• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଶ୍ୱ ବିଦ୍ୟାଳୟ କ୍ୟାମ୍ପସରେ ଲାଗିବ ସେଲ୍ଫି ପଏଣ୍ଟ । ଭାରତର ସଫଳତା ଗାଥାକୁ କରାଯିବ ପ୍ରଦର୍ଶିତ । ଏନେଇ UGC ପକ୍ଷରୁ ଶୁକ୍ରବାର ସବୁ ବିଶ୍ୱବିଦ୍ୟାଳୟ ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି । ସେଲଫି ପଏଣ୍ଟରେ ପିଲାଙ୍କୁ ଆକୃଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନୂଆ ଶିକ୍ଷା ନୀତି ଓ ଏକ ଭାରତ ଶ୍ରେଷ୍ଠ ଭାରତକୁ ସେଲ୍ଫୀ ପଏଣ୍ଟରେ ପ୍ରଦର୍ଶିତ କରାଯିବ।

ପୂର୍ବରୁ ନବୀନଙ୍କ ଫଟୋ ଥାଇ ବିଭିନ୍ନ ଶିକ୍ଷା ଯୋଜନାର ବ୍ୟାନର କ୍ୟାମ୍ପସରେ ଲଗେଇଛନ୍ତି ରାଜ୍ୟ ସରକାର। ଯାହାକୁ ନେଇ ରାଜନୀତି ଘନେଇଛି । ଏହି ସେଲ୍‌ଫି ପଏଣ୍ଟରେ ଭାରତର ବିଭିନ୍ନ କ୍ଷେତ୍ରରେ ସଫଳତା ବିଷୟରେ କୁହାଯିବ । ଏହା ଯୁବକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ ବୋଲି ଆଶା କରାଯାଉଛି । 

ତେବେ ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ହେବାକୁ ଥିବା ବେଳେ ବିଶ୍ୱବିଦ୍ୟାଳୟ ଓ କଲେଜ ଗୁଡିକରେ ଯୁବପିଢିମାନଙ୍କୁ ଆକୃଷ୍ଟ କରିବା ପାଇଁ ଏହା କରାଯାଉଥିବା ନେଇ ଚର୍ଚ୍ଚା ହେଉଛି । 

ସେଲ୍‌ଫି ପଏଣ୍ଟ ନେଇ ୟୁଜିସି ନିର୍ଦ୍ଦେଶ ଦେଇଛି ଯେ, ଭାରତ ବିଭିନ୍ନ ସମୟରେ ବିଭିନ୍ନ କ୍ଷେତ୍ରରେ ଅନେକ ସଫଳତା ପାଇଛି । ସେହି ସମ୍ପର୍କରେ ସେଲ୍‌ଫି ପଏଣ୍ଟରେ ଉଲ୍ଲେଖ କରାଯିବ। ଜାତୀୟ ଶିକ୍ଷାନୀତି ୨୦୨୦ ସମେତ ଭାରତର ଗର୍ବକୁ ଏଠାରେ ପ୍ରତିଫଳନ କରାଯିବ । ଦେଶର ଐତିହ୍ୟ ଓ ସଂସ୍କୃତିକୁ ନେଇ ଯୁୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେବ । ତେବେ ଏହାସହ ଛାତ୍ରଛାତ୍ରୀମାନେ ସେଲ୍ଫି ପଏଣ୍ଟରେ ଫଟୋ ଉଠାଇ ସୋସିଆଲ ମିଡିଆରେ ଅପଲୋଡ କରିବେ । 

ସେପଟେ ରାଜ୍ୟ ସରକାରଙ୍କ ଦ୍ୱାରା ମଧ୍ୟ କଲେଜ କ୍ୟାମ୍ପସ୍‌ରେ ନୁଆ ନୂଆ କାର୍ଯ୍ୟକ୍ରମ କରାଯାଉଛି । ପିଲାଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାର ସମସ୍ତ କଲେଜରେ ଡିସେମ୍ବର 31 ପର୍ଯ୍ୟନ୍ତ ଯୁବ ଓଡ଼ିଶା କାର୍ଯ୍ୟକ୍ରମ ଚାଲୁ ରଖିଛନ୍ତି । ଏହାସହ ଯେଉଁମାନେ ଏହି କାର୍ଯ୍ୟକ୍ରମରେ ଉତ୍ତୀର୍ଣ୍ଣ ହେବେ ସେମାନଙ୍କୁ ପୁରସ୍କୃତ କରାଯିବାର ବ୍ୟବସ୍ଥା କରାଯାଇଛି । ଏହା ସମେତ କ୍ୟାମ୍ପସରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସମେତ ପିଲାଙ୍କୁ ବିଭିନ୍ନ ଯୋଜନା ବିଷୟରେ ମଧ୍ୟ ଅବଗତ କରାଯାଇଛି ।