Advertisment

ଆସନ୍ତା ୧୫ରୁ ମହାପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନ

୧୫ ତାରିଖରୁ ଆରମ୍ଭ ହେବ ମହାପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନ ।

author-image
Otv Khabar Bureau
Alarnath Anabasara rituals to be celebrated with full zeal for first time after 2 years

Alarnath Anabasara rituals to be celebrated with full zeal for first time after 2 years

ଚଳିତ ମାସ ୧୫ ତାରିଖରୁ ଆରମ୍ଭ ହେବ ମହାପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନ । ଗତ ଦୁଇ ବର୍ଷ ଧରି କୋଭିଡ୍ କଟକଣା ଲାଗୁ ହୋଇଥିଲା । ବିନା ଭକ୍ତରେ ଅନୁଷ୍ଠିତ ହୋଇଥିଲା ଅନବସର ନୀତି । ଚଳିତ ବର୍ଷ କୋଭିଡ୍ କଟକଣା ହଟି ଯାଇଥିବାରୁ ଅନବସର ଦର୍ଶନ ବ୍ୟାପକ ଜନଗହଳି ପୂର୍ଣ୍ଣ ହେବ । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ପକ୍ଷରୁ ଅନବସର ଦର୍ଶନ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।

Advertisment

ଏହି ବୈଠକରେ ଅଲାରନାଥ ସେବାୟତ ନିଯୋଗ ସ୍ଥାନୀୟ ଲୋକପ୍ରତିନିଧି ଓ ବିଭିନ୍ନ ସାମାଜିକ ସଂଗଠନର ସଦସ୍ୟ ମାନେ ଯୋଗଦେଇଥିଲେ ।
ଏହାସହ ଏଥିରେ ଏଡିଏମ୍ ଦିଲୀପ କୁମାର ମହାପାତ୍ର, ଏସଡିପିଓ କିଶୋର ଚନ୍ଦ୍ର ମୁଣ୍ଡ ତହସିଲଦାର ବ୍ରହ୍ମଗିରି ଓ ସମସ୍ତ ବିଭାଗର ସ୍ଥାନୀୟ ଅଧିକାରୀ ଉପସ୍ଥିତ ରହିଥିଲେ । ବିଶେଷ କରି ଶୃଙ୍ଖଳିତ ଦର୍ଶନ ଆଇନ ଶୃଙ୍ଖଳା ପରିସ୍ଥିତି, ଟ୍ରାଫିକ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ ସହ ମନ୍ଦିରର ସୌର୍ଯ୍ୟକରଣ ସହ ବ୍ୟାରିକେଡ୍ ନିର୍ମାଣ ‌ଓ ନୀତିକାନ୍ତି ସେବାପୂଜା ଆଦି ସମ୍ପର୍କରେ ଆଲୋଚନା କରାଯାଇଛି । ତେବେ ଚଳିତ ବର୍ଷ ପ୍ରବଳ ଭିଡ଼ ପରିଲକ୍ଷିତ ହେବ । ଫଳରେ ଏହାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛିଥିବାର ଜଣାପଡିଛି ।

ସୂଚନା ଅନୁସାରେ, ମହାପ୍ରଭୁ ଅଲାରନାଥଙ୍କର ଅଣସର ଦର୍ଶନ ଆରମ୍ଭ ହେବ । ଅତ୍ୟଧିକ ସ୍ନାନ ଯୋଗୁ ଜ୍ୱରରେ ଆକ୍ରାନ୍ତ ଶ୍ରୀଜିଉ ୧୫ଦିନ ଧରି ଅଣସର ଘରେ ରହିବେ। ଏହାସହ ଶ୍ରୀଜିଉଙ୍କ ଗୁପ୍ତ ଉପଚାର ଚାଲିବ । ରତ୍ନସିଂହାସନରେ ଆଉ ଭକ୍ତ ପ୍ରିୟ କାଳିଆ ଠାକୁରଙ୍କୁ ଦର୍ଶନ ପାଇବେ ନାହିଁ। ଏହି ସମୟରେ ତିନି ବାଡ଼ରେ ପଟିଦିଅଁ ପୂଜା ପାଇବାର ବିଧି ରହିଛି। ଏହି ସମୟରେ ବ୍ରହ୍ମଗିରିରେ ଚତୁର୍ଭୁଜ ନାରାୟଣ ରୂପୀ ଅଲରାନାଥଙ୍କୁ ଦର୍ଶନ କଲେ ଜଗନ୍ନାଥ ଦର୍ଶନ ସମ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି। ସେହିପରି ବଳଦେବଙ୍କ ସ୍ଥାନରେ ଅନନ୍ତ ବାସୁଦେବ, ଦେବୀ ସୁଭଦ୍ରାଙ୍କ ସ୍ଥାନରେ ଭୁବନେଶ୍ୱରୀଙ୍କ ପଟିଦିଅଁ ଦର୍ଶନ କରିବେ ଶ୍ରଦ୍ଧାଳୁ। ଏହାସହ ଦୋଳଗୋବିନ୍ଦ, ନୃସିଂହ, ମଦନମୋହନ, ଭୂଦେବୀ, ଶ୍ରୀଦେବୀ ଓ ରାମକୃଷ୍ଣଙ୍କ ମୂର୍ତ୍ତି ପରି ଦଶ ଅବତାରଙ୍କ ପୂଜାର୍ଚ୍ଚନା ଅଲାରନାଥ ପୀଠରେ କରାଯିବ ଓ ଜଗନ୍ନାଥଙ୍କ ସମସ୍ତ ନୀତିକାନ୍ତି ମଧ୍ୟ ଅଲାରନାଥ ପୀଠରେ ଅନୁଷ୍ଠିତ ହେବ।

Advertisment
Alarnath Temple Alarnath Anabasara Rituals
Advertisment
Advertisment