• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗୋଟିଏ ପଟେ ଭାଇ, ଆରପଟେ ଭଉଣୀ ଓ ମଝିରେ ଲୁହାର ପ୍ରାଚୀର । ହୋଇପାରେ ରାକ୍ଷୀ ଏକ ସାମାନ୍ୟ ସୂତା । ଜେଲରେ ଥିବା ଭାଇର ହାତରେ ଛଳ ଛଳ ଆଖିରେ ରାକ୍ଷୀ ବାନ୍ଧୁଛି ଭଉଣୀ । ଭାଇର ଆଖିରେ ମଧ୍ୟ ଆଖିଏ ଲୁହ । ପବିତ୍ର ରକ୍ଷା ବନ୍ଧନ ଅବସରରେ ଏପରି ଭାବ ବିହ୍ୱଳ ଦୃଶ୍ୟ ‌ଦେଖିବାକୁ ମିଳିଛି କୋରାପୁଟ ଜେଲ ପରିସରରେ ।

କୋରାପୁଟ ମଣ୍ଡଳ କାରାଗାର ପରିସରରେ ଭାଇ ଭଉଣୀ ରାକ୍ଷୀ ପୂର୍ଣ୍ଣିମା ପାଳନ କରିଛନ୍ତି । ହାତରେ ମିଠା, ଦୁବ,ହଳଦୀ, ସିନ୍ଦୁର, ଚନ୍ଦନ ଓ ରାକ୍ଷୀ ଧରି ଛୁଟି ଆସିଥିଲେ ଏକାଧିକ ଭଉଣୀ । ଭାଇର ଶୁଭ ମନାସିବା ସହ ରକ୍ଷା କରିବାକୁ ବନ୍ଧିଛନ୍ତି ରାକ୍ଷୀ ।  କଏଦୀ ମାନଙ୍କ ମଧ୍ୟରେ କିଏ ଆଜୀବନ ସଜା କାଟୁଛି ତ ଆଉ କିଏ ବିଚାରାଧୀନ କଏଦୀ ଭାବେ କାଳ କଟୁଛି । ଆଜି ସାକ୍ଷାତ ବନ୍ଦ ରହିବା ନିୟମ ରହିଥିଲେ ମଧ୍ୟ ଏହି ପରମ୍ପରାକୁ ଭାଙ୍ଗିବାକୁ ଦେଇ ନଥିଲେ ଜେଲର । ଭଉଣୀଟିଏ ଦୂରଦୂରାନ୍ତରୁ ଆସି ହାତିରେ ବାନ୍ଧିଥିଲା ରାକ୍ଷୀ ।

ସେଇଥିପାଇଁ ଆଜି ସକାଳୁ ସକାଳୁ ଆସି ପହଞ୍ଚିଥିଲେ କୋରାପୁଟ ମଣ୍ଡଳ କାରାଗାର ନିକଟରେ ଅନେକ ଭଉଣୀ । ପ୍ରଥମରୁ ହିଁ କାରାଗାର କର୍ତ୍ତୃପକ୍ଷ ଭାଇଭଉଣୀଙ୍କ ଏହି ପରମ୍ପରାକୁ ରକ୍ଷା କରିବାକୁ ସୁଯୋଗ ଦେଇଥିଲେ । ଜେଲ ଭିତରେ ଭାଇ ଥିବାବେଳେ, ଜେଲ ଆରପଟେ ଭାଉଣୀ ରହି ପାଳନ କରିଥିଲା ରାକ୍ଷୀ ପୂର୍ଣ୍ଣିମା ।

ସୂର୍ଯ୍ୟ ନାରାୟଣ ପଣ୍ଡା, କୋରାପୁଟ