• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଏଥର ଯୁକ୍ତ ଦୁଇ ପରୀକ୍ଷାକୁ ଅଧିକ ତ୍ରୁଟିଶୂନ୍ୟ କରିବାକୁ ଅଣ୍ଟାଭିଡ଼ିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । କପି ରୋକିବାକୁ ହଲ୍ ରେ ଓ ଗତିବିଧି ଜାଣିବାକୁ ପୁରା ସଣ୍ଟରରେ ଲାଗିବ ସିସିଟିଭି । ତାସହ କ୍ୱେଶ୍ଚିନ୍ ହବ୍ ବି ରହିବ ୨୪ ଘଣ୍ଟିଆ ନଜରରେ । ଏସବୁକୁ ଲାଇବ୍ ଷ୍ଟ୍ରିମିଂ ପାଇଁ ହୋଇଛି ବଡ଼ ନିଷ୍ପତ୍ତି । ଡିସେମ୍ବର ୧୫ ସୁଦ୍ଧା ଏନେଇ କାମ ସାରି ରିପୋର୍ଟ ଦେବାକୁ ସବୁ କଲେଜଙ୍କୁ ହୋଇଛି ନିର୍ଦ୍ଦେଶ । ଯାହାକୁ ସ୍ୱାଗତ କରିଛନ୍ତି ଉଭୟ କଲେଜ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀ ।

ଆହୁରି ସ୍ୱଚ୍ଛ ହେବ ପ୍ଲସ ଟୁ ପରୀକ୍ଷା । ସିଏଚଏସଇ ଆପଣାଇବ ନୂଆ ପଦକ୍ଷେପ । ଲାଇଭ୍ ଷ୍ଟ୍ରିମିଂ ହେବ ଏକଜାମ୍ ହଲ୍‌ର ଟିକନିଖ୍ ଦୃଶ୍ୟ । ପରୀକ୍ଷା ସେଣ୍ଟରରେ ଗତିବିଧିର ବି ହେବ ଲାଇଭ ମନିଟରିଂ । ଏ ନେଇ ସବୁ କଲେଜ ଅଧ୍ୟକ୍ଷଙ୍କୁ ଚିଠି କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଚିଠିରେ ସ୍ପଷ୍ଟ ଭାବେ କୁହାଯାଇଛି- ଉଭୟ ସରକାରୀ ଓ ବେସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲ ସମସ୍ତେ ସିସିଟିଭି ଲଗାଇବାକୁ ବାଧ୍ୟ ।

ହବ୍‌ରେ ପ୍ରଶ୍ନପତ୍ର ପହଞ୍ଚିବା ପୂର୍ବରୁ ସିସିଟିଭି ଯେମିତି କାର୍ଯ୍ୟକ୍ଷମ ହୋଇ ସାରିଥବ । ତାସହ ଷ୍ଟ୍ରଙ୍ଗ ରୁମ୍, ସୁପରିଟେଣ୍ଡେଣ୍ଟଙ୍କ ଅଫିସ୍ ଓ ଲାବୋରେଟୋରୀ ସମେତ ପରୀକ୍ଷା ସହ ପ୍ରତ୍ୟେକ୍ଷ ଓ ପରୋକ୍ଷରେ ସମ୍ପୃକ୍ତ ଥିବା ପ୍ରତ୍ୟେକ ସ୍ଥାନରେ ବି ସିସିଟିଭି ଲଗାଇ ହାର ଆଇପି ଆଡ୍ରେସ ବି ଦେବାକୁ ନିର୍ଦ୍ଦେଶ ଦେଇଛି ସିଏଚଏସଇ । ଡିସେମ୍ବର ୧୫ ସୁଦ୍ଧା ଏସବୁ କାର୍ଯ୍ୟ ସାରିବାକୁ ଡେଡଲାଇନ୍ ଦିଆଯାଇଛି ।

ଫେବୃଆରୀ ୧୬ରୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା । ଏଥର ରାଜ୍ୟରେ ୧୧ ଶହରୁ ଉର୍ଦ୍ଧ୍ୱ ସେଣ୍ଟର ଓ ୨୦୨ଟି କ୍ୱେଶ୍ଚିନ ହବ୍ ରହିବ । ପ୍ରଶ୍ନପତ୍ର ହବ୍ ସଂଖ୍ୟା ଆବଶ୍ୟକ ସ୍ଥଳେ ବୃଦ୍ଧି କରାଯିବା ଲକ୍ଷ୍ୟ ରହିଛି । ଗତ ୨୧ରୁ ଫର୍ମ ଫିଲଅପ୍ ପ୍ରକ୍ରିୟା ଚାଲିଥିବା ବେଳେ ପ୍ରାୟ ୩ ଲକ୍ଷ ୫୦ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏଥର ପରୀକ୍ଷା ଦେବେ । ତେବେ ଚଳିତ ବର୍ଷ ସିସିଟିଭି ନଜରରେ ପରୀକ୍ଷା ହଲ୍ ଏବଂ ପ୍ରଶ୍ନପତ୍ର ରହିବା ନିଷ୍ପତ୍ତିକୁ ଉଭୟ କଲେଜ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀ ସ୍ୱାଗତ କରିଛନ୍ତି ।

ଖାଲି ସେତିକି ନୁହେଁ ପରୀକ୍ଷା ପରେ ତ୍ରୁଟିଶୁନ୍ୟ ମୂଲ୍ୟାୟନ ଓ ଫଳ ପ୍ରକାଶନକୁ ବି ଗୁରୁତ୍ୱ ଦେଇଛି ସିଏଚଏସଇ । ଏଥର ଯୁକ୍ତ ଦୁଇ ବିଜ୍ଞାନ, ବାଣିଜ୍ୟ ଓ କଳା ପରୀକ୍ଷାଫଳ ଏକା ସାଙ୍ଗେ ପ୍ରକାଶନ ପାଇଁ ଲକ୍ଷ୍ୟ ରଖିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।

  • Reported by:
  • BIBARTAN PANDA