• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆସନ୍ତା ୪ ତାରିଖରେ ହେବ ସମ୍ବଲପୁର ସହରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା । ଏଥିପାଇଁ ଉତ୍ସବମୁଖର ହୋଇଉଠିଲାଣି ସମ୍ବଲପୁର ସହର । ଏହି କ୍ରମରେ ଗତକାଲି ହୋଇଥିଲା ପତରପେଣ୍ଡି ତଥା ନିର୍ବନ୍ଧ ଉତ୍ସବ । ନନ୍ଦପଡାର ବମ୍ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ପାଇଁ କନ୍ୟା ଖୋଜା ଯାଇଥିଲା । ବାଜା ବାଣ ରୋଷଣୀ ସହ କନ୍ୟାପିତାଙ୍କ ଘର ଅଭିମୁଖେ ବାହାରିଥିଲା ଶୋଭାଯାତ୍ରା । 

ବାଲୁଙ୍କେଶ୍ୱର ବାବାଙ୍କ ନିର୍ବନ୍ଧ ପାଇଁ ମନ୍ଦିରରୁ କନ୍ୟା ଅନ୍ୱେଷଣରେ ଶୋଭାଯାତ୍ରା ବାହାରିଥିଲେ । ଏଥିରେ ସପ୍ତଋ଼ଷି ପଣ୍ଡିତ ମଣ୍ଡଳୀ, ବରପିତା ଓ ସାହି ମୁରବୀ ସାମିଲ ହୋଇଥିଲେ । ଚଳିତ ଥର କନ୍ୟାପିତା ହୋଇଥିବା ଗୋଲବଜାରର ଗିରିଶ ପଟେଲ୍ ଏବଂ ହନ୍ସାବେନ ପଟେଲଙ୍କ ଘରକୁ ଯାଇଥିଲେ । ସେଠାରେ ପହଞ୍ଚିବା ପରେ କିଛି ସମୟ ପୂର୍ବରୁ ସରିଥିଲା ପତରପେଣ୍ଡି ତଥା ନିର୍ବନ୍ଧ । ଏହି ନିର୍ବନ୍ଧ ପରେ ଆଜି ସଂଧ୍ୟାରେ ଗୁଆଗୁଣ୍ଡା କାର୍ଯ୍ୟକ୍ରମ ହେବ । ପରେ ୪ ତାରିଖରେ ଭୋଳା ବାବାଙ୍କ ବିବାହ ଉତ୍ସବ ତଥା ଶୀତଳ ଷଷ୍ଠୀ ଯାତ୍ରା ହେବ । ଦେବ ଦମ୍ପତ୍ତିଙ୍କ ବିବାହ ସମ୍ପୂର୍ଣ୍ଣ ଲୋକାଚାରରେ ହେଉଥିବାରୁ ସାଧାରଣ ବିବାହ ଭଳି ରୀତିନୀତିରେ ସବୁକିଛି ସମ୍ପନ୍ନ କରିବାକୁ ଲକ୍ଷ୍ୟ ରଖିଛନ୍ତି ସମସ୍ତେ ।

ସେପଟେ ମହାପ୍ରଭୁ ଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଯାତ୍ରାକୁ ନେଇ ବୈଠକ ଅନୁଷ୍ଠିତ ହୋଇଛି । ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟର କାର୍ଯ୍ୟ ର୍ନିବାହୀ ଅଧିକାରୀ ଭବାନୀ ପ୍ରସାଦ ମିଶ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗକୁ ଛାଡି ଅନ୍ୟ ସମସ୍ତ ନିଯୋଗର ସଭାପତି ଯୋଗ ଦେଇଥିଲେ । ଠାକୁରଙ୍କ ଜମି ବିବାଦକୁ କେନ୍ଦ୍ର କରି ଏହି ଦୁଇ ନିଯୋଗ ବୈଠକରେ ସାମିଲ ହୋଇନଥିଲେ । ମତାନ୍ତର ମଧ୍ୟରେ ବି ମହାପ୍ରଭୁଙ୍କ ଶୀତଳ ଷଷ୍ଠୀ ଯାତ୍ରାରେ ସେବାକାର୍ଯ୍ୟରେ  ଦୁଇ ନିଯୋଗ ସୁରୁଖୁରୁରେ ସେବା ଯୋଗାଇବେ ବୋଲି ଆଶା ରଖିଛନ୍ତି ।

ମନ୍ଦିର କାର୍ଯ୍ୟାଳୟର କାର୍ଯ୍ୟର୍ନିବାହୀ ଅଧିକାରୀ ଶୀତଳ ଷଷ୍ଠୀରେ ଶିବ ପାର୍ବତୀଙ୍କ ବିବାହ ପାଇଁ ମନ୍ଦିର କାର୍ଯ୍ୟାଳୟ ତରଫରୁ କାର୍ଯ୍ୟସୂଚୀ ଜାରି କରାଯାଇଛି । ସକାଳ ୬.୩୦ ରେ ମହାପ୍ରଭୁଙ୍କର ମଙ୍ଗଳ ଆଳତି ଓ ଅବକାଶ ନୀତି ସମାପନ କରାଯିବା ପରେ ଅନ୍ୟ ନୀତିଗୁଡିକ ଅନୁଷ୍ଠିତ ହେବ । ରାତ୍ରି ୮ ଟାରେ ବାବା କପିଳନାଥ ବିଜେ କରିବା ପରେ ରାତ୍ରି ୯ଟା ପର୍ଯନ୍ତ ବଡ଼ସିଂହାର, ପଂଚାବକ୍ର ବିଜେ କାର୍ଯ୍ୟ ଚାଲିବ । ରାତ୍ରି ୯ଟା ପରେ ମନ୍ଦିର ଭିତରେ ବରଯାତ୍ରୀ ଭୋଜି ଅନୁଷ୍ଠିତ ହେବା ସହ ରାତ୍ରି ୧୨ଟାରୁ ଭୋର ୪ଟା ପର୍ଯନ୍ତ ବିବାହ କାର୍ଯ୍ୟ ଚାଲିବ ।