ନାଚ ଗୀତରେ ଦୁଲୁକୁଛି ସାରା ସହର । ରାଜରାସ୍ତାରେ ପାରମ୍ପରିକ ସହ ଆଧୁନିକ ନୃତ୍ୟ ପରିବେଷଣ କରୁଛନ୍ତି ଶହ ଶହ କଳାକାର । ଦେବ ଦମ୍ପତ୍ତିଙ୍କ ଯୁଗଳ ଦର୍ଶନ ଶୋଭାଯାତ୍ରା ଅବସରରେ ସମ୍ବଲପୁରରେ ଦେଖିବାକୁ ଦେଖିବାକୁ ମିଳିଛି ଓଡ଼ିଶା ସହ ବିଭିନ୍ନ ରାଜ୍ୟର ଲୋକନୃତ୍ୟ ଓ ଲୋକଗୀତର ସମ୍ଭାର ।
ଧୁମଧାମରେ ପାଳନ ହୋଇଛି ପ୍ରଭୁ ଲିଙ୍ଗରାଜଙ୍କ ବିବାହ । ବିଶାଳ ଶୋଭାଯାତ୍ରାରେ ବାହାରିଥିଲା ପ୍ରଭୁ ଲିଙ୍ଗରାଜଙ୍କ ବରଯାତ୍ରୀ । ଉତ୍ସବମୁଖର ହୋଇ ଉଠିଥିଲା ମନ୍ଦିର ପରିବେଶ । ବିଭିନ୍ନ ପ୍ରକାର ବାଜା, ବାଣ ରୋଷଣୀ ସହ ଭଗବତ ପ୍ରେମରେ ଲୀନ ଥିଲେ ଶ୍ରଦ୍ଧାଳୁ । ବିବାହ ସମ୍ପର୍ଣ୍ଣ ପରେ ମନ୍ଦିର ଅଭିମୁଖେ ଦେବ ଦମ୍ପତି