• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଧୁନିକ ଦୁନିଆର ଚାକଚକ୍ୟ ଭିତରେ ବଞ୍ଚି ରହିଛି ରାମ ନାଟକ । ଖାଲି ବଞ୍ଚି ରହିନି ଏହା ଏକ ପରମ୍ପରାରେ ବି ପରିଣତ ହେଇଗଲାଣି । କାହିଁ କେଉଁ କାଳରୁ ରାମ ନାଟକ ପରିବେଷଣ କରିଆସୁଛନ୍ତି ବାଲୁଗାଁର ସରଳାପଦର ଗ୍ରାମବାସୀ । ଗାଁର ପୁରୁଖା ଲୋକ କହି ପାରୁନାହାଁନ୍ତି କେବେଠାରୁ ଆରମ୍ଭ ହୋଇଛି ।  ପାଖାପାଖି ୮୦ – ୯୦ ବର୍ଷହେବ ଏହି ରାମ ନାଟକ ଗାଁରେ ପାଳନ ହୋଇ ଆସୁଛି ବୋଲି ଅନୁମାନ କରୁଛନ୍ତି । ଆଧୁନିକ ଯୁଗରେ ଦୀର୍ଘ ୨୧ ଦିନ ବ୍ୟାପି ନାଟକ ପରିବେଷଣ କରିବା କିଛି କମ୍ କଥା ନୁହେଁ ।

୯ ଦଶନ୍ଧି ଧରି ରାମ ଜନ୍ମ ଠାରୁ ବନବାସ, ସୀତାଚୋରି, ଇନ୍ଦ୍ରଜିତ, କୁମ୍ଭକର୍ଣ, ତରଣୀସେନ, ରାବଣ ବଧ ଓ ରାମ ଅଭିଷେକ ପର୍ଯ୍ୟନ୍ତ ଦୀର୍ଘ ୨୧ ଦିନ କାଳ ରାମ ନାଟକ ପରିବେଷଣ ହେଉଛି । ଅକ୍ଷୟ ତୃତୀୟାରେ ଶୁଭ ଦିଆଯାଇ ସୀତା ନବମୀ ଠାରୁ ୨୧ ଦିନ ବ୍ୟାପୀ ନାଟକ ହୋଇଥାଏ । ପ୍ରତିଦିନ ବିମାନରେ ରାଧାମୋହନ ଠାକୁରଙ୍କୁ ମନ୍ଦିରରୁ ଆଣି ମଞ୍ଚ ନିକଟରେ ସ୍ଥାପନ କରଯାଏ । ପରେ ପ୍ରତିଦିନ ଗାଁର କୁନି କଳାକାର ରାମ, ଲକ୍ଷ୍ମଣ ,ସୀତା ବନ୍ଦନା କରି ଗାଁ ପରିଭ୍ରମଣ କରି ମନ୍ଦିରରେ ଦ୍ୱୀପଦାନ କରି ମଞ୍ଚରେ ବନ୍ଦନା କରିଥାନ୍ତି । ଗୋଟିଏ ଗୋଟିଏ ବିଷୟ ଗାଁର କଳାକାର ମାନଙ୍କ ଦ୍ୱାରା ପରିବେଷଣ କରାଯାଏ । ଗାଁର ନୂଆ ପୁରୁଣା, ଛୋଟ ବଡ କଲାକାର ମାନେ ଦୁଇମାସ ଧରି ଏଥିପାଇଁ କାମରେ ଲାଗିଥାଆନ୍ତି । ନିଖୁଣ ଭାବରେ ନିଜର କଳା ପ୍ରଦର୍ଶନ କରିବାପାଇଁ ଅହରହ ପରିଶ୍ରମ କରିଥାନ୍ତି ।

ବର୍ତ୍ତମାନ ସରଳାପଦର ଗାଁର ରାମ ନାଟକକୁ ଅନୁସରଣ କରି ଆଖପାଖ ଅଞ୍ଚଳରେ ରାମଲୀଳା ଆରମ୍ଭ କରିଲେଣି । ଆଧୁନିକ ମୋବାଇଲ୍ ଯୁଗରେ ଶୃଙ୍ଖଳାର ସହ ଆୟୋଜନ କରିବା ଏବଂ ହଜାର ହଜାର ଦର୍ଶକ ଏକ ଆଧ୍ୟାତ୍ମିକ ବାତାବରଣରେ ରାତି ତମାମ ରାମଲୀଳାକୁ ଉପୋଭୋଗ କରିବା କିଛି କମ୍ କଥା ନୁହେଁ । ଏହି ୨୧ ଦିନବ୍ୟାପି ଗାଁର କମିଟି ଗାଁରେ ଆମିଷ ,ନିଶା ସେବନ ନକରିବାପପାଇଁ ସମ୍ପୂର୍ଣ କଡା ନିୟମ କରିଛନ୍ତି । ସମସ୍ତ କଲାକାର, ଅୟୋଜକ କମିଟି ସଂକଳ୍ପ କରି ନିଷ୍ଠାର ସହ ରହିଥାନ୍ତି । କଳାକର ମାନଙ୍କ ମଧ୍ୟରୁ କିଏ ୩୦ ବର୍ଷ କିଏ ୧୨ ତ କିଏ ୨୦ ଧରି ବିଭିନ୍ନ ଭୂମିକାରେ ଅଭିନୟ କରି ଆସୁଛନ୍ତି । ବେଶ ବିନ୍ୟାସ ହେବାପରେ ନିଜ ଭିତରେ ଭାବ ଅସିଯାଏ ବୋଲି କୁହନ୍ତି କଳାକାର ।

ଶକ୍ତି ପ୍ରସାଦ ମହାପାତ୍ର , ବାଲୁଗାଁ