• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆସନ୍ତାକାଲି ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ତେଣୁ ସାଧାରଣ ଭକ୍ତଙ୍କ ଲାଗି ସମୟ ଧାର୍ଯ୍ୟ ହୋଇଛି । ସକାଳ ୮ଟାରେ ତାଟି ଫିଟିବା ପରେ ପ୍ରଥମେ ଏକ ଘଣ୍ଟା ପରିମାଣିକ ଦର୍ଶନ ପାଇଁ ଧାର୍ଯ୍ୟ କରାଯାଇଛି । ଏହା ପରେ ସକାଳ ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ସମୟ ରହିଛି । ବିଶେଷ ନୀତି ସକାଶେ ସକାଳ ୧୦ଟା ୩୦ରୁ ଅପରାହ୍ଣ ୨ଟା, ଅପରାହ୍ନ ୩ଟାରୁ ସାଢ଼େ ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ସେହିପରି ସାଢ଼େ ୬ଟା ୩୦ରୁ ରାତି ୯ଟା ଯାଏଁ ଏବଂ ରାତି ୧୦ଟା ୩୦ରୁ ୧୧ଟା ୩୦ ପର୍ଯ୍ୟନ୍ତ ମଧ୍ୟ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଅନ୍ୟପଟେ ଅପରାହ୍ଣ ୨ଟାରୁ ୩ଟା ପର୍ଯ୍ୟନ୍ତ ଏକ ଘଣ୍ଟା ଏବଂ ସା ୬ଟାରୁ ୬ଟା ୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ଉପଲବ୍ଧ ହେବ । ଏପଟେ ରାତି ୯ଟାରୁ ୧୦ଟା ୩୦ ଏବଂ ରାତି ୧୧ଟା ୩୦ରୁ ୧୨ ଟା ୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ଉପଲବ୍ଧ ହେବ ।

ସେପଟେ ଦୁଇଟା ଦିନ ପରେ ଶ୍ରୀଜୀଉଙ୍କ ଘୋଷଯାତ୍ରା । ଆସନ୍ତାକାଲି ମହାପ୍ରଭୁଙ୍କ ନେତ୍ରୋତ୍ସବ ସହ ନବଯୌବନ ଦର୍ଶନ । ଦୁଇବର୍ଷ ପରେ ଭକ୍ତ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କ ଦର୍ଶନ ପାଇପାରିବେ । ସେଥିପାଇଁ ଶ୍ରୀଜୀଉଙ୍କ ବନକ ଲାଗି ନୀତି ଚାଲିଛି । ଏଥିସହ ଚନ୍ଦନ ଲାଗି ମଧ୍ୟ ଚାଲିଛି । ଦତ୍ତମହାପାତ୍ର ସେବକମାନେ ବନକ ଲାଗି କରିବେ । ଶ୍ରୀଜୀଉଙ୍କ ଶ୍ରୀମୁଖ ଶୃଙ୍ଗାର ପାଇଁ ହିଙ୍ଗୁଳ,ହରିତାଳ, କେଶର,କସ୍ତୁରୀ କଳା ଓ ଧଳା ପ୍ରାକୃତିକ ରଙ୍ଗ ଲେପନ କରିବେ । ସେପରି ଆଜି ବିଳମ୍ବିତ ରାତ୍ରିରେ ମଧ୍ୟ ବନକ ଲାଗି ନୀତି କରାଯିବ । ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ତିନିରଥ ର୍ନିମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ । ରଥ ମାନଙ୍କରୁ ମେଣ୍ଡି କଢ଼ାଯିବା ପରେ ତିନି ପାର୍ଶ୍ୱରେ ୨୭ ଗୋଟି ଶିଖର ଡମ୍ବରୁ ଲଗାଯିବା ।

ଅନ୍ୟପଟେ ଶୃଙ୍ଖଳିତ ରଥଯାତ୍ରା ପାଇଁ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ରଥଟଣାର ମକଡ୍ରିଲ ହେଉଛି । ପୁରୀ ରିଜର୍ଭ ପୋଲିସ ଲାଇନ ପଡିଆରେ ରଥଟଣା, ଭିଡ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ରକ୍ଷାର ଅଭ୍ୟାସ କରାଯାଇଛି । ଅତିରିକ୍ତ ପୋଲିସ ଡ଼ିଜି ରାଧାକୃଷ୍ଣ ଶର୍ମାଙ୍କ ନେତୃତ୍ୱରେ ତିନୋଟି ରଥରେ ନିଯୁକ୍ତ ପୋଲିସ ଓ ମାଜିଷ୍ଟ୍ରେଟଙ୍କୁ ଉପସ୍ଥିତିରେ ଏହି ଅଭ୍ୟାସ କରାଯାଇଛି । ପ୍ରବଳ ଭକ୍ତଙ୍କ ସମାଗମକୁ ନଜରରେ ରଖି ଚଳିତ ବର୍ଷ ସର୍ବାଧିକ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଏବର୍ଷ ଅନେକ ନୂଆ ପୋଲିସ ଅଧିକାରୀ ଓ କର୍ମଚାରୀ ରଥଯାତ୍ରାରେ ସାମିଲ ହୋଇଛନ୍ତି । ସେମାନଙ୍କୁ ପ୍ରଶିକ୍ଷଣ ଦେବା ଲାଗି ଏହି ମକ୍ ଡ୍ରିଲ୍ କରାଯାଇଛି ।