/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661674275.jpg)
Ganesh Idol Making
ଗଣେଶ ପୂଜାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ କଟକରେ ନୂଆ ବିବାଦ ସାମ୍ନାକୁ ଆସିଛି । ଗଣେଶ ପୂଜା ଲାଗି ନିର୍ମିତ ମୂର୍ତ୍ତି ବିକୃତ ଭାବେ ପ୍ରସ୍ତୁତ କରିବା ନେଇ ଅଭିଯୋଗ ପରେ କଟକ କୁମ୍ଭାର ସାହିର କିଛି ଶିଳ୍ପୀଙ୍କୁ ପୋଲିସ ଥାନାକୁ ନେଇ ତାଗିଦ୍ କରିଛି । ମୂର୍ତ୍ତି ଗୁଡ଼ିକୁ ଭାଙ୍ଗିବା ପାଇଁ କହିବା ପରେ ଆରମ୍ଭ ହୋଇଛି ବିବାଦ । ଆଉ ଏହି ମୂର୍ତ୍ତି ବିବାଦ ଏବେ ହାଇକୋର୍ଟରେ ପହଞ୍ଚିଛି ।
ନାରାୟଣ ମୁଦୁଲି ନାମକ ଶିଳ୍ପୀଙ୍କ ପକ୍ଷରୁ ହାଇକୋର୍ଟରେ ମାମଲା ଦାୟର କରିଛନ୍ତି । ପୁରୀଘାଟ ଥାନା ପୋଲିସ ନିର୍ମାଣ କରାଯାଉଥିବା ମୂର୍ତ୍ତିଗୁଡିକ ନଦେଖି ତଦାରଖ ନକରି ଭାଂଗିବାକୁ କହି ଏକ ଅଣ୍ଡରଟେକିଂ ଲେଖାଇ ନେଇଛନ୍ତି । ମୂର୍ତ୍ତି ର୍ନିମାଣ ପାଇଁ କୌଣସି ର୍ନିଦ୍ଦିଷ୍ଟ ନିୟମ ନଥାଇ ପୋଲିସ ଏଭଳି ଆଭିମୁଖ୍ୟ ଗ୍ରହଣୀୟ ନୁହେଁ ବୋଲି ଶିଳ଼୍ଳ୍ପୀଙ୍କ ପକ୍ଷରୁ ଆବେଦନ କରାଯାଇଛି । ପୋଲିସ ଏ ମୂର୍ତ୍ତି ଗୁଡିକୁ ପୂଜା କରିବାକୁ ଅନୁମତି ଦେଉ ବୋଲି କହିଛନ୍ତି ।
ପୋଲିସ ଥାନାରେ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ନାରାୟଣ । ଅନ୍ୟପଟେ ଧର୍ମୀୟ ଭାବନାକୁ ଆଘାତ ଦେବାଭଳି ମୂର୍ତ୍ତି ନିର୍ମାଣ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)