ଆଜିର ଦୁନିଆ ନେଟୱାର୍କର ଦୁନିଆ। ଏହାର ଚାହିଦା ଯେତିକି ବଢିଚାଲିଛି ଏହା ସେତିକି ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। ଡିଜିଟାଲ ଦୁନିଆରେ କାମ ଏବଂ ପଦବୀ ମଧ୍ୟ ବଦଳୁଛି। ଆପଣ ଯଦି ନେଟ୍ୱାର୍କ ଇଞ୍ଜିନିୟର ହେବାକୁ ଚାହୁଁଛନ୍ତି, ତେବେ କ’ଣ କରିବାକୁ ହେବ ଜାଣିନିଅନ୍ତୁ।
ପ୍ରଥମ ଥର ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କୋଶ୍ଚିନ୍ ବ୍ୟାଙ୍କ ପ୍ରସ୍ତୁତ କରିଛି। ଯାହାକି ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପ୍ରସ୍ତୁତିରେ ସହାୟତା କରିବ।
ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପରୀକ୍ଷା ପ୍ରସ୍ତୁତିରେ ବଳ ଯୋଗାଇଲା କୋଶ୍ଚିନ୍ ବ୍ୟାଙ୍କ୍ । ପ୍ରଥମ ଥର ପାଇଁ ଚଳିତ ବର୍ଷ ପରୀକ୍ଷାର୍ଥୀଙ୍କୁ କୋଶ୍ଚିନ ବ୍ୟାଙ୍କ୍ ଯୋଗାଇବ ସିଏଚ୍ଏସ୍ଇ । ଏହାଫଳରେ ପିଲାଏ ଭଲ ଭାବେ ପରୀକ୍ଷା ପ୍ରସ୍ତୁତି କରିପାରିବେ । ଅପରପକ୍ଷେ ଇଣ୍ଟରନେଟ୍ ସୁବିଧା ନଥିବା ଅଞ୍ଚଳର ପରୀକ୍ଷାର୍ଥୀ କିପରି ଏହାକୁ ୱେବସାଇଟରୁ ପାଇବେ ସେନେଇ ଏବେଠୁ ଆଶଙ୍କା ପ୍ରକାଶ କଲେଣି ।
ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଖୁସି ଖବର। ପ୍ରଥମ ଥର ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପ୍ରକାଶ କରିଛି କୋଶ୍ଚିନ ବ୍ୟାଙ୍କ।
ଓଡ଼ିଶା ସ୍କିଲ୍ ଡେଭଲପମେଣ୍ଟ ହବ୍ କହି ଫୁଟାଣି ମାରୁଛନ୍ତି ରାଜ୍ୟ ସରକାର। ତେଣେ ରାଜ୍ୟରେ ହୁ ହୁ ହୋଇ ବଢ଼ି ଚାଲିଛି ବେକାରୀ ଇଞ୍ଜିନିୟରଙ୍କ ସଂଖ୍ୟା ଓ ଖାଲି ପଡ଼ିଛି ୨୪ ହଜାର ଇଞ୍ଜିନିୟରିଂ ସିଟ୍।
ବର୍ଷ ବର୍ଷ ଧରି ସରୁନି କୋଠା ତିଆରି କାମ । ହୀନସ୍ତା ଛାତ୍ରଛାତ୍ରୀ, ତାତିଲେ ଅଭିଭାବକ ।
ସପ୍ତାହେ ଭିତରେ ଉତ୍ତର ଦେବାକୁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଏବିଭିପି ଛାତ୍ର ସଂଗଠନର ଆବେଦନ ଆଧାରରେ କୋର୍ଟ ନୋଟିସ୍ ।
ପ୍ରଶ୍ନପତ୍ରକୁ ଘରେ ରଖି ସ୍କୁଲ୍ ଆସିଲେନି ପ୍ରଧାନଶିକ୍ଷକ। ଦଶମ ଅର୍ଦ୍ଧ ବାର୍ଷିକ ପରୀକ୍ଷାର ପ୍ରଥମ ଦିନରେ ବିଭ୍ରାଟ ହୋଇଥିବା ଅଭିଯୋଗ ହୋଇଛି।
ବଢ଼ିଲା ମାଟ୍ରିକ ପରୀକ୍ଷା ଅନ୍ଲାଇନ୍ ଫର୍ମ ଫିଲ୍ଅପ୍ ଅବଧି। ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ଅବଧି ବୃଦ୍ଧି ହୋଇଛି।
ଅଧ୍ୟାପକଙ୍କ ପାଇଁ ଯେମିତି ୭ଘଣ୍ଟା କଲେଜରେ ରହିବା ବାଧ୍ୟତାମୂଳକ, ୭୫ ପ୍ରତିଶତ ଛାତ୍ରଛାତ୍ରୀ ବି କ୍ଲାସ୍ ରେ ବସିବା ସେତିକି ଜରୁରୀ ।
କେତେବେଳେ ଯେ ବନ୍ଦ ହୋଇଯିବ ବିଶ୍ୱବିଦ୍ୟାଳୟ ଆଉ ମାନ୍ୟତା ହରାଇବ ତାକୁ ନେଇ ଏବେ ବଢ଼ିଲାଣି ଚିନ୍ତା। ସମ୍ବଲପୁରରେ ଥିବା ରାଜ୍ୟର ଏକ ମାତ୍ର ମୁକ୍ତ ବିଶ୍ୱବିଦ୍ୟାଳୟ ଏବେ ଦ୍ୱନ୍ଦ୍ୱ ଓ ଆଶଙ୍କାରେ ଚାଲିଛି।
ଜାଣନ୍ତୁ କିପରି ଥିଲା UPSC କ୍ରାକ୍ କରିବାର ଷ୍ଟ୍ରାଟେଜୀ ।
ଏଇଟା ସ୍କୁଲ ତ ! ଗୋଟିଏ ଗୃହରେ ଚାରି ଚାରୋଟି ଶ୍ରେଣୀର ପିଲା ପଢୁଛନ୍ତି ପାଠ । ଏକା ସାଙ୍ଗରେ ପିଲାଙ୍କୁ ପଢାଯାଉଥିବାରୁ କେହି କିଛି ବୁଝୁନଥିବା ଅଭିଯୋଗ । ଚେଇଁ ଶୋଇଛି ପ୍ରଶାସନ, ମୁର୍ଖ ହେବେ ପିଲା...
ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗ.. ଆଜି ଅପରାହ୍ଣରେ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକ..ସଂଘର କର୍ମକର୍ତ୍ତାଙ୍କୁ ବୈଠକରେ ଯୋଗ ଦେବାକୁ ଆହ୍ୱାନ..
ଦଶମ ଦିନରେ ଶିକ୍ଷକ ଆନ୍ଦୋଳନ । ସରକାର ହେଲେଣି ନାକେଦମ୍ । କିନ୍ତୁ ଜିଦରେ ଅଟଳ ପ୍ରାଥମିକ ଶିକ୍ଷକ । ସ୍କୁଲରେ ଫିକା ପଡିବ କି ଗଣେଶ ପୂଜା? ସେପଟେ ଅଙ୍ଗନୱାଡି କର୍ମୀ ଓ ଅଭିଭାବକ ସଂଘର ଶିକ୍ଷକ ଆନ୍ଦୋଳନକୁ ସମର୍ଥନ ।
ହାତରେ ଦାଶ କାଠିଆ, ଆଉ ତାଳେ ତାଳେ ଗୀତ ବୋଲି ନିଜର ହକ୍ ଦାବି କରୁଛନ୍ତି ଶିକ୍ଷକ। ନିଜର ହକ୍ ପାଇଁ ଶିକ୍ଷକମାନେ ରାଜରାସ୍ତାକୁ ଓହ୍ଲାଇ ଥିବାବେଳେ ଦାଶ କାଠିଆ ମାଧ୍ୟମରେ କିଭଳି ଭାବେ ସରକାରଙ୍କୁ ସେମାନଙ୍କର ଦାବି ଜଣାଉଛନ୍ତି ତା’ର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।
ଛାତ୍ର ସଂସଦ ନିର୍ବାଚନ ବନ୍ଦକୁ ନେଇ ତାତିଲା କଂଗ୍ରେସ। ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ବାସଭବନ ଘେରିବା ସହ ଅଣ୍ଡାମାଡ଼ କଲା ଛାତ୍ର କଂଗ୍ରେସ।
ଆନ୍ଦୋଳନରତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ରାଜ୍ୟ ସରକାରଙ୍କ ନାଲି ଆଖି ! ଆନ୍ଦୋଳନ ବନ୍ଦ କରି କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ରାଜ୍ୟରେ ଅଧିକାଂଶ ସ୍ଥାନରେ ତୁହାକୁ ତୁହା ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଯୋଗୁ ଆଜି ବଲାଙ୍ଗିରରେ ସବୁ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି।
ଗଣତାନ୍ତ୍ରିକ ଅଧିକାରକୁ କାହିଁକି ଗୁରୁତ୍ୱ ଦେଉନାହାନ୍ତି ସରକାର ? କୋର୍ଟ ଯିବାକୁ ବିଜେପି ଯୁବମୋର୍ଚ୍ଚାର ଚେତାବନୀ ।
ଏବର୍ଷ ବି ହେବନି ଛାତ୍ର ସଂସଦ ନିର୍ବାଚନ । କ୍ରମାଗତ ଷଷ୍ଠ ଥର ପାଇଁ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ ନିର୍ବାଚନ ନ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବାର୍ଷିକ ଶିକ୍ଷା କ୍ୟାଲେଣ୍ଡରରେ ଛାତ୍ର ସଂସଦ ନିର୍ବାଚନ କଥା ଉଲ୍ଲେଖ ନାହିଁ।
ଜନ୍ମରୁ ଗୋଟିଏ ହାତ ନାହିଁ । ନିଜେ ଯୁକ୍ତ ୩ରେ ପଢୁଛନ୍ତି ପାଠ । ଗାଁର କୌଣସି ପିଲା ଯେମିତି ଅପାଠୁଆ ନରୁହନ୍ତି ସେଥିପାଇଁ ଦିବାରାତ୍ର କରୁଛନ୍ତି ପରିଶ୍ରମ । ସକାଳୁ ସଂଜ...ଅନେକ ପିଲାଙ୍କୁ ପଢାଉଛନ୍ତି ପାଠ
ତୀବ୍ର ହେଉଛି ଶିକ୍ଷକ ଆନ୍ଦୋଳନ। ଆଜିଠାରୁ ପ୍ରାଥମିକ ଶିକ୍ଷକମାନେ ସମୂହ ଛୁଟିରେ ଯିବେ ବୋଲି ଚରମ ନିଷ୍ପତ୍ତି ନେଇଛନ୍ତି।
ସରକାର ଏଯାଏ କୌଣସି ଆଲୋଚନା କରିନଥିବାରୁ ଧୀରେ ଧୀରେ ପ୍ରତିବାଦ ରାଜ୍ୟବ୍ୟାପୀ ତେଜିବାରେ ଲାଗିଛି।
୨୦ ହଜାର କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ନେଇ ସରକାରଙ୍କ ବିଜ୍ଞାପନ ।