• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Festivals & Events Updates

Independence Day
ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ, ସବ୍‌କା ପ୍ରୟାସ : ଲାଲକିଲ୍ଲାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପତାକା ଉତ୍ତୋଳନ କରି ଦେଶବାସୀକୁ ସମ୍ବୋଧିତ କରିଛନ୍ତି । ଆଜି ଭାରତ ୭୫ ତମ ସ୍ୱାଧୀନତା ଦିବସ ପାଳନ କରୁଛି ଏବଂ ଏହା ସହିତ ଦେଶରେ ସ୍ୱାଧୀନତାର ଅମୃତ ମହୋତ୍ସବଙ୍କ ଉତ୍ସବ ଆରମ୍ଭ ହୋଇଛି । ୭୫ତମ ସ୍ୱାଧୀନତା ଦିବସ ଅବସରରେ ଐତିହାସିକ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କରୁଛନ୍ତି ପ୍ରଧାନମନ୍ତ୍ରୀ । ନରେନ୍ଦ୍ର ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି, ୭୫ ତମ ସ୍ୱାଧୀନତା ଦିବସରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା

Raksha Bandhan
ଦିନ କେଇଟା ପରେ ପବିତ୍ର ରକ୍ଷାବନ୍ଧନ ଉତ୍ସବ : କେଉଁଠି ଯବାନଙ୍କ ପାଇଁ ରାକ୍ଷୀ ସଂଗ୍ରହ ହେଉଛି ତ କେଉଁଠି ଦିବ୍ୟାଙ୍ଗ ଭଉଣୀ ମାନେ ତିଆରି କରୁଛି ରାକ୍ଷୀ

ଭାଇ-ଭଉଣୀ ମଧ୍ୟରେ ସ୍ନେହର ସମ୍ପର୍କର ପର୍ବ । ଆନନ୍ଦ ଉଲ୍ଲାସର ସହ ଭାଇ ହାତରେ ରାକ୍ଷୀ ବାନ୍ଧନ୍ତି ଭଉଣୀ । ଏମିତି କିଛି ଭଉଣୀଙ୍କ କଥା ଆଜି ଆଲୋଚନା କରିବା ଯେଉଁମାନେ ଅନେକ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବାରେ ନିର୍ବାହ କରିଥାନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା ।

  • Sunday, 15 August 2021
Independence Day 2021
ସ୍ୱାଧୀନତାର ୭୫ ତମ ଉତ୍ସବ ପାଳନ କରୁଛି ସାରା ଦେଶ; ଗାଁଠୁ ସହର ନଗରଠୁ ମହାନଗର ସବୁଠି ଉତ୍ସାହର ମାହୋଲ

ଦିଲ୍ଲୀରୁ ପଲ୍ଲୀ ସବୁଠି ଶୁଭୁଛି ଜାତୀୟ ସଂଗୀତ ଗାନ, ଫରଫର ହୋଇ ଉଡ଼ୁଛି ତ୍ରିରଙ୍ଗା । କରୋନା କହର କମିନଥିବାରୁ ସବୁଠି ନିରାଡ଼ମ୍ବର ଉତ୍ସବ ପାଇଁ ଆୟୋଜନ ହୋଇଛି । ଆଜି ଲାଲକିଲ୍ଲାରେ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ କଡା ସୁରକ୍ଷା ମଧ୍ୟରେ ରହିଛି ଲାଲକିଲ୍ଲା ।

red fort
୯ ଆଣ୍ଟି ଡ୍ରୋନ୍, ୩୦୦ ସିସିଟିଭି, ୫୦୦୦ ଯବାନ୍ : ଅଗଷ୍ଟ ୧୫ ପାଇଁ କଡ଼ା ସୁରକ୍ଷା ବଳୟ ଭିତରେ ଲାଲକିଲ୍ଲା

ଦିଲ୍ଲୀରେ ୭୫ ତମ ସ୍ୱାଧୀନତା ଦିବସ ପାଳନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି । କିଛି ଘଣ୍ଟାର ଅପେକ୍ଷା, ଆଉ ତା’ପରେ ପୂରା ଭାରତ ପାଳିବ ସ୍ୱାଧୀନତା ଦିବସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବେ । ତେବେ ସ୍ୱାଧୀନତା ଦିବସ ଅବସରରେ ଯେପରି କୌଣସି ସମସ୍ୟା ସୃଷ୍ଟି ନହୁଏ, ସେଥିପାଇଁ ସମଗ୍ର ଦିଲ୍ଲୀରେ ତିଆରି ହୋଇଛି ସେନା ଛାଉଣୀ । ଲାଲକିଲ୍ଲାଚାରିପାଖରେ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି ।

World Elephant Day 2021
ଆଜି ବିଶ୍ୱ ହସ୍ତୀ ଦିବସ, ହାତୀ ମାନଙ୍କ ସୁରକ୍ଷା ଓ ସଂରକ୍ଷଣ ଉପରେ ଗୁରୁତ୍ୱ

ଆଜି ହେଉଛି ବିଶ୍ୱ ହସ୍ତୀ ଦିବସ । ଏହି ଅବସରରେ ହାତୀମାନଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ପ୍ରାଥମିକତା ଦିଆଯାଉଛି । ୨୦୧୨ ମସିହାଠାରୁ ଅଗଷ୍ଟ ୧୨କୁ ବିଶ୍ୱ ହସ୍ତୀ ଦିବସ ଭାବେ ପାଳନ କରାଯାଉଛି । ହାତୀମାନଙ୍କ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟିକରିବା ସହ ହାତୀ ଶିକାର ଉପରେ ରୋକ୍ ଲଗାଇବା ପାଇଁ ସଚେତନତା ସୃଷ୍ଟି କରାଯାଉଛି । ହାତୀମାନେ ଖାଦ୍ୟ ଅନ୍ୱେଷଣ ଜନବସତି ଭିତରକୁ ଆସି କ୍ଷୟକ୍ଷତି କରୁଥିବାରୁ ସେମାନଙ୍କୁ ଆକ୍ରମଣ କରାଯାଉଛି ।

puja guideline
ଏଥର ବି ପରଦା ପଛରେ ପାର୍ବଣ

ମଣ୍ଡପରେ ସାଧାରଣ ଦର୍ଶନାର୍ଥୀଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ରହିବ ନାହିଁ ଓ ପ୍ରତିମାର ଉଚ୍ଚତା ୪ ଫୁଟରୁ କମ୍ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ପୂଜା ମଣ୍ଡପରେ ଏକ ସମୟରେ ୭ ଜଣରୁ ଅଧିକ ଏକାଠି ହେବାକୁ ମନା କରାଯାଇଛି । ପୂଜକ, ଆୟୋଜକ, କର୍ତ୍ତାଙ୍କୁ ମିଶାଇ ୭ ଜଣରୁ ଅଧିକ ମଣ୍ଡପରେ ରହି ପାରିବେନି।

kranti divas
କାହିଁକି ଓ କେବେଠାରୁ ପାଳନ ହେଉଛି କ୍ରାନ୍ତି ଦିବସ?

ଅଗଷ୍ଟ ୯ ତାରିଖ ଭାରତବାସୀଙ୍କ ଲାଗି ଏକ ଅବିସ୍ମରଣୀୟ ଦିବସ। ୧୯୪୨ରୁ ଆଜିର ଦିନକୁ କ୍ରାନ୍ତି ଦିବସ ଭାବରେ ପାଳନ କରାଯାଉଛି। ଆଜିର ଦିନରୁ ହିଁ ଭାରତ ଛାଡ଼ ଆନ୍ଦୋଳନର ଡାକରା ଦିଆଯାଇଥିଲା। ତେଣୁ ଆଜିର ଦିନ ପ୍ରତ୍ୟେକ ଭାରତୀୟଙ୍କ ଲାଗି ବେଶ୍‌ ଗୁରୁତ୍ୱ ବହନ କରୁଛି।

Independence Day 2021
ଆମେ କ’ଣ ପ୍ରକୃତ ସ୍ୱାଧୀନ!

ଦେଶ ପାଳନ କରିବାକୁ ଯାଉଛି ଏହାର ୭୫ତମ ସ୍ୱାଧୀନତା ଦିବସ। ଯେଉଁ ସ୍ୱାଧୀନତାକୁ ଆମେ ଆଜି ଉପଭୋଗ କରୁଛେ, ସେହି ସ୍ୱାଧୀନତାର ସ୍ୱପ୍ନ କ’ଣ ଆମ ମନୀଷିମାନେ ଦେଖିଥିଲେ, ଯେଉଁମାନେ ହସି ହସି ବର୍ବର ବ୍ରିଟିଶ ଗୁଳି ଆଗରେ ଛାତି ପାତି ଦେଇଥିଲେ? “ସ୍ୱାଧୀନତା ଏକ ଜନ୍ମ ପରି। ଯେପର୍ଯ୍ୟନ୍ତ ଆମେ ପୂର୍ଣ୍ଣ ସ୍ୱାଧୀନତା ପାଇନେ ସେପର୍ଯ୍ୟନ୍ତ ଆମେ ଦାସ ଅଟୁ।” ପୂର୍ଣ୍ଣ ସ୍ୱାଧୀନତାର ସ୍ୱପ୍ନ ଦେଖି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦିନେ ମହାତ୍ମା ଗାନ୍ଧୀ ଏହି ଆହ୍ୱାନ ଦେଇଥିଲେ। ମହାତ୍ମାଙ୍କ ସେହି ଆହ୍ୱାନକୁ ଆଜି ବି ଯଦି ବିଶ୍ଳେଷଣ କରାଯାଏ ତେବେ ତାହା ସାକାର ହୋଇନି ବୋଲି ମନେହୁଏ।

National Handloom Day
ଆଜି ଜାତୀୟ ହସ୍ତତନ୍ତ ଦିବସ : ଦୁର୍ଦ୍ଦିନରେ ଜୀବନ କାଟୁଛନ୍ତି ପେଟୁପାଲିର ବୁଣାକାର ପରିବାର

ରାଜ୍ୟରେ ହଜାର ହଜାର ପରିବାର ଲୁଗା ବୁଣି ଗୁଜୁରାଣ ମେଣ୍ଟାଇଥାନ୍ତି । ବାନ୍ଧ କଳା ଓ ସମ୍ବଲପୁରୀ ଶାଢ଼ୀ ରାଜ୍ଯର ଏକ ସ୍ୱତନ୍ତ୍ର ପରିଚୟ । ଦେଶ ବିଦେଶରେ ଏହି ସମ୍ବଲପୁରୀ ଶାଢ଼ୀର ବହୁତ ଚାହିଦା ରହିଛି । ତେବେ ବର୍ତ୍ତମାନ ସମ୍ବଲପୁରୀ ଶାଢ଼ୀ ବୁଣୁଥିବା ପରିବାରଙ୍କ ଅବସ୍ଥା କହିଲେ ନସରେ ।

lima das
ଓଡିଶୀ ପାଇଁ ସମର୍ପିତା ଲିମା : ଶାସ୍ତ୍ରୀୟ ନୃତ୍ୟ ଓ ସଂସ୍କୃତି ପାଇଁ ସାରା ଜୀବନ ସାଧନାରେ ନିମଗ୍ନ

ଓଡିଶୀ ନୃତ୍ୟରେ ନାଁ କମେଇଛନ୍ତି ସୁନାମଧନ୍ୟ ଓଡିଶୀ ନୃତ୍ୟ ଗୁରୁ ଲିମା ଦାସ । ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜ ସୁନାଖଳାର କିଶୋର ଚନ୍ଦ୍ର ଦାସଙ୍କ ତିନି କନ୍ୟାଙ୍କ ମଧ୍ୟରୁ ମଝିଆଁ ଝିଅ । ଲିମାଙ୍କ ଦ୍ଵାରା ପ୍ରଦର୍ଶିତ ଓଡିଶୀ ନୃତ୍ୟର ନିର୍ଭୁଲ ଏବଂ ନିଖୁଣ ମୁଦ୍ରା ତାଙ୍କୁ ଦେଇଛି ନିଆରା ସ୍ୱତନ୍ତ୍ରତା ଏବଂ ପରିଚୟ । ଦେଶ ବିଦେଶରେ ନୃତ୍ୟ ପ୍ରଦର୍ଶନ କରି ଲିମା ପାଇଛନ୍ତି ଅନେକ ସଫଳତା । ଦୁର୍ଗା ତାଣ୍ଡବ, ଦଶାବତାର ଆଦି ଅନେକ କ୍ଳିଷ୍ଟ ନୃତ୍ୟକୁ ଅତି ଚମତ୍କାର ଭାବେ ପ୍ରଦର୍ଶନ କରି ବେଶ ପ୍ରଶଂସିତ ହୋଇଛନ୍ତି ଲିମା

Independence Day
Independence Day 2021 : ସ୍ୱାଧୀନତା ଦିବସ ପାଳନ ପାଇଁ ଅଗଷ୍ଟ ୧୫ ଦିନକୁ ଚୟନ କରିବାର କାରଣ କ’ଣ ?

ସ୍ୱାଧୀନତା ଏକ କ୍ଲାନ୍ତିକାରୀ ଅନୁଭୂତି । ତ୍ୟାଗ, ତପସ୍ୟା ଓ ବଳିଦାନର ପର୍ବ । ସ୍ୱାଧୀନତା ଏକ ମୁକ୍ତ ଉଡାଣର ନାଁ । ପ୍ରତିବର୍ଷ ଅଗଷ୍ଟ ୧୫ରେ ଭାରତରେ ସ୍ୱାଧୀନତା ଦିବସ ପାଳନ କରାଯାଏ ।

tricolour designer
କିଏ କରିଥିଲେ ତ୍ରିରଙ୍ଗାର ଡିଜାଇନ ?

ସ୍କୁଲ,କଲେଜ ହେଉ, ୟୁନିଭର୍ସିଟି, ଅଫିସ ହେଉ.. ଫର ଫର ଉଡ଼ିଥିବା ତ୍ରିରଙ୍ଗାକୁ ଦେଖିଲେ ମନେପଡ଼ିଯାଏ ଆଜି ସ୍ୱାଧୀନତା ଦିବସ କିମ୍ବା ସାଧାରଣତନ୍ତ୍ର ଦିବସ। ତିନି ରଙ୍ଗର ସମାହାର ତ୍ରିରଙ୍ଗା। କୋଟି ଭାରତୀୟଙ୍କ ସ୍ୱାଭିମାନ, ଗର୍ବ, ସମ୍ମାନର ପ୍ରତୀକ ।

freinds saree
କଳାତ୍ମକ ଶାଢ଼ୀରେ ବନ୍ଧୁତାର ପରିଭାଷା

ଆଜି ପରି ଏକ ଦୁର୍ଲଭ ଦିନରେ ବନ୍ଧୁଟିଏ ବନ୍ଧୁ ପାଇଁ ବିଭିନ୍ନ କିସମର ଉପହାର ଦିଆନିଆର ପରମ୍ପରା ରହିଛି । ତେବେ ଏହି ମହାର୍ଘ ଦିବସକୁ ଲକ୍ଷ୍ୟରେ ରଖି ଦେଶୀ ମଂଗାରେ ପ୍ରସ୍ତୁତ ହୋଇଛି ଫ୍ରେଣ୍ଡ୍ସ ଶାଢୀ । ବର୍ଷେ ଆଗରୁ ଏହି ନୂଆଁ ଡିଜାଇନର ଶାଢୀ ପ୍ରସ୍ତୁତି ପାଇଁ ସୁବର୍ଣ୍ଣପୁର ଜିଲ୍ଲାର ଜଣେ ହସ୍ତତନ୍ତ କାରିଗର ଉଦ୍ୟମ କରିଥିବାବେଳେ ଏବେ ପ୍ରସ୍ତୁତ ହୋଇସାରିଛି ଏହି କଳାତ୍ମକ ଶାଢୀ ।

abhada
ନୀଳାଚଳ ଅବଢ଼ା ପାଇ ଆନନ୍ଦିତ ଭକ୍ତ

ପୁରୀ: ନୀଳାଚଳ ଅବଢ଼ା ପାଇ ଭକ୍ତ ଆଜି ବହୁତ ଆନନ୍ଦିତ ହୋଇଛି। ଶ୍ରୀମନ୍ଦିର ରତ୍ନବେଦୀକୁ ଶ୍ରୀଜିଉ ଫେରିବା ପରେ ଆଜି ବାହାରିଛି ନୀଳାଚଳ ଅବଢ଼ା। ଭକ୍ତମାନେ ଯେପରି ମହାପ୍ରସାଦ ପାଇବେ, ଉତ୍ତର ଦ୍ୱାର ପାଖରେ ତାର ବ୍ୟବସ୍ଥା କରାଯାଇଛି। ଉତ୍ତର ଦ୍ୱାର ପାଖରେ ଥିବା ଖାଲି ସ୍ଥାନରେ କାଉଣ୍ଟର କରି ଟୋକନ ବ୍ୟବସ୍ଥା କରାଯାଇଛି। ଟୋକନ କିଣିବା ପରେ ଭକ୍ତଙ୍କୁ ଦିଆଯାଉଛି ଅବଢ଼ା। ଆନନ୍ଦ ବଜାରରୁ ଅବଢ଼ା ଆଣି ଉତ୍ତର ଦ୍ୱାର ପାଖରେ ଥିବା ସ୍ଥାନରେ ବିକ୍ରି […]

  • Monday, 26 July 2021
jagannatha
ସମ୍ପନ୍ନ ହେଲା ନୀଳାଦ୍ରି ବିଜେ: ନୀଳକନ୍ଦରକୁ ବାହୁଡ଼ିଗଲେ ଚତୁର୍ଦ୍ଧାମୂରତି

ପୁରୀ: ଶ୍ରୀକ୍ଷେତ୍ରରେ ସମ୍ପନ୍ନ ହେଲା ଘୋଷଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ। ଜନ୍ମବେଦୀ ଓ ବଡ଼ଦାଣ୍ଡରେ ଲୀଳାଖେଳା ସାରି କିଛି ସମୟ ପୂର୍ବରୁ ନୀଳକନ୍ଦରକୁ ବାହୁଡ଼ିଯାଇଛନ୍ତି ଚତୁର୍ଦ୍ଧାମୂରତି। ବିଜେ କାହାଳୀ ବାଜିବା ପରେ ପ୍ରଥମେ ରଥ ଉପରୁ ରତ୍ନବେଦୀ ଅଭିମୁଖେ ଯାଇଥିଲେ ସୁଦର୍ଶନ। ଏହାପରେ ବଡ଼ଠାକୁର ବଳଭଦ୍ର ପହଣ୍ଡିରେ ରତ୍ନବେଦୀକୁ ବିରାଜମାନ କରିଥିଲେ। ଘଣ୍ଟ ଘଣ୍ଟା ସହ ହରିବୋଲରେ ଫାଟି ପଡ଼ିଥିଲା ସାରା ପରିବେଶ। ଦେବୀ ସୁଭଦ୍ରାଙ୍କ ପହଣ୍ଡି ପରେ ପରେ ଆସିଥିଲେ ମହାପ୍ରଭୁ କାଳିଆ ସାଆନ୍ତ। […]

  • Monday, 26 July 2021
adharapana-iit
ସରିଲା ଶ୍ରୀଜୀଉଙ୍କ ଅଧରପଣା ନୀତି

ନୂଆଦିଲ୍ଲୀ: ସରିଲା ଶ୍ରୀଜୀଉଙ୍କ ଅଧରପଣା ନୀତି। ରଥାରୁଢ଼ ତିନି ଠାକୁରଙ୍କ ତିନି ରଥରେ ଆଜି ଅଧରପଣା ନୀତି ଅନୁଷ୍ଠିତ ହୋଇଛି। ମହାପ୍ରଭୁଙ୍କ ଓଠ ଉଚ୍ଚର ୩ଟି ଲେଖାଏଁ ୯ଟି ମାଟି ପାତ୍ରରେ ପଣା ପ୍ରସ୍ତୁତ କରାଯାଇ ଏହାକୁ ପଞ୍ଚ ଉପଚାରରେ ପୂଜା କରାଯାଇଥିଲା। ପରମ୍ପରା ଅନୁସାରେ କ୍ଷୀର, ସର, ଛେନା, କଦଳୀ ସହ ଅନ୍ୟ ସୁବାସିତ ଦ୍ରବ୍ୟରେ ପ୍ରସ୍ତୁତ ଏହି ଦିବ୍ୟ ପଣାହାଣ୍ଡିକୁ ରଥ ଉପରେ ଭାଙ୍ଗି ଦିଆଯାଇଥିଲା। ଏହି ଦିବ୍ୟ ପଣା ଲାଗି ସମସ୍ତ ସାମଗ୍ରୀ […]

  • Monday, 26 July 2021
lord jagannatha
ସୁନାବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ: ପବିତ୍ର ଘୋଷଯାତ୍ରା ଯାତ୍ରାର ଅନନ୍ୟ ପର୍ବ ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ମହଣ ମହଣ ସୁନାରେ ବିଭୂଷିତ ହୋଇଛନ୍ତି ତିନି ଠାକୁର। ହେଲେ ଭକ୍ତଶୂନ୍ୟ ବଡ଼ଦାଣ୍ଡ, ଭକ୍ତଶୂନ୍ୟ ସିଂହଦ୍ୱାର। କୋଭିଡ୍-୧୯ କଟକଣା ପାଇଁ ଶ୍ରୀକ୍ଷେତ୍ରରେ ୬୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। କେବଳ ଟେଲିଭିଜନରେ ଦୁର୍ଲଭ ବେଶ ଦର୍ଶନ କରି ତୃପ୍ତି ଅନୁଭବ କରୁଛନ୍ତି ଭକ୍ତ। ମହଣ ମହଣ ସୁନାରେ ସଜେଇ ହୋଇଛନ୍ତି ଶ୍ରୀଜିଉ। ତାଳଧ୍ୱଜ ରଥରେ ଆୟୁଧ ହଳ-ମୂଷଳ ଧାରଣ କରି ଝଲସୁଛନ୍ତି ବଡ଼ଠାକୁର […]

  • Monday, 26 July 2021
jagannatha jatra
ମହାବାହୁଙ୍କ ଇଚ୍ଛାରେ ସରିଲା ବାହୁଡ଼ାଯାତ୍ରା, ସୁନାବେଶକୁ ଅପେକ୍ଷା

ପୁରୀ: ସେ ଚାହିଁଲେ ବୋଲି ଘୋଷଯାତ୍ରା ହେଲା, ସେ ଚାହିଁଲେ ବୋଲି ବାହୁଡ଼ାଯାତ୍ରା ବି ସୁରୁଖୁରୁରେ ସରିଲା। ଜନ୍ମବେଦୀରେ ସବୁ ଲୀଳାଖେଳା ସାରି ଆଜି ନୀଳକନ୍ଦର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଛନ୍ତି ମହାବାହୁ। ମହାମାରୀ ଭଳି ପ୍ରତିକୂଳ ସମୟରେ ସାରା ବିଶ୍ୱକୁ ଦର୍ଶନ ଦେଇ ବାହୁଡ଼ିଛନ୍ତି ଚତୁର୍ଦ୍ଦା ମୂରତୀ। କୋଭିଡ୍ କଟକଣା ସତ୍ତ୍ୱେ ଶୃଙ୍ଖଳିତ ନୀତିକାନ୍ତି ଏବଂ ଅନୁକୂଳ ପାଗ ଯୋଗୁଁ ଆଜି ନିର୍ଦ୍ଧାରିତ ସମୟ ପୂର୍ବରୁ ସିଂହଦ୍ୱାର ସମ୍ମୁଖରେ ଲାଗିଛି ୩ ରଥ। ଅବଶ୍ୟ, ସର୍ବୋଚ୍ଚ କୋର୍ଟଙ୍କ […]

  • Monday, 26 July 2021
puri
ଆସନ୍ତାକାଲି ଶ୍ରୀଜିଉଙ୍କ ପବିତ୍ର ବାହୁଡ଼ାଯାତ୍ରା

ପୁରୀ: ଆସନ୍ତାକାଲି ଶ୍ରୀଜିଉଙ୍କ ପବିତ୍ର ବାହୁଡ଼ାଯାତ୍ରା। ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବେ ଶ୍ରୀଜିଉ। ଏଥିପାଇଁ ସ୍ଥିର ହୋଇଛି ନୀତି ନିର୍ଘଣ୍ଟ। ନୀତି ନିର୍ଘଣ୍ଟ ବିଷୟରେ ଜାଣି ରଖନ୍ତୁ ଆସନ୍ତାକାଲି ଭୋର ୪ଟାରେ ଶ୍ରୀଜିଉଙ୍କର ମଙ୍ଗଳ ଆଳତି ହେବ। ଏହାପରେ ୪ଟା ୧୫ରେ ମଇଲମ, ୪ଟା ୩୦ରେ ତଡ଼ପ ଲାଗି ଓ ରୋଷ ହୋମ ନୀତି ଅନୁଷ୍ଠିତ ହେବ। ଭୋର ୫ଟାରେ ଅବକାଶ, ୫ଟା ୧୫ରେ ସୂର୍ଯ୍ୟ ପୂଜା ୫ଟା ୩୦ରେ ଦ୍ୱାରପାଳ ପୂଜା ସହ ବେଶ ସମାପନ ହେବ। […]

  • Monday, 26 July 2021
jagannatha
ଆଡ଼ପ ମଣ୍ଡପକୁ ବିଜେ କଲେ ତିନି ଠାକୁର

ଭୁବନେଶ୍ୱର: ଆଡ଼ପ ମଣ୍ଡପକୁ ବିଜେ କଲେ ତିନି ଠାକୁର। ଆଜି ସନ୍ଧ୍ୟାରେ ଗୋଟି ପହଣ୍ଡିରେ ପ୍ରଥମେ ଆଡ଼ପ ମଣ୍ଡପକୁ ବିଜେ କରିଥିଲେ ବଡ଼ଠାକୁର ବଳଭଦ୍ର। ବିଜେ କାହାଳୀ ବାଜିବା ପରେ ପ୍ରଥମେ ମଦନମୋହନ, ରାମକୃଷ୍ଣ ଓ ପରେ ସୁଦର୍ଶନ ଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିଲେ। ଏହାପରେ ବଳଭଦ୍ରଙ୍କୁ ସେବାୟତମାନେ ଆଡ଼ପ ମଣ୍ଡପରେ ଅବସ୍ଥାନ କରାଇ ସୁଭଦ୍ରାଙ୍କୁ ପହଣ୍ଡରେ ନେଇଥିଲେ। ସବା ଶେଷରେ ଜନ୍ମବେଦୀକୁ ବିଜେ କରିଥିଲେ ମହାପ୍ରଭୁ ଜଗନ୍ନାଥ। ଏହା ପୂର୍ବରୁ ଆଜି ରଥ ଉପରେ ଠାକୁରଙ୍କର […]

rahunath mohapatara
ଗୁଣ୍ଡିଚା ମନ୍ଦିର ଭିତରେ ଅଧର ପଣା କେମିତି ହେବ ବୋଲି ପ୍ରଶ୍ନ କଲେ ରଘୁନାଥ ମହାପାତ୍ର ?

ପୁରୀ: ସୁପ୍ରିମକୋର୍ଟଙ୍କ ରଥ ବନ୍ଦ ରାୟ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ପଣ୍ଡିତ ରଘୁନାଥ ମହାପାତ୍ର। ସୁପ୍ରିମକୋର୍ଟରେ ୧୦ ଲକ୍ଷରୁ ଅଧିକ ଭକ୍ତ ସମାଗମ ହେବେ ବୋଲି ଯେଉଁ ତଥ୍ୟ ଉପସ୍ଥାପନ କରାଗଲା, ତାହା ଭୁଲ ଥିଲା। ପୁରୀ ଗଜପତି ମହାରାଜ ଯେଉଁ ଚିଠି ଲେଖିଛନ୍ତି, ତାହା ଛତିଶା ନିଯୋଗ, ଶଙ୍କରାଚାର୍ଯ୍ୟ ସମସ୍ତଙ୍କର ମତ ବୋଲି କହିଛନ୍ତି ରଘୁନାଥ। ଅଧର ପଣା ରଥ ଉପରେ ହୁଏ, ଗୁଣ୍ଡିଚା ମନ୍ଦିର ଭିତରେ କେମିତି ହେବ […]

  • Monday, 26 July 2021
raha
ରଥଯାତ୍ରା ପାଇଁ ପିଟିସନ୍ ଦାୟର କଲେ ସମ୍ବିତ ପାତ୍ର, ସରକାରଙ୍କୁ ଚିଠି ଲେଖିଲେ ପୁରୀ ବିଧାୟକ

ପୁରୀ: ଗଜପତି ମହାରାଜାଙ୍କ ପରେ ରଥଯାତ୍ରା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ। ଭକ୍ତଶୂନ୍ୟ ରଥଯାତ୍ରା ଲାଗି ଆବେଦନ କରିବାକୁ ଅନୁରୋଧ କରି ଚିଠି ଲେଖିଛନ୍ତି ବିଧାୟକ। ତା ସହିତ ବିଧାୟକ ଭାବେ ରଥଯାତ୍ରା ପାଇଁ ସମସ୍ତ ସହଯୋଗ କରିବେ ବୋଲି ଜୟନ୍ତ ଷଡ଼ଙ୍ଗୀ ଚିଠିରେ ଲେଖିଛନ୍ତି। ସରକାର କୋର୍ଟଙ୍କ ଆଗରେ ଭକ୍ତଶୂନ୍ୟ ରଥଯାତ୍ରାର ଯୁକ୍ତି ରଖନ୍ତୁ। ଭକ୍ତଶୂନ୍ୟ ରଥ ପାଇଁ ମଡିଫିକେସନ ପିଟିସନ କରନ୍ତୁ। କୋଟିକୋଟି ଭକ୍ତ ରଥଯାତ୍ରା ପାଇଁ ଚାହିଁ […]

  • Monday, 26 July 2021
cm-naveen
Puri Rath Yatra 2020: ଗଜପତି ମହାରାଜାଙ୍କ ଚିଠି ପରେ କାହିଁକି ମୁହଁ ଖୋଲୁ ନାହାନ୍ତି ମୁଖ୍ୟମନ୍ତ୍ରୀ ?

ପୁରୀ: ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଶାସ୍ତ୍ର ସଂପର୍କିତ ଚିଠି ଓ ଶଙ୍କରାଚାର୍ଯ୍ୟଙ୍କ କ୍ଷୋଭ ସତ୍ତ୍ୱେ କାହିଁକି ମୁହଁ ଖୋଲୁନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ? ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ପୁରୀ ରଥଯାତ୍ରା ନେଇ ଗତକାଲି ଗଜପତି ମହାରାଜା ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ। ସେ ଚିଠିରେ ଲେଖିଥିଲେ, ଶାସ୍ତ୍ର, ତତ୍ୱ, ଇତିହାସ, ଧାର୍ମିକ ଭାବନା ଓ ଆଇନଗତ ଆଦି ବିଭିନ୍ନ ଦୃଷ୍ଟିକୋଣରୁ ପୁରୀ ରଥଯାତ୍ରାର ସ୍ୱତନ୍ତ୍ର ମହତ୍ୱ ଓ ଗୁରୁତ୍ୱ ରହିଛି। […]

shnakara-charya
Puri Rath Yatra 2020:ରଥଯାତ୍ରା ଆୟୋଜନ ନେଇ ଆବେଦନ ଗ୍ରହଣ ହୋଇନଥିବାରୁ ଖପ୍ପା ପୁରୀ ଶଙ୍କରାଚାର୍ଯ୍ୟ

ପୁରୀ: ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ଖପ୍ପା ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ। ଯାତ୍ରା ଆୟୋଜନ ସପକ୍ଷରେ ହୋଇଥିବା ଆବେଦନ ଏଯାଏଁ ଗ୍ରହଣ ହୋଇନଥିବା ପରିପ୍ରେକ୍ଷୀରେ ସେ କଡ଼ା ପ୍ରତିକ୍ରିୟା ରଖିଛନ୍ତି।  ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ ଯାତ୍ରା ଆୟୋଜନ ନେଇ ହୋଇଥିବା ଆବେଦନକୁ କୋର୍ଟ ଗତକାଲି ବିଚାର ଲାଗି ଗ୍ରହଣ କରିପାରିଥାଆନ୍ତେ। ରଥଯାତ୍ରାକୁ ମାତ୍ର ଗୋଟିଏ ଦିନ ବାକି ଥିବା ବେଳେ ଆବେଦନକୁ ଗ୍ରହଣ କରାଯାଇନଥିବାରୁ ଏହା ସୁନିୟୋଜିତ ଯୋଜନା […]

gajapati raja
Puri Rath Yatra 2020:ଶ୍ରୀମନ୍ଦିର ଭିତରେ କେମିତି ହେବ ବିଧିରକ୍ଷା; ସନ୍ଧ୍ୟାରେ ନିଷ୍ପତ୍ତି

ପୁରୀ: ଶ୍ରୀମନ୍ଦିର ଭିତରେ ପରମ୍ପରା ରକ୍ଷା ଓ  ଶାସ୍ତ୍ର ସମ୍ମତ ବ୍ୟବସ୍ଥା ସ୍ଥିର କରିବାକୁ ନିଷ୍ପତ୍ତି ନେଇଛି ପରିଚାଳନା କମିଟି। ରଥଯାତ୍ରା ବନ୍ଦ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ତେବେ ଶ୍ରୀମନ୍ଦିର ଭିତରେ କେମିତି ବିଧିରକ୍ଷା କରାଯାଇପାରିବ ସେନେଇ ଆଜି ସଂଧ୍ୟାରେ ଛତିଶା ନିଯୋଗ ପ୍ରତିନିଧିଙ୍କ ବୈଠକ ବସିବ। ତେବେ ପରିଚାଳନା କମିଟି ବୈଠକ ଶେଷ ହେବା ପରେ ଗଜପତି ମହାରାଜା […]