ଶ୍ରୀମନ୍ଦିରରେ ଅନୁଷ୍ଠିତ ଅନେକ ଯାତ୍ରା ବା ପର୍ବରେ ତାଙ୍କର ବିଜେପ୍ରତିମା ପ୍ରତିନିଧିତ୍ୱ କରୁଥିବା ବେଳେ ସ୍ନାନଯାତ୍ରା ଓ ରଥଯାତ୍ରାରେ ଶ୍ରୀଜୀଉ ସ୍ୱୟଂ ରତ୍ନସିଂହାସନରୁ ଶ୍ରୀମନ୍ଦିର ବାହାରକୁ ଆସିଥାଆନ୍ତି। ସ୍ନାନଯାତ୍ରାରୁ ରଥଯାତ୍ରା ପର୍ଯ୍ୟନ୍ତ ଠାକୁରଙ୍କର ରହିଛି ଅନେକ ନୀତି। ନବଯୌବନ ବେଶ ସେଥିରୁ ଅନ୍ୟତମ।
ବିଶ୍ବପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଆସନ୍ତା ୧୯ ତାରିଖରେ ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ । ହେଲେ ଏବର୍ଷ ଉଭା ନଥିବାରୁ ଶ୍ରଦ୍ଧାଳୁଙ୍କୁ ମାତ୍ର ୩ ଘଣ୍ଟାର ନବ ଯୌବନ ଦର୍ଶନ ସୁଯୋଗ ମିଳିବ ବୋଲି ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏପଟେ ଦଶମୂଳକ ମୋଦକ ସେବନ ପରେ ଶ୍ରୀଜୀଉଙ୍କ ସୁସ୍ଥତା ଖବରକୁ ଗଜପତିଙ୍କୁ ଜଣାଇବା ପାଇଁ ଆଜି ସଂପନ୍ନ ହୋଇଛି ରାଜପ୍ରାସାଦ ବିଜେ ନୀତି ।
ଭକ୍ତଙ୍କୁ ମାତ୍ର ୩ ଘଣ୍ଟା ପାଇଁ ମହାପ୍ରଭୁଙ୍କ ନବ ଯୌବନ ବେଶ ଦର୍ଶନ ସୁଯୋଗ ମିଳିବ । ସେ ଭିତରୁ ପାରିମାଣିକ ଟିକେଟ୍ କାଟିଥିବା ଭକ୍ତଙ୍କ ପାଇଁ ଏକ ଘଣ୍ଟା ଓ ସର୍ବସାଧାରଣ ବା ସାହାଣ ମେଲା ଦର୍ଶନ ପାଇଁ ଦୁଇ ଘଣ୍ଟାର ସମୟ ଧାର୍ଯ୍ୟ କରାଯାଇଛି ।
ଜୁନ୍ ୧୯ ତାରିଖରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ତେବେ ଶୃଙ୍ଖଳିତ ନବଯୌବନ ଦର୍ଶନ ନେଇ ପ୍ରେସ୍ମିଟ୍ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।
ସକାଳ ୮ଟାରେ ତାଟି ଫିଟିବା ପରେ ପ୍ରଥମ ୧ ଘଣ୍ଟା ପରିମାଣିକ ଦର୍ଶନ