Advertisment

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା: ଏ ଏମିତିକା ସମ୍ପର୍କ ଯାହା ସବୁଠୁ ପବିତ୍ର, ଅତୁଟ ଓ ସୁରକ୍ଷିତ

ଭାଇ ସାନ ହେଉ ଅବା ବଡ଼ ସବୁ ବେଳେ ଭଉଣୀର ଅଳି ଅର୍ଦଳ ଶୁଣେ। ସବୁ ପରିସ୍ଥିତିରେ ଭଉଣୀ ପାଖେ ଛିଡ଼ା ହୁଏ। ା ଆଉ ଭଉଣୀ ବି...ଯେମିତି ମା’ ପରି, ଭାଇର ସବୁ କଥାକୁ ବୁଝେ।

author-image
Rajalaxmi Sahoo
Raksha Bandhan 2022

Raksha Bandhan 2022

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଭାଇ ହାତରେ ରାକ୍ଷୀ ବାନ୍ଧେ ଭଉଣୀ। ଆଉ ଭାଇ ନିଜ ଭଉଣୀର ସୁରକ୍ଷା ପାଇଁ ଦିଏ ପ୍ରତିଶ୍ରୁତି। ଖଣ୍ଡିଏ ସୂତାରେ ଯୋଡ଼ି ହୋଇଯାଏ ଜୀବନ ସାରାର ସମ୍ପର୍କ। ଭଉଣୀର ସୁଖରେ ସୁଖି ଓ ଦୁଃଖରେ ଦୁଃଖି ହୁଏ ଭାଇ। ଏ ଏମିତିକା ସମ୍ପର୍କ ଯାହା ଦୁନିଆର ସବୁଠୁ ପବିତ୍ର, ଅତୁଟ ଏବଂ ସୁରକ୍ଷିତ।

Advertisment

ଭାଇ ସାନ ହେଉ ଅବା ବଡ଼ ସବୁ ବେଳେ ଭଉଣୀର ଅଳି ଅର୍ଦଳ ଶୁଣେ। ସବୁ ପରିସ୍ଥିତିରେ ଭଉଣୀ ପାଖେ ଛିଡ଼ା ହୁଏ। ା ଆଉ ଭଉଣୀ ବି...ଯେମିତି ମା’ ପରି, ଭାଇର ସବୁ କଥାକୁ ବୁଝେ। ରାକ୍ଷୀ ପାଇଁ ଚାରିଆଡ଼େ ଉତ୍ସବ ମୁଖର ପରିବେଶ। ଗତ ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁ ପ୍ରତିବନ୍ଧକ ଭିତରେ ପାଳନ ହୋଇଥିଲା ରାକ୍ଷୀ। ହେଲେ ଏଥର କଟକଣା ହଟିଛି, କରୋନା ଭୟ ବି କମିଛି।

କଟକଣା ମୁକ୍ତ ରକ୍ଷା ବନ୍ଧନ ପର୍ବ ପାଳନ ପାଇଁ ବିଭିନ୍ନ ଅଞ୍ଚଳରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଭାଇ ହାତରେ ରାକ୍ଷୀ  ବାନ୍ଧିବା ପାଇଁ ଭଉଣୀମାନେ ଭଳିକି ଭଳି ମନପସନ୍ଦର ରାକ୍ଷୀ କିଣିବା ସହ ମିଠା ଓ ପିଠାର ପରିବେଶ ମଧ୍ୟ ରହିଛି। ବିଭିନ୍ନ ଡିଜାଇନ୍‌ର ରାକ୍ଷୀ କିଣିବାକୁ ରାକ୍ଷୀ ଦୋକାନରେ ଗ୍ରାହକଙ୍କ ଭିଡ଼ ଲାଗି ରହିଥିବାବେଳେ ମିଠା ଦୋକାନରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଛି। ବିଭିନ୍ନ ଭେରାଇଟ୍‌ର ମିଠା ପ୍ରସ୍ତୁତ କରି ବ୍ୟବସାୟୀମାନେ ଗ୍ରାହକଙ୍କୁ ଯୋଗାଇ ଦେଉଛନ୍ତି।

Advertisment
Raksha Bandhan Raksha Bandhan 2022
Advertisment
Advertisment