଖ ଶିଙ୍ଗାର କରିବେ ଦତ୍ତ ମହାପାତ୍ର ସେବକ ।
୨୮ ଦିନ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶିଙ୍ଗାର । ଭକ୍ତଙ୍କ ଭାବାବେଗକୁ ଯେପରି କାହାର କିଛି ଖାତିର ନାହିଁ । କେହି କାହା ଜିଦ୍ଦି ଛାଡ଼ିବାକୁ ପ୍ରସ୍ତୁତ ନୁହଁନ୍ତି । ନୀତି ସବକମିଟି ବୈଠକରେ ବି ମହାପ୍ରଭୁଙ୍କ ବନକଲାଗି ବିବାଦରେ ପଡିପାରିଲାନି ପୂର୍ଣ୍ଣଚ୍ଛେଦ । ଆସନ୍ତା ୧ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି
ଶ୍ରୀମନ୍ଦିର ପ୍ରଶାସନ ଯାହା ନିଷ୍ପତ୍ତି ନେବ ସେମାନେ ମାନିବା କଥା । ନମାନିଲେ ଶ୍ରୀମନ୍ଦିର ସତ୍ତ୍ୱଲିପି ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।
ଦତ୍ତ ମହାପାତ୍ର ନିଯୋଗ ସଂପାଦକଙ୍କ ସୂଚନା, ଗୁରୁବାର ଶ୍ରୀମୁଖ ଶିଙ୍ଗାର କରିବାକୁ ପ୍ରଶାସନକୁ କରିଛୁ ନିବେଦନ...ବିବାଦ ଯୋଗୁଁ ନିଳାଦ୍ରୀ ବିଜେ ପରଠାରୁ ବନ୍ଦ ରହିଛି ଗୁପ୍ତ ନୀତି....
ନୀଳାଦ୍ରି ବିଜେ ଯିବାର ୧୯ ଦିନ ବିତିଗଲା, ତଥାପି ରତ୍ନବେଦୀରେ ହୋଇପାରିଲାନି ମହାପ୍ରଭୁଙ୍କ ବନକଲାଗି ନୀତି । କେଉଁ ବାରରେ ହେବ ଏହି ଗୁପ୍ତ ନୀତି ତାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତମହାପାତ୍ର ସେବକ ମଧ୍ୟରେ ବିବାଦ ଛିଡୁ ନଥିବେଳେ ଠାକୁରମାନଙ୍କ ମଳିନ ମୁଖକୁ ଦର୍ଶନ କରି କ୍ଷୁବ୍ଧ ହୋଇ ଫେରୁଛନ୍ତି ଭକ୍ତ।
ଶ୍ରୀମନ୍ଦିର ପ୍ରଶାସନ କହୁଛି ବୁଧବାର । ଦତ୍ତ ମହାପାତ୍ର ସେବକଙ୍କ ଜିଦ୍ ଗୁରୁବାର । ବାରକୁ ନେଇ କେଁ ତୁଟୁନି କି ବନକଲାଗି ହୋଇପାରୁନି ।
ଗୁପ୍ତ ନୀତି ପାଇଁ ଆଜି ୪ ଘଣ୍ଟା ଭକ୍ତମାନେ ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ହେବେ ।
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଘଣ୍ଟ, ଛତା, କାହାଳୀ ମଧ୍ୟରେ ଶ୍ରୀନହରକୁ ଖଡ଼ିପ୍ରସାଦ ବିଜେ କରାଯିବ ।