• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଦୁଇ ବର୍ଷର ବ୍ୟବଧାନ ପରେ ଲୋକାରଣ୍ୟ ମଧ୍ୟରେ ଆୟୋଜିତ ହେବ ଐତିହାସିକ କଟକ ବାଲିଯାତ୍ରା । କରୋନା ମହାମାରୀ କାରଣରୁ ଦୁଇ ବର୍ଷ ବାଲିଯାତ୍ରାକୁ ବନ୍ଦ ରଖିଥିଲା ପ୍ରଶାସନ । ପୁଣି ଥରେ ଚଳଚଞ୍ଚଳ ହେବ କଟକ ବାଲିଯାତ୍ରା ପଡ଼ିଆ । କୋଭିଡ ମହାମାରୀର ପ୍ରକୋପ କମିବା ପରେ ବାଲିଯାତ୍ରା କରିବା ପାଇଁ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି ।

ଏଥର ଶହେ ଏକର ଜାଗାରେ କଟକର ପ୍ରସିଦ୍ଧ ବାଲିଯାତ୍ରା ଅନୁଷ୍ଠିତ ହେବ । ବାଲିଯାତ୍ରାର କଳେବର ନେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି । କଳେବର ବୃଦ୍ଧି ନେଇ ସଂସ୍କୃତି ବିଭାଗକୁ ଅନୁଦାନ ବୃଦ୍ଧି ପ୍ରସ୍ତାବ ଦିଆଯିବ । ତଳ ପଡ଼ିଆ ବୈଷ୍ଣବ ପାଣି ମଞ୍ଚ ବ୍ୟତୀତ ଆଉ ଏକ ମଞ୍ଚ କରାଯିବ । ପ୍ରଥମ ଥର ଭାସମାନ ରେଷ୍ଟୁରାଣ୍ଟ ଓ ବୋଟର ବ୍ୟବସ୍ଥା କରାଯିବ । ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ସହ କୌଣସି ଦ୍ୱନ୍ଦ୍ୱ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି ।

ଗତ ଦୁଇ ବର୍ଷ ହେଲା ବାଲିଯାତ୍ରାକୁ ନେଇ ନିରାଶ କରିଥିଲା ପ୍ରଶାସନ । କୋଭିଡ୍ ପାଇଁ ବାଲିଯାତ୍ରା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା । ବାଲିଯାତ୍ରାରେ ହଜାର ହଜାର ଷ୍ଟଲ ପଡ଼ିଥାଏ । ବିଭିନ୍ନ ରାଜ୍ୟରୁ ଏଠାକୁ ବ୍ୟବସାୟୀମାନେ ଆସି ନିଜର ପସରା ମେଲାଇଥାନ୍ତି । ଆଉ ସେମାନଙ୍କ ଜିନିଷ କିଣିବାକୁ ମଧ୍ୟ ବିଭିନ୍ନ ସ୍ଥାନରୁ ବା ଦୂରଦୂରାନ୍ତରୁ ଲୋକ ଏଠାକୁ ଆସିଥାନ୍ତି ।