/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661513269.jpg)
Special story
ଆସନ୍ତା ବୁଧବାର ବିଘ୍ନ ବିନାଶକଙ୍କ ପୂଜା । ଏଥିପାଇଁ ସବୁଆଡେ ତିଆରି ଚାଲିଛି ମୂର୍ତ୍ତି ଗଢା କାମ । ଅନେକ ଜାଗାରେ ମଧ୍ୟ ରଙ୍ଗ କାମ ଚାଲିଛି । କରୋନା କଟକଣା ଯୋଗୁଁ ୨ ବର୍ଷ ଧରି ଗଣେଶ ପୂଜା ବନ୍ଦ ଥିଲା କିନ୍ତୁ ଏବର୍ଷ ବିନା କଟକଣାରେ ଗଣେଶ ପୂଜା ହେଉଥିବାରୁ ସବୁଠି ଆଡମ୍ବରରେ ପୂଜା କରିବା ପାଇଁ ଆୟୋଜନ ହେଉଛି ।
ଗଣେଶ ପୂଜା ପାଇଁ କାରିଗରଙ୍କୁ ଫୁରସତ୍ ନାହିଁ ତିଆରି ଚାଲିଛି । ଭଳିକି ଭଳି ବିଭିନ୍ନ ଡିଜାଇନର ଛୋଟ ବଡ଼ ଗଣେଶ ମୂର୍ତ୍ତି ଗଢ଼ା ଚାଲିଛି । ଭୁବନେଶ୍ୱର ଲିଙ୍ଗରାଜ ଶିଳ୍ପ ଭଣ୍ଡାରରେ ବମ୍ବେ ମଡେଲ୍ ମୂର୍ତ୍ତି ଗୁଡିକର ବେଶି ଚାହିଦା ରହିଛି । ସେପଟେ ଭୁବନେଶ୍ୱର ମାର୍କେଟ ବିଲଡିଙ୍ଗରେ ମିଳୁଛି ଗଙ୍ଗା ନଦୀ ମାଟିରେ ତିଆରି ମୂର୍ତ୍ତି । କୋଲକତାରୁ ଏସବୁ ମୂର୍ତ୍ତି ଗୁଡିକ ମଗାଯାଇଛି, ଯାହାର ଚାହିଦା କାହିଁରୁ କେତେ ଲୋକେ ଏବେଠୁ ଅର୍ଡର ମଧ୍ୟ କରିସାରିଲେଣି ।
କଟକ ସହରର ନୂଆପଡ଼ାରେ ମଧ୍ୟ ବିଘ୍ନ ବିନାଶକଙ୍କ ପୂଜା ପାଇଁ ଚାଲିଛି ପ୍ରସ୍ତୁତି । ଏଠାରେ ବଡ଼ ବଡ଼ତୋରଣ ଏବଂ ଲାଇଟ୍ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ । ସେହିପରି କଟକ ଚୌଦ୍ୱାର ସହରର ଚୁଡ଼ାଖିଆରେ ମୂର୍ତ୍ତି ତିଆରିରେ ଲାଗିଛନ୍ତି ଉଭୟ ପୁରୁଷ ଓ ମହିଳା । କରୋନା ମହାମାରୀ ପାଇଁ ସରକାରଙ୍କ କଟକଣା ଯୋଗୁଁ ଗତ ୨ ବର୍ଷ ଧରି ପୂଜା ବନ୍ଦ ଥିଲା । କ୍ଷତି ସହିଥିଲେ ଶହ ଶହ କାରିଗର ଓ ବେପାରୀ । କିନ୍ତୁ ଏଥର ବିନା କଟକଣାରେ ଗଣେଶ ପୂଜା ହେଉଥିବାରୁ ଭଲ ଲାଭ ହେବାର ଆଶା ରଖିଛନ୍ତି ।
ସେହିପରି କଟକ ଜିଲ୍ଲା ନିଆଳିର ବିଭିନ୍ନ ସ୍ଥାନରେ ଚାଲିଛି ଗଜାନନଙ୍କ ମୂର୍ତ୍ତି ତିଆରି । ଏବେ ମୂର୍ତ୍ତିରେ ରଙ୍ଗ କାମ ଚାଲିଛି । ଆଉ ଦିନ କେଇଟା ଥିବାରୁ ମେସିନ୍ ସାହାଯ୍ୟରେ ରଙ୍ଗ କରାଯାଉଛି । ଚଳିତବର୍ଷ ଅଧିକ ବଡ଼ ମୂର୍ତ୍ତିର ଅର୍ଡର ରହିଛି କାରିଗରଙ୍କ ନିକଟରେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)