‘ଶାସ୍ତ୍ରୀଙ୍କ ଜୟ ଯବାନ, ଜୟ କିଷାନ ସହ ଅଟଲୀ ଜୟ ବିଜ୍ଞାନ ଯୋଡ଼ିଥିଲେ। ଆଜି ଜୟ ଅନୁସନ୍ଧାନ ଯୋଡ଼ି ସମସ୍ତଙ୍କୁ ଆହ୍ୱାନ ଦେଉଛି’ ବୋଲି ପ୍ରଧାନମନ୍ତ୍ରୀ ମୋଦି ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ ଅବସରରେ ଏହା କହିଛନ୍ତି।
ଦୈନନ୍ଦିନ ଜୀବନରେ ମହିଳାଙ୍କୁ ଅସମ୍ମାନ କରାଯାଇଛି । ଏହାକୁ ବନ୍ଦ କରିବାକୁ ପଡ଼ିବ ବୋଲି ମୋଦି କହିଛନ୍ତି ।
‘ଖେଳ ମୈଦାନରେ ବି ପରିବାରବାଦ ପାଇଁ କ୍ଷତି ପହଞ୍ଚୁଥିଲା। ଏହା ଦୂର ହେବାରୁ ବିଶ୍ୱରେ ଆମକୁ ସଫଳତା ମିଳୁଛି’ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।
‘ଗାଁର ପ୍ରତିଭାବାନ ପିଲାଙ୍କ ପାଇଁ ରାଜ୍ୟରେ ଆଦର୍ଶ ବିଦ୍ୟାଳୟ ଆରମ୍ଭ ହୋଇଛି। ୩୧୫ ଆଦର୍ଶ ବିଦ୍ୟାଳୟରେ ୧ ଲକ୍ଷ ପିଲା ପାଠ ପଢୁଛନ୍ତି। ୫ ହଜାର ଝିଅଙ୍କ ପାଇଁ ଆଦର୍ଶ ବିଦ୍ୟାଳୟରେ ୫୦ଟି ହଷ୍ଟେଲ ରହିଛି’ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
‘ଆମେ ଆଉ ଦୁନିଆର ପ୍ରମାଣପତ୍ର ଉପରେ ବଞ୍ଚିବାକୁ ଚାହୁଁନୁ। ସାମର୍ଥ୍ୟର ସହ କାର୍ଯ୍ୟ କରି ଗୁଲାମୀ ଠାରୁ ଦୂରେଇ ଯାଇଛୁ’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
‘ସାରା ବିଶ୍ୱର କୋଣ ଅନୁକୋଣରେ ତ୍ରିରଙ୍ଗା ଫରଫର ହୋଇ ଉଡୁଛି। ଆଜିର ଦିନ ଦେଶବାସୀଙ୍କ ପାଇଁ ଐତିହାସିକ ଓ ସଂକଳ୍ପର ଦିନ’ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।
ଲାଲ୍କିଲ୍ଲାରେ ପତାକା ଉତ୍ତୋଳନ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉତ୍ସବକୁ ଆଜାଦୀ କା ଅମୃତ ମହୋତ୍ସବ ଭାବେ ପାଳନ କରୁଛି।