/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656158663.jpg)
'Rajaprasada Bije' ritual held in Puri; Daitapati servitors visit Rajaprasada to meet Gajapati Mahar
ଶ୍ରୀଜିଉ ସଂପୂର୍ଣ୍ଣ ସୁସ୍ଥ ହେଲେ । ଏହି ଖବର ଦେବାକୁ ଦଇତାପତି ସେବାୟତ ଶ୍ରୀନଅର ଯାଉଛନ୍ତି । ସ୍ନାନ ପୂର୍ଣ୍ଣିମାରେ ଅଧିକ ସ୍ନାନ ଯୋଗୁଁ ଜ୍ୱରରେ ପୀଡ଼ିତ ଥିଲେ ।
ଆଜି ଅଣସରର ଦ୍ଵାଦଶୀ। ଗତକଲି ରାଜବୈଦଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ସେବନ ପରେ ଶ୍ରୀଜୀଉ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥତା ଖବର ସମ୍ପର୍କରେ ଗଜପତିଙ୍କୁ ଅବଗତ କରାଇବା ନିମନ୍ତେ ଦଇତାପତିମାନେ ଘଣ୍ଟ, ଘଣ୍ଟା, ଛତ୍ରୀ କାହାଳି ସହ ପଟୁଆରରେ ରାଜପ୍ରାସାଦ ବିଜେ କରିବେ ।
ସୂଚନା ଅନୁସାରେ, ରୂପା ଥଳିରେ କରାଳ,ଚନ୍ଦନ ପଟଡୋରୀ ଆଦି ରାଜପ୍ରସାଦ ଗଜପତିଙ୍କୁ ପ୍ରଦାନ କରିବେ । ଏହାସହ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷିତ ସମ୍ପର୍କରେ ଦଇତାପତି ଅବଗତ କରାଇବେ । ମହାପ୍ରଭୁଙ୍କ ପ୍ରିୟ ତୁଳସୀ ଲାଗି ହୋଇଛି । ଅଣସରରେ ଶ୍ରୀଜୀଉଙ୍କ ଗୁପ୍ତ ସେବା ପାଇଁ ଘଣ୍ଟ ବାଜିବା ବନ୍ଦ ଥିଲା । ହେଲେ ଗତକାଲି ଖଳି ଲାଗି ସମୟରେ ଘଣ୍ଟ କାହାଳୀ ବାଜିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)