Advertisment

ଏଣିକି ଆଉ ଚାଷ ପାଇଁ ଲୋଡ଼ା ନାହିଁ ମାଟି, ଖାଲି ପାଣିରେ ବି ହେବ ଚାଷ

ରେଭେନ୍ସା ବିଶ୍ୱବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ସବୁଜ ଘରେ କରାଯାଉଛି ଏହି ଏକ୍ସପେରିମେଣ୍ଟ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Hydroponic Farming

Hydroponic Farming

ଛନଛନିଆ ହୋଇ ବଢିଛି ଗଛ। ବଡ଼ ବଡ଼ ଫୁଲକୋବି, ବନ୍ଧାକୋବି,ବ୍ରୋକୋଲି ସହ କଅଁଳିଆ ବାଇଗଣ, ଟମାଟୋ, କଞ୍ଚାଲଙ୍କା । ଏଭଳି କେତେକଣ ପନିପରିବା । ତେବେ ଏସବୁ ପନିପରିବା ବିନା ମାଟିରେ ଅର୍ଥାତ୍ ପାଣିରେ ଫଳିଛି । ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ଏକଦମ ସତ। ଉନ୍ନତ ଜ୍ଞାନକୌଶଳ ହାଇଡ୍ରୋପୋନିକ୍  ଉପାୟ ଅର୍ଥାତ୍ କେବଳ ପାଣିରେ ହେଉଛି ଚାଷ। ରେଭେନ୍ସା ବିଶ୍ୱବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ସବୁଜ ଘରେ କରାଯାଉଛି ଏହି ଏକ୍ସପେରିମେଣ୍ଟ।

Advertisment

ମାଟିରେ ଥିବା ସମସ୍ତ ନ୍ୟୁଟ୍ରିସନ୍ କୃତ୍ରିମ ଉପାୟରେ ପାଣି ମାଧ୍ୟମରେ ଦିଆଯାଉଛି। ଗଛ ବଂଚିବା ପାଇଁ ଆବଶ୍ୟକ PH, TDS ଓ ECS ସ୍ତରକୁ ନିୟନ୍ତ୍ରଣ କରାଯିବା ସହ ବାୟୁର ଆଦ୍ରତାକୁ ମଧ୍ୟ ନିୟନ୍ତ୍ରଣ କରାଯାଇଛି । ଆଗକୁ ଏହି ପ୍ରଣାଳୀରେ କିଭଳି ଅଧିକ ଉତ୍ପାଦନ ହେବ ଏବଂ ଚାଷୀ ଲାଭ ପାଇବେ, ସେନେଇ ଏଠାରେ ଗବେଷଣା କରାଯାଉଥିବା କହିଛନ୍ତି ଉଦ୍ଭିଦ ବିଜ୍ଞାନ ବିଭାଗର ସହକାରୀ ଅଧ୍ୟାପକ।

ଓଡିଶା ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗ ପକ୍ଷରୁ ରେଭେନ୍ସାରେ ନିର୍ମାଣ ହୋଇଥିବା ଏହି ହାଇଡ୍ରୋପୋନିକ ପ୍ରକଳ୍ପରେ ପୂର୍ବରୁ ସଫଳତାର ସହ ଉଭୟ ଷ୍ଟ୍ରବେରୀ ଓ କେଶର ଉତ୍ପାଦନ ହୋଇସାରିଛି । ଏବେ ନିଜସ୍ୱ ଉଦ୍ୟମରେ ବିଭାଗର ଅଧ୍ୟାପକ ଓ ଛାତ୍ର ଛାତ୍ରୀଙ୍କ ଦ୍ୱାରା ପନିପରିବା ଫଳାଇବା ସମ୍ଭବ ହୋଇ ପାରିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା କଷ୍ଟକର ଥିଲେ ବି ପାଣି ଓ ଅନ୍ୟ ଉପାଦାନର ସଫଳ ମାନକ ପରୀକ୍ଷା ଯୋଗୁଁ ଏହା ସମ୍ଭବ ହୋଇଛି ।

Advertisment

ଏହି ହାଇଡ୍ରୋପୋନିକ୍ ଟେକନିକ ଦ୍ୱାରା ଅଧ୍ୟୟନରତ ଛାତ୍ରଛାତ୍ରୀ ମାନେ ନିଜେ ବିଭିନ୍ନ ଚାଷ ସମ୍ବନ୍ଧୀୟ ଜ୍ଞାନ ଆହରଣ କରିବା ସହ ଏଗ୍ରି-ଏଣ୍ଟରପ୍ରେନ୍ୟୁର ହୋଇ ସ୍ୱାବଲମ୍ବୀ ହୋଇପାରିବେ ଏବଂ ପନିପରିବା ବ୍ୟବସାୟରେ ଜଡିତ ଚାଷୀ ମାନଙ୍କୁ ଉନ୍ନତ ଜ୍ଞାନକୌଶଳର ଶିକ୍ଷା ମଧ୍ୟ ପ୍ରଦାନ କରିପାରିବେ ବୋଲି ଆଶା କରାଯାଉଛି ।

Farming
Advertisment
Advertisment