• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜ୍ୟରେ ପୁଣି ଉପରମୁହାଁ କରୋନା ସଂକ୍ରମଣ । କିଛି ଦିନ ହେଲା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ୭୦ରେ ପହଞ୍ଚିଥିଲା । ହେଲେ ମହାମାରୀ ପୁଣି ମାରିଛି ଲମ୍ବ ଡିଆଁ, ଅଆଜି ଶହେ ଟପିଛି ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧୩ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ସବୁଠୁ ଅଧିକ ୬୫ ଅଛନ୍ତି ଖୋର୍ଦ୍ଧା ଜିଲ୍ଲାରୁ । କଟକରେ ବି ସଂକ୍ରମଣ ବଢୁଥିବା ନଜରକୁ ଆସିଛି । ଆଉ ସେଠାରେ ଚିହ୍ନଟ ହୋଇଛନ୍ତି ୨୧ ନୂଆ ରୋଗୀ ।

ଏପଟେ ସଂକ୍ରମଣ ବଢିବା ପରେ ତତ୍ପର ହୋଇଛି ସ୍ୱାସ୍ଥ୍ୟ ବିଭାଗ । ମାସ୍କ ପିନ୍ଧିବା, ଭିଡ ନକରିବା , ଲକ୍ଷଣ ଥିଲେ ତୁରନ୍ତ ପରୀକ୍ଷା କରାଇ ନେବାକୁ ପରାମର୍ଶ ଦିଆଯାଇଛି । ସ୍ୱାସ୍ଥ୍ୟକର୍ମୀ ବି ଡୋର ଟୁ ଡୋର ସର୍ଭେ କରିବା ସହ ରୋଗୀଙ୍କୁ ଚିହ୍ନଟ ଲାଗି ଉଦ୍ୟମ କରୁଛନ୍ତି । ଯଦି ସଂକ୍ରମଣ ବଢେ ଓ ହସପିଟାଲର ଆବଶ୍ୟକତା ପଡେ, ତେବେ ପୂର୍ବ ଭଳି ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ପୁରୀ ରଥଯାତ୍ରାକୁ ମଝିରେ ଆଉ ମାତ୍ର ଦୁଇ ଦିନ ଥିବା ବେଳେ ହଠାତ୍ ସଂକ୍ରମଣ ବଢିବାକୁ ନେଇ ବଢିଛି ଚିନ୍ତା । କାରଣ ଯାତ୍ରା ପାଇଁ ଶ୍ରୀକ୍ଷେତ୍ରକୁ ଲକ୍ଷ ଲକ୍ଷ ସଂଖ୍ୟାରେ ଭକ୍ତ ଆସିବେ । ଏଥିଯୋଗୁ ସଂକ୍ରମଣ ବଢିବା ଆଶଙ୍କା କରାଯାଉଛି । ତେବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ଏହି ସମୟରେ ଦୈନିକ ୫୦ ହଜାର ଟେଷ୍ଟିଂ କରାଯିବ । ଟିକାକରଣ ବଢାଇବା ସହ ୧୦ଲକ୍ଷ ମାସ୍କ ବଣ୍ଟନ ପାଇଁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଯେଉଁମାନଙ୍କର ଲକ୍ଷଣ ଥିବ, ସେମାନେ ପୁରୀ ନଯିବାକୁ କୁହାଯାଇଛି ।

ସେହିପରି ଦର୍ଶନ ପରେ ଭିଡ ନକରି ଶୀଘ୍ର ଜାଗା ଛାଡିବାକୁ ପରାମର୍ଶ ଦେଇଛି । ସ୍ୱାସ୍ଥ୍ୟ ବିଭାଗ ରଥଯାତ୍ରା ପାଇଁ ପୁରୀରେ ୬୯ ଫାଷ୍ଟଏଡ୍ ସେଣ୍ଟର , ୫୮ଟି ଆମ୍ବୁଲାନସ, ୧୧୪ଟି ଷ୍ଟେଚର୍, ୧୪୫ ଜଣ ଡାକ୍ତର, ପୁରୀ ଓ ପାଖାପାଖି ଅଂଚଳରେ ୨୮୭ ବେଡ୍ର ବ୍ୟବସ୍ଥା କରାଯାଉଛି ।

ଭୁବନେଶ୍ୱର ମହାନଗର ନିଗମରେ ଟୀକାକରଣ ତ୍ୱରାନ୍ୱିତ କରିବାକୁ ସ୍ୱାସ୍ଥ୍ୟ ବିଭାଗ ବିଏପସି କମିଶନରକୁ ଚିଠି ଲେଖିଛି । ପ୍ରିକସନ୍ ଡୋଜ୍ ନେଇନଥିବା ବ୍ୟକ୍ତିମାନଙ୍କୁ ଟିକା ଦେବାକୁ କୁହଯାଇଛି । ୧୨ରୁ ୧୭ ବର୍ଷ ପିଲାଙ୍କ ଟୀକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ ପାଇଁ ବି ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ ।