ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି । ଏଥିରେ ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ୨୫ ପ୍ଲାଟୁନ ଫୋର୍ସ, ୭୦ ଜଣ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ବ୍ୟବସ୍ଥାକୁ ଗୁରୁତ୍ୱ ସହ ସଂପୂର୍ଣ୍ଣ ଗାନ୍ଧୀମାର୍ଗକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ସିଲ କରାଯିବ । ମୋଟ ୬୨ଟି ସିସିଟିଭି କ୍ୟାମେରା ଦ୍ୱାରା ନଜର ରଖାଯାଇଛି ।
ଚଳିତ ଥର ୭ଟି ନୂଆ ରାଫେଲ୍ ଫାଇଟର୍ ଜେଟ୍, ଅନ୍ୟ ବିମାନ ଓ ହେଲିକପ୍ଟରକୁ ମିଶାଇ ରାଜପଥ ଉପରେ ଫ୍ଲାଏପାଷ୍ଟ କରିବେ ସର୍ବାଧିକ ୭୫ଟି ବାୟୁଯାନ । ଫ୍ଲାଏପାଷ୍ଟରେ ବାୟୁସେନା ବିମାନ ସହ ନୌସେନା ବିମାନ ଓ ଆର୍ମିର ହେଲିକପ୍ଟର ମଧ୍ୟ ଆକାଶରେ କରିସ୍ମା ଦେଖାଇବ ।
ନୂଆଦିଲ୍ଲୀରେ ଆୟୋଜିତ ହେଲା ଆଜାଦି କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ । ସବୁ ରାଜ୍ୟର ପାରମ୍ପରିକ ନୃତ୍ୟରେ ଝଲସି ଉଠିଲା ଏହି କାର୍ଯ୍ୟକ୍ରମ। ତେବେ ଦେଖନ୍ତୁ ଏହା ଉପରେ ଆଧାରିତ କିଛି ଫଟୋ..
୨୦୨୨ ଗଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀରେ ମୁଖ ଚିହ୍ନିବା ପ୍ରଣାଳୀ ସହିତ ଏକ ମଲ୍ଟି ଲେୟାର ସୁରକ୍ଷା କଭର ସ୍ଥାପନ କରାଯାଇଛି | ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ କୋଭିଡ୧୯ ପ୍ରତିବନ୍ଧକ ହେତୁ ଚଳିତ ବର୍ଷ ପରିଦର୍ଶକଙ୍କ ସଂଖ୍ୟା ବହୁ ମାତ୍ରାରେ ହ୍ରାସ ପାଇବ | ଗତ ବର୍ଷ, ୨୫୦୦୦ ପରିଦର୍ଶକ ଅଂଶଗ୍ରହଣ କରିଥିବାବେଳେ ଏହି ବର୍ଷ ମନ୍ତ୍ରଣାଳୟ ୫୦୦୦-୮୦୦୦ ଅତିଥି ଯୋଗଦେବାର ଆୟୋଜନ ରହିଛି କିନ୍ତୁ ଏପର୍ଯ୍ୟନ୍ତ କିଛି ଚୂଡାନ୍ତ ହୋଇନାହିଁ | ଏହି ସମୟରେ ଆର-ଡେ ପ୍ୟାରେଡ ପାଇଁ ରିହର୍ସଲ ଚାଲିଛି। ଉତ୍ସବକୁ ଗ୍ରାଣ୍ଡ ଏବଂ ଅସୁବିଧାମୁକ୍ତ କରିବା ପାଇଁ ପ୍ରସ୍ତିତି ଚାଲିଛି। ଆସନ୍ତୁ ଦେଖିବା ଏହାର କିଛି ଝଲକ
ବେସ୍ ଜୋରସୋର୍ରେ ଚାଲିଛି ଭାରତୀୟ ଯବାନଙ୍କ ଦିଲ୍ଲୀ ରାଜପଥରେ ରିହର୍ସଲ । ଫ୍ଲାଏପାଷ୍ଟରେ ବାୟୁସେନା ବିମାନ ସହ ନୌସେନା ବିମାନ ଓ ଆର୍ମିର ହେଲିକପ୍ଟର ମଧ୍ୟ ଆକାଶରେ କରିସ୍ମା ଦେଖାଇବ । ତେବେ ସବୁଠୁ ବଡ଼ ଆକର୍ଷଣ ହେବ ୫ଟି ରାଫେଲ୍ର ବିନାଶ ଫର୍ମେସନ୍ ।
ଶ୍ରୀମନ୍ଦିରରେ ଆଜି ପୁଷ୍ୟାଭିଷେକ ପାଳିତ ହେବ । ବିଶ୍ୱାସ ରହିଛି ଯେ, ଆଜିର ଦିନରେ ଜଗତର ନାଥ ଜଗନ୍ନାଥଙ୍କୁ ରାଜା ଭାବେ ଅଭିଷେକ କରାଯାଇଥିଲା । ପ୍ରଭୁ ଜଗନ୍ନାଥଙ୍କ ପୁଷ୍ୟାଭିଷେକ ଅବସରରେ ମହୋଦଧି ନିକଟରେ ସମବେତ ହୁଅନ୍ତି ହଜାର ହଜାର ଭକ୍ତ । ତେଣୁ ଆଜିର ଦିନରେ ସମୁଦ୍ର ଆଳତୀ ମଧ୍ୟ କରାଯାଏ ।
ଆଜି ହେଉଛି ବୀରମାନଙ୍କର ଦିନ । ଭାରତୀୟ ସ୍ଥଳସେନା ଆଜି ପାଳୁଛି ୭୪ତମ ପ୍ରତିଷ୍ଠା ଦିବସ । ପ୍ରତିବର୍ଷ ଜାନୁଆରୀ ୧୫ ତାରିଖରେ ଭାରତରେ 'ସେନା ଦିବସ' ପାଳନ କରାଯାଇ ଆସୁଅଛି । ୧୯୪୯ ମସିହାର ଏହି ଦିନରେ ଭାରତୀୟ ସେନାର ପ୍ରଥମ ଭାରତୀୟ କମାଣ୍ଡର ଚିଫ୍ କେଏମ୍ କରିଅପ୍ପା ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଥିଲେ । ସେବେ ଠାରୁ ଏହି ଦିନଟିକୁ ବୀର ଓ ସାହସୀ ଭାରତୀୟ ସେନାଙ୍କ ପାଇଁ ଉତ୍ସର୍ଗ କରାଯାଇଛି ।
ଆଜି ପବିତ୍ର ମକର ସଂକ୍ରାନ୍ତି । ଆଜିର ଦିନରେ ସୂର୍ଯ୍ୟ ଧନୁ ରାଶିରୁ ବାହାରି ମକର ରାଶିରେ ପ୍ରବେଶ କରିଥାନ୍ତି । ସୂର୍ଯ୍ୟଙ୍କର ଏହି ରାଶି ପରିବର୍ତ୍ତନ ଚଳିତବର୍ଷ ୧୪ ଓ ୧୫ ଜାନୁଆରୀ ଦୁଇ ଦିନ ହିଁ ପଡ଼ୁଛି। ମକର ସଂକ୍ରାନ୍ତି ଦିନ କିଛି ଖାସ୍ କାମ କରିବାର ପରମ୍ପରା ଆଦିମ କାଳରୁ ରହିଛି, ଯଥା-ସ୍ନାନ, ଦାନ, ରାଶି-ଗୁଡ଼, ଖେଚୁଡ଼ି ଆଦି ସେବନ।
ଆଜି ପବିତ୍ର ମକର ସଂକ୍ରାନ୍ତି । ଆଜିର ଦିନର ଅନେକ ମହତ୍ୱ ରହିଛି । ଆଜିର ଦିନରେ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ ଚଳନ କରନ୍ତି । ଆଜିଠାରୁ ଦିନ ବଡ଼ ହୋଇଥାଏ । ଆଜିର ଦିନରେ ବହୁ ଶ୍ରଦ୍ଧାଳୁ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରିଥାନ୍ତି । କିନ୍ତୁ ଏଥର ମକର ମଉଜ ମାନ୍ଦା ପଡିଛି । କରୋନା କଟକଣା ପାଇଁ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ମକର ପାଳନ ଉପରେ କଟକଣା ଜାରି କରାଯାଇଛି ।
ଏଥର ମକର ମଉଜ ପଡ଼ିବ ଫିକା: ମେଳାରେ ବାଧକ ସାଜିଲା ମହାମାରୀ, ଉତ୍ସବ ପାଇଁ ଉତ୍ସାହ ଅଛି କିନ୍ତୁ କିଛି ହୋଇପାରୁ ନାହିଁ ।
ଆଜି ହେଉଛି ପ୍ରଜ୍ଞା ପୁରୁଷ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ । ସାରା ଦେଶରେ ତାଙ୍କ ଜୟନ୍ତୀକୁ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଉଛି । ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ ଓ ଶିକ୍ଷା ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଯୋଗାଇଆସୁଛି ।
ଆଜି ଆଦିବାସୀଙ୍କ ପ୍ରସିଦ୍ଧ ସୁଲିଆ ଯାତ୍ରା । ବଲାଙ୍ଗିର ଜିଲ୍ଲା ଖଇରଗୁରା ଓ କୁମୁରିଆରେ ଯାତ୍ରାର ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସଫାସୁତୁରା ହେବା ପରେ ଗାଁ ଦାଣ୍ଡ ପଞ୍ଚବାଦ୍ୟ ଦୁଲଦୁଲିରେ ଦୁଲିକୁଛି ।
ଆଜି ଆଦିବାସୀଙ୍କ ପ୍ରସିଦ୍ଧ ସୁଲିଆ ଯାତ୍ରା। ବଲାଙ୍ଗିର ଜିଲ୍ଲା ଖଇରଗୁରା ଓ କୁମୁରିଆରେ ଆଜି ସକାଳୁ ସକାଳୁ ଯାତ୍ରା ଆରମ୍ଭ ହୋଇଗଲାଣି।
ନୂଆବର୍ଷ ଆଗମନକୁ ନେଇ ସବୁଠି ଉତ୍ସାହ, ସବୁଠି ଉଲ୍ଲାସ । ଚଳିତ ନବବର୍ଷ ସମସ୍ତଙ୍କ ଜୀବନରେ ସୁଖ ଶାନ୍ତି ନେଇ ଆସୁ ।
ପ୍ରଭୁ ଯୀଶୁଙ୍କ ଧରାବତରଣ ପ୍ରେମ ଓ ମୈତ୍ରୀର ପ୍ରତୀକ । ଯୀଶୁଙ୍କ ଆଗମନକୁ ନେଇ ଉତ୍ସବମୁଖର ହୋଇ ଉଠିଛି ଚର୍ଚ୍ଚ । ସାମୁହିକ ପ୍ରାର୍ଥନା ଓ ସଙ୍ଗୀତ ଗାଇ ଯୀଶୁଙ୍କ ଜନ୍ମଦିନ ପାଳିଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ । ହେଲେ ବଡଦିନ ଉତ୍ସବ ପାଳନକୁ ଫିକା କରିଦେଇଛି କୋଭିଡ୍ କଟକଣା ।
ଗଜପତି ଜିଲ୍ଲା ମୋହନା ଚର୍ଚ୍ଚରେ କୋଭିଡ କଟକଣାରେ ମଧ୍ୟରେ ପାଳନ କରାଯାଉଛି ବଡ ଦିନ
ସେଣ୍ଟ ପିଟର୍ ବାସିଲିକାରେ ପୋପ୍ ଫ୍ରାନସିସ୍ କୁନି ଯୀଶୁଙ୍କ ପ୍ରତିକୃର୍ତ୍ତିକୁ ଅନାବରଣ କରିବା ପରେ ବିଧି ଅନୁସାରେ କ୍ୱାରୋଲ୍ ଗାଇଥିଲେ ଶ୍ରଦ୍ଧାଳୁ
ବଡଦିନ ରାତିସାରା ଏଠି ଲାଗିଥାଏ ଗହଳ ଚହଳ । ହେଲେ ଏଠି ସବୁ ଚୁପ୍ ଚାପ୍। କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ଲୋକେ ପାଳିଛନ୍ତି ବଡଦିନ।
ଦୁଇଶହ ପାଖା ପାଖି ଚାମଚ କାଠିରେ ତିଆରି ହୋଇଛି ଖ୍ରୀଷ୍ଟମାସ ଟ୍ରୀ। ତିଆରି କରିଛନ୍ତି ପୁରୀର ମାର୍କଣ୍ଡେଶ୍ୱର ସାହିର ଯୁବ ଶିଳ୍ପୀ ବିଶ୍ୱପୂପା ପଟ୍ଟନାୟକ ଝିଅ।
ଧରାବତରଣ କରିବେ ପ୍ରଭୁ ଯୀଶୁ। ସ୍ୱାଗତ କରିବା ପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି।
ଏକ ପବିତ୍ର ଦିନ ହେଉଛି ବଡଦିନ। ଖ୍ରୀଷ୍ଟ ଧର୍ମାବଲମ୍ୱି ମାନଙ୍କ ପାଇଁ ସବୁଠାରୁ ପବିତ୍ର ଦିନ। କୋଭିଡ୍ ଗାଇଡ୍ ଲାଇନ୍ସ ଅନୁସାର ପାଳନ କରୁଛି ସାରା ଦେଶ
ବଡଦିନ ପାଇଁ ଉତ୍ସବ ମୁଖର ସାରା ଦେଶ ହେଲେ କୋଭିଡ୍ ପାଇଁ ଲାଗିଛି କଟକଣା। ବିନା ଆଡମ୍ୱରରେ ଲୋକେ ସ୍ୱାଗତ କରୁଛନ୍ତି ଯୀଶୁଙ୍କୁ
ଯୀଶୁଙ୍କ ଜନ୍ମଦିନରେ ବାଲେଶ୍ୱରରେ ବୁଲୁଛନ୍ତି ସାଣ୍ଟା। ଯୀଶୁଙ୍କୁ କେକ୍ କାଟି ସ୍ୱାଗତ କରିଛନ୍ତି ଶ୍ରଦ୍ଧାଳୁ।
କୋଭିଡ୍ ମହାମାରି ପାଇଁ ଏଥର ହେବନି ସାମୁହିକ ପ୍ରାର୍ଥନା। ଗାଇଡ୍ ଲାଇନ୍ ମାନି ଲେକେ ପାଳନ କରିଛନ୍ତି ବଡଦିନ।
ସମସ୍ତେ ପ୍ରସ୍ତୁତ ଯିଶୁଙ୍କୁ ସ୍ୱାଗତ କରିବା ପାଇଁ। ଚର୍ଚ୍ଚରେ ବି ବଢିବାରେ ଲାଗିଛି ଗହଳ ଚହଳ।