Advertisment

ପିଲାଙ୍କ ଭବିଷ୍ୟତ ସହ ଖେଳ; ବିନା ଅନୁମୋଦନରେ ଅଟୋନମସ୍ କଲେଜରେ ଚାଲିଛି ପ୍ରଫେସନାଲ କୋର୍ସ

ଛାତ୍ରଛାତ୍ରୀଙ୍କ କ୍ୟାରିଅର ପ୍ରଭାବିତ ହେବା ସହ ଶିକ୍ଷାନୁଷ୍ଠାନଗୁଡ଼ିକ ନିଜର ବିଶ୍ୱସନୀୟତା ହରାଉଥିବା ଉଚ୍ଚଶିକ୍ଷା ବିଭାଗ ସ୍ପଷ୍ଟ କରିଛି । AICTE ଅନୁମୋଦନ ଲାଗି କଲେଜଗୁଡ଼ିକ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ସ୍ୱୟଂ ଶାସିତ ମହାବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛି ।

author-image
Tanmay Kumar Mahalik

ବିନା ଅନୁମୋଦନରେ ଚାଲିଛି ପ୍ରଫେସନାଲ କୋର୍ସ। ତାପୁଣି ସରକାରୀ ସ୍ୱୟଂ ଶାସିତ ଡିଗ୍ରୀ କଲେଜରେ । ପିଲାଙ୍କ ଭବିଷ୍ୟତ ସହ ଖେଳ । ତାଗିଦ୍ କଲା ଉଚ୍ଚଶିକ୍ଷା ବିଭାଗ । ଉଚ୍ଚଶିକ୍ଷା ବିଭାଗର ଚିଠିର ନକଲରେ ଦର୍ଶାଯାଇଛି, ବିଜେବି, ଏଫ୍ଏମ୍ , ଏସ୍ସିଏସ୍ ସମେତ ରାଜ୍ୟର ୮ଟି ସ୍ୱୟଂ ଶାସିତ କଲେଜରେ ଅଲ୍ ଇଣ୍ଡିଆ କାଉନସିଲ୍ ଫର୍ ଟେକ୍ନିକାଲ ଏଜୁକେସନ ବା AICTEର ବିନା ଅନୁମୋଦନରେ ଦୁଇ ବର୍ଷିୟା MBA ଓ MCA କୋର୍ସ ପଢ଼ାଯାଉଛି । ଯାହାକି AICTE ନିୟମର ଉଲ୍ଲଂଘନ ।

Advertisment
AICTE MBA
Advertisment
Advertisment