• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Ratha Jatra Updates

Snana Purnima
ବିଶ୍ୱନିୟନ୍ତାଙ୍କ ଘୋଷଯାତ୍ରା ପାଇଁ ଆଗୁଆ ଚାଲିଛି ରଥ କାମ, ସ୍ନାନଯାତ୍ରା ପୂର୍ବରୁ ଉଠିଲା ଚାରିନାହାକା

ଏଥର ଚାଲିବ ରଥର ଉପରିଭାଗ କାମ । ସ୍ନାନଯାତ୍ରା ଓ ରଥଯାତ୍ରା ନେଇ ସରିଲା ବୈଠକ । ଦଇତାପତି ନିଯୋଗ ସହ ବୈଠକ କରିଛି ଶ୍ରୀମନ୍ଦିର ପ୍ରଶାସନ ।

Nandighoha Ratha
ନନ୍ଦିଘୋଷ ରଥ ଅଖରେ ଫାଟ !

ଫଟା ଅଖ ଜଣାପଡ଼ିବା ପରେ ଏବେ ନୂଆ ଅଖ ନିର୍ମାଣ ଚାଲିଛି ।

srimandira
ଶ୍ରୀମନ୍ଦିରରେ ଆଜି ରାଜେନ୍ଦ୍ରଭିଷେକ ନୀତି

ଶ୍ରୀମନ୍ଦିରରେ ଆଜି ରାଜେନ୍ଦ୍ରଭିଷେକ ନୀତି ପାଳନ କରାଯିବ ।

Chariot construction work underway in Puri
ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା...ଆଗେଇ ଚାଲିଛି ରଥ ନିର୍ମାଣ

ଆଉ ମାତ୍ର କିଛି ଦିନର ଅପେକ୍ଷା ପରେ ଆରମ୍ଭ ହେବ ଘୋଷଯାତ୍ରା । ଏଥିପାଇଁ ଜେରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାମ । ଚାଲନ୍ତୁ ଦେଖିବା ରଥଖଳାରେ କିପରି ଚାଲିଛି ନିର୍ମାଣ କାମ...

Srimandir Parichalana Committee Meeting Will Be Held Today
ଘୋଷଯାତ୍ରାକୁ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ; ଗଜପତି କରିବେ ଅଧ୍ୟକ୍ଷତା

ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକରେ ସ୍ନାନଯାତ୍ରା ଉପରେ ଆଲୋଚନା ପରେ କିଛି ପ୍ରସ୍ତାବ ଗୃହୀତ ହେବା ସମ୍ଭାବନା ରହିଛି ।

Adhara Pana Niti of ShriJagannath
ପଞ୍ଚୋପଚାର ପୂଜାରେ ଠାକୁରଙ୍କ ଅଧର ପଣା ନୀତି

ଆଷାଢ଼ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ଅଧରପଣା ଭୋଗ କରାଯାଇଥାଏ। ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଏହି ନୀତି ଅନୁଷ୍ଠିତ ହୋଇଥାଏ। ରଥାରୂଢ଼ ଠାକୁରମାନଙ୍କ ଅଧର ଉଚ୍ଚ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟି ହାଣ୍ଡିରେ ହେଉଥିବା ପଣା ଭୋଗକୁ ଅଧର ପଣା କୁହାଯାଏ।

The end ritual of Ratha Jatra is known as Niladri Bije
ନୀଳାଦ୍ରି ବିଜେରେ ଶେଷ ହୁଏ ଜଗନ୍ନାଥଙ୍କ ରଥଯାତ୍ରା ପରମ୍ପରା

ନଅ ଦିନର ଯାତ୍ରା ସାରି ଶେଷରେ ମହାପ୍ରଭୁ ଜଗନ୍ନାଥ ଭାଇ ଭଉଣୀଙ୍କୁ ଧରି ସ୍ୱଗୃହକୁ ଫେରନ୍ତି। ସୁନାବେଶ ଓ ଅଧରପଣାର ପରଦିନ ଶ୍ରୀବିଗ୍ରହମାନେ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରି ରତ୍ନ ସିଂହାସନରେ ଅଧିଷ୍ଠିତ ହୋଇଥାନ୍ତି। ଠାକୁରଙ୍କ ଏହି ପରମ୍ପରା ନିଳାଦ୍ରି ବିଜେ ଭାବେ ଜଣାଶୁଣା।

Rath Yatra Preparations In Puri
ଆସୁଛି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା; ଚଳଚଞ୍ଚଳ ରଥଖଳା

ପାଖେଇ ଆସୁଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଘୋଷଯାତ୍ରା ପାଇଁ ରଥଖଳାରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ଏଥିପାଇଁ ମହାରଣା ସେବକମାନେ ରଥ ନିର୍ମାଣରେ ଲାଗିପଡିଛନ୍ତି । ଦିନରାତି ଏକ୍ କରି ଲାଗିପଡିଛନ୍ତି ଶ୍ରୀଜିଉମାନଙ୍କ ସୁନ୍ଦର ରଥ ପ୍ରସ୍ତୁତିରେ...ଦେଖନ୍ତୁ ଏହାର କିଛି ଦୃଶ୍ୟ..

Chhatisanijog
ଛତିଶା ନିଯୋଗ ବୈଠକରେ ମହାପ୍ରଭୁଙ୍କ ସ୍ନାନଯାତ୍ରାଠୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧକ୍ଷତାରେ ବସଥିବା ବୈଠକରେ ପୁରୀ ଜିଲ୍ଲାପାଳ, ଏସ୍‌ପି, ଶ୍ରୀମନ୍ଦିର ପ୍ରଶାସନିକ କର୍ମଚାରୀ ଓ ଛତିଶା ନିଯୋଗର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

Suna Besha of Lord ShriJagannath
ମହାପ୍ରଭୁଙ୍କ ସୁନାବେଶ ପଛରେ କାହାର ରହିଛି ବିଶେଷ ଅବଦାନ

ସୁନାବେଶ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏକ ବିଶେଷ ବେଶ, ଯହିଁରେ ଦିଅଙ୍କୁ ସୁବର୍ଣ୍ଣ ଆଭୂଷଣରେ ସଜ କରାଯାଏ। ପ୍ରତିବର୍ଷ ସୁନାବେଶ ପାଞ୍ଚଥର ଅନୁଷ୍ଠିତ ହୋଇଥାଏ। କିନ୍ତୁ ରଥଯାତ୍ରାର ଅନ୍ତିମ ଦିନରେ ଠାକୁରମାନେ ରଥ ଉପରେ ଆକର୍ଷଣୀୟ ସୁନାବେଶ ହୋଇ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି।

Bahuda Jatra of Lord ShriJagannath
ଠାକୁରଙ୍କ ବାହୁଡା ଯାତ୍ରା ଦର୍ଶନରେ ଅଶ୍ୱମେଧ ଯଜ୍ଞର ଫଳ

ଶ୍ରୀଗୁଣ୍ଡିଚା ଯାତ୍ରାର ୯ ଦିନ ପରେ ସ୍ୱଗୃହକୁ ଫେରନ୍ତି ଚତୁର୍ଦ୍ଧାମୂର୍ତ୍ତି। ଶ୍ରୀବିଗ୍ରହମାନଙ୍କର ଫେରନ୍ତା ରଥଯାତ୍ରାକୁ ବାହୁଡା ବା ଦକ୍ଷିଣାଭିମୁଖୀ ଯାତ୍ରା କୁହାଯାଏ। କିପରି ଆରମ୍ଭ ହୁଏ ଠାକୁରଙ୍କ ଏହି ଯାତ୍ରା, ଶ୍ରୀଗୁଣ୍ଡିଚାରୁ ଶ୍ରୀମନ୍ଦିର ପହଞ୍ଚିବା ଭିତରେ ମହାପ୍ରଭୁଙ୍କ କ’ଣ ସବୁ ରହିଛି ରିତିନୀତି, ଜାଣିବା ପାଇଁ ପଢନ୍ତୁ…

Ratha Jatra and its History
ପତିତ ଉଦ୍ଧାର ପାଇଁ ମହାପ୍ରଭୁଙ୍କ ରଥଯାତ୍ରା

ହିନ୍ଦୁମାନଙ୍କ ଉତ୍ସବ ଭିତରେ ରଥଯାତ୍ରା ଏକ ପ୍ରଧାନ ଉତ୍ସବ। ଲୋକ ସମାଗମ ଓ ପବିତ୍ରତା ଦୃଷ୍ଟିରୁ ଭାରତ କାହିଁକି ସମଗ୍ର ବିଶ୍ୱରେ ମଧ୍ୟ ଏଭଳି ଯାତ୍ରା ଦେଖିବାକୁ ମିଳେନି। ରଥଯାତ୍ରା କହିଲେ ହିନ୍ଦୁ ଜଗତରେ ଓ ଭାରତ ବାହାରେ ପୁରୀର ରଥଯାତ୍ରାକୁ ହିଁ ବୁଝାଏ।

Bhaunri Yatra in Puri
ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା

ଆଜି ମହାପ୍ରଭୁଙ୍କର ପବିତ୍ର ଭଉଁରୀ ଯାତ୍ରା । ଏହି ଦିନ କ’ଣ ହୁଏ? ଜଗନ୍ନାଥ ପରମ୍ପରାରେ କ’ଣ ରହିଛି ଏହାର ବିଧି ଆସନ୍ତୁ ଜାଣିବା…

Ratha Yatra
ଚାକିରିରୁ ଛୁଟି ନେଇ ରଥ କାମ ଶିଖୁଛନ୍ତି ସେବକଙ୍କ କଷ୍ଟଆକାଉଣ୍ଟାଣ୍ଟ- ଡିପ୍ଲୋମା ଇଞ୍ଜିନିୟର୍ ପୁଅ !

ରଥଖଳାରେ କୁନି ହାତ ଶିଖୁଛି ବିଶ୍ୱ ନିୟନ୍ତାଙ୍କ ରଥ ନିର୍ମାଣ କଳା । କୁନି ମୁଗୁର, କୁନି ନିହାଣ ଧରି ରୂପସଜ୍ଜା ଶିକ୍ଷାରେ ବ୍ୟସ୍ତ ଆଗାମୀ ଦିନର ରଥଶିଳ୍ପୀ ।

Two rare costumes of Lord Jagannath
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦୁଇ ବିରଳ ବେଶ, ଗୋଟେ ବେଶ ଆପଣ ଦେଖି ନଥିବେ

ମହାପ୍ରଭୁ ଜଗନ୍ନାଥଙ୍କର ରହିଛି ୨୪ ମୁଖ୍ୟ ବେଶ। ପ୍ରତିବର୍ଷ ୨୨ଟି ବେଶ ହୋଇଥାଏ, ଅନ୍ୟ ଦୁଇଟି ବେଶ ବିରଳ ମୂହୁର୍ତ୍ତରେ ସମ୍ପନ୍ନ ହୋଇଥାଏ। ଏହି ଦୁଇଟି ବିରଳ ବେଶ କ’ଣ ଆଉ କିପରି ହୁଏ ଆସନ୍ତୁ ଜାଣିବା।

Next generation is training to make Rath
କୁନି ହାତ ଶିଖୁଛି ବିଶ୍ୱ ନିୟନ୍ତାଙ୍କ ରଥ ନିର୍ମାଣ କଳା

କୁନି ହାତ ଶିଖୁଛି ରଥ ନିର୍ମାଣ କଳା। କୁନି ମୁଗୁର, କୁନି ନିହାଣ ଧରି ରୂପସଜ୍ଜା ଶିକ୍ଷାରେ ବ୍ୟସ୍ତ ଆଗାମୀ କାଲିର ରଥଶିଳ୍ପୀ। ବାପ ଅଜାମାନେ ହାତ ଧରେଇ ଶିଖଉଛନ୍ତି କଳା।

The Long jatra of Lord Jagannath is Chandan Jatra
ମହାପ୍ରଭୁଙ୍କ ଲମ୍ବା ଯାତ୍ରା ଚନ୍ଦନଯାତ୍ରା; କାହିଁକି ହୁଏ ଆସନ୍ତୁ ଜାଣିବା

କେବେ ଓ କାହିଁକି ହୁଏ ଚନ୍ଦନ ଯାତ୍ରା ? କେଉଁ ଠାକୁରମାନେ କରନ୍ତି ଜଳକ୍ରୀଡ଼ା? କେବେଠାରୁ ହୋଇ ଆସୁଛି ମହାପ୍ରଭୁଙ୍କ ଏହି ନିଆରା ଯାତ୍ରା ଜାଣିବା ପାଇଁ ପଢନ୍ତୁ।

Rosaghara Niti of Lord Jagannath
ମହାପ୍ରଭୁ ଜଗନ୍ନାଥଙ୍କ ରୋଷଘର ନୀତି; ଜାଣନ୍ତୁ କେଉଁସବୁ ପରିବା ବ୍ୟବହୃତ ହୁଏ

ମହାପ୍ରଭୁ ଜଗନ୍ନାଥଙ୍କ ଅନେକ ନୀତି ରହିଛି। ସେଥିରୁ ରୋଷଘର ନୀତି ଅନ୍ୟତମ। ଦେବତାଙ୍କୁ ନୈବେଦ୍ୟ ସମର୍ପିତ ହେବା ପରେ ନିବେଦିତ ବସ୍ତୁକୁ 'ଭୋଗ' ବୋଲାଯାଏ ଓ ଭୋଗ ହେବା ପୂର୍ବରୁ ତାକୁ 'ଅମୁଣିଆ' ବୋଲାଯାଏ । ତେବେ ଆସନ୍ତୁ ଜାଣିବା ମହାପ୍ରଭୁଙ୍କ ଭୋଗରେ କେଉଁସବୁ ପନିପରିବା ବ୍ୟବହୃତ ହୁଏ ଓ କ’ଣ ନ ହୁଏ।

Puri Srimandir
ସିଂହଦ୍ୱାର ସମ୍ମୁଖରେ ଅଭ୍ୟର୍ଥନା ପ୍ରକୋଷ୍ଠ: ଏଏସ୍‌ଆଇ ଡିଜି

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ସିଂହଦ୍ୱାର ସମ୍ମୁଖରେ ଅଭ୍ୟର୍ଥନା ପ୍ରକୋଷ୍ଠ ନିର୍ମାଣକୁ ଏଏସଆଇ ଡିଜି ୧୦୦ ମିଟର ବାହାରେ କରିବା ପାଇଁ ପରାମର୍ଶ ଦେଇଛନ୍ତି ।

Snana Jatra of Shri Jagannath in Puri
ରଥଯାତ୍ରାର ଆଦ୍ୟ ପର୍ବ ସ୍ନାନଯାତ୍ରା ଓ ଜଗନ୍ନାଥଙ୍କ ଗଜାନନ ବେଶ

ଶ୍ରୀମନ୍ଦିରରେ କବାଟଫିଟା, ପାହାନ୍ତିଆ ଅବକାଶ, ଗୋପାଳବଲ୍ଲଭ, ସକାଳଧୂପ, ଦ୍ୱିପ୍ରହରଧୂପ ଆଦି ସମସ୍ତ ନୀତିର ସମାପନ ପରେ ସ୍ୱଳ୍ପ ସମୟ ପାଇଁ ପହୁଡ଼ ହୁଏ ଓ ପରେ ପରେ ସ୍ନାନ ପୂର୍ଣ୍ଣିମାର ବିଧି ଆରମ୍ଭ ହେଇଯାଏ। ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦଇତାମାନେ ପହଣ୍ଡି କରାଉଥିବା ବେଳେ ମଦନମୋହନଙ୍କୁ କେବଳ ମହାଜନ ସେବକମାନେ ବିଜେ କରାଇଥାନ୍ତି। ମହାପ୍ରଭୁଙ୍କ ଉପଚାର ବିଧିରେ ଆଉ କ’ଣ ରହିଛି ଆସନ୍ତୁ ଜାଣିବା…

ratha jatra
ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରରେ ଲାଗିବ ୨୩୬ ସିସିଟିଭ କ୍ୟାମେରା

ସିସିଟିଭ କ୍ୟାମେରା ଲଗାଇବା ପାଇଁ ସ୍ଥାନ ଚିହ୍ନଟ ହୋଇଯାଇଛି, ଟେଣ୍ଡର ବି ଆହ୍ୱାନ ହୋଇସାରିଛି ।

Ratha Yatra
ଏଥର ଘୋଷଯାତ୍ରାକୁ ସମସ୍ତଙ୍କୁ ଅନୁମତି, ଦୁଇ ଗୁଣା ଅଧିକ ଭକ୍ତଙ୍କର ସମାଗମ ସମ୍ଭାବନା !

କୋଭିଡ୍ ବଢିଲେ କେମିତି ହେବ ଆୟୋଜନ ତାକୁ ନେଇ ବି କରାଯାଉଛି ଯୋଜନା ।

Preparation For Ratha Yatra
ଘୋଷଯାତ୍ରା ପାଇଁ ପ୍ରଶାସନର ପ୍ରସ୍ତୁତି, ଆଜି ଦିନ ୧୧ଟାରେ ବସିବ ପ୍ରଥମ ସମନ୍ୱୟ ବୈଠକ

ଶ୍ରୀଜିଉଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପ୍ରଶାସନର ପ୍ରସ୍ତୁତି । ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଆଜି ଦିନ ୧୧ଟାରେ ବସିବ ପ୍ରଥମ ସମନ୍ୱୟ ବୈଠକ । ରଥଯାତ୍ରାକୁ ସୁରୁଖୁରୁରେ ଆୟୋଜନ ଉପରେ ହେବ ଆଲୋଚନା ।

Puri News
ରଥଖଳାରେ ଚାଲିଛି ରଥ ନିର୍ମାଣ

ରଥ ନିର୍ମାଣ ପାଇଁ ଆଜି ସକାଳୁ ନିୟୋଜିତ ବିଶ୍ୱକର୍ମା ମହାରାଣା, କରତୀ ସେବାୟତ ପହଞ୍ଚି ରଥକାଠ ଚିରଟ ଆରମ୍ଭ କରିଛନ୍ତି ।